Advertisment

Sahadev Nayak Murder: ୪୦ ଦିନ ପରେ ଆତ୍ମସମର୍ପଣ କଲା ସହଦେବ ନାଏକ ହତ୍ୟାକାରୀ ରମା ନାଏକ

ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଥିବା ସହଦେବ ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକର ଆତ୍ମସମର୍ପଣ। ପୋଲିସକୁ ଚକମା ଦେଇ ୪୦ ଦିନ ଧରି ଘୁରି ବୁଲିବା ପରେ ଶେଷରେ ଆଜି ପରିବାର ସଦସ୍ୟଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ସରେଣ୍ଡର କରିଛି।

author-image
Saroj Kumar Jena
murder

murder

ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଥିବା ସହଦେବ ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକର ଆତ୍ମସମର୍ପଣ। ପୋଲିସକୁ ଚକମା ଦେଇ ୪୦ ଦିନ ଧରି ଘୁରି ବୁଲିବା ପରେ ଶେଷରେ ଆଜି ପରିବାର ସଦସ୍ୟଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ସରେଣ୍ଡର କରିଛି। ରମାର ପରିବାର ସଦସ୍ୟ ପୋଲିସ ବିରୋଧରେ ମାନସିକ ନିର୍ଯାତନା ସହ ଜୁଲୁମ୍ ଅଭିଯୋଗ ଆଣିଥିବା ବେଳେ ମୃତ ସହଦେବଙ୍କ ପତ୍ନୀ ରମାର ପୁଅକୁ ବି ଧରିବା ପାଇଁ ଦାବି କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

ଦିନେ ଯିଏ ସୁପାରୀ କିଲର୍ ଲଗାଇ ରାଜଧାନୀର ଛାତି ଉପରେ ଖେଳିଥିଲା ରକ୍ତର ହୋଲି, ସଫେଇ କର୍ମଚାରୀ ସହଦେବ ନାଏକଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଭିଆଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ। ସିଏ ଆଜି ଥାନାରେ ହାଜର। ପୋଲିସ୍ ଡାଏରୀରେ ମୋଷ୍ଟ ୱାଣ୍ଟେଡ୍ ରମା ନାଏକ ହତ୍ୟାକାଣ୍ଡ ପରଠୁ ଦୀର୍ଘ ୪୦ ଦିନର ଲୁଚକାଳି ପରେ ଆଜି ସରେଣ୍ଡର୍ କରିଛି । ହାତରେ ଖଣ୍ଡିଏ ବ୍ୟାଗ୍, ସାଙ୍ଗରେ ପରିବାର ସଦସ୍ୟ। ଦିନ ପ୍ରାୟ ୧୧ଟା ବେଳେ ଥାନାରେ ପହଞ୍ଚିଥିଲା ରମା। ଆଉ ସରେଣ୍ଡର୍ ପରେ ଗିରଫ କରିଥିଲା କମିଶନରେଟ୍ ପୋଲିସ। ଡିସିପି ପିନାକ ମିଶ୍ରଙ୍କ କହିବା, ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛି ରମା ନାଏକ। ଯାହା ବିରୋଧରେ ସଂଗୀନ ଅଭିଯୋଗ ବି ରହିଛି। ତେଣୁ ସେ ଦିଗରେ ଜାରି ରହିଛି ତଦନ୍ତ।

Advertisment

ଜାନୁୟାରୀ ୮ରେ ମର୍ଡର। ଫେବ୍ରୁୟାରୀ ୧୬ରେ ସରେଣ୍ଡର। ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ବରରେ ପୋଲିସ ଛାଉଣୀ ଥିବା ଭିତରେ ବିଭତ୍ସ ହତ୍ୟାକାଣ୍ଡ ଭିଆଇଥିବା ରମା କାହିଁକି ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା। ୪୦ ଦିନ ଧରି ସେ କେଉଁଠି ଲୁଚିରହିଥିଲା। ଏମିତି କେଉଁ ଚାପ ପଡ଼ିଲା ଯେ ରମା ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା॥ ରମାଙ୍କ ସଂପର୍କୀୟଙ୍କ ଅଭିଯୋଗ, ପୋଲିସ ବାରମ୍ବାର ଘରକୁ ଯାଇ ପାଠ ପଢ଼ୁଆ ଝିଅମାନଙ୍କୁ ଥାନାକୁ ଉଠାଇନେବାକୁ ଧମକ ଦେଉଥିଲା। ଏପରିକି ନାନା ଜୁଲମ୍ କରୁଥିଲା। ତେଣୁ ହତ୍ୟାକାଣ୍ଡରେ ସଂପୃକ୍ତ ନଥାଇ ବି ରମା ଆତ୍ମସମର୍ପଣ କରିଥିବା କହିଛନ୍ତି ସଂପର୍କୀୟ।

ନିଶା କାରବାର ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରାଯାଇଥିଲା ସହଦେବଙ୍କୁ। ଧାରୁଆ ଅସ୍ତ୍ର ସହ କଟା ମୁଣ୍ଡକୁ ବ୍ୟାଗରେ ନେବାକୁ ଉଦ୍ୟମ କରି ଦୁର୍ବୃତ୍ତମାନେ ବାଇକରେ କିଭଳି ଖସିଯାଇଥିଲେ, ତାହାର ଦୃଶ୍ୟ ବିଚଳିତ କରିଥିଲା ସମସ୍ତଙ୍କୁ। ଏହି ଘଟଣାର ୧୨ ଘଣ୍ଟା ଭିତରେ ୫ ଜଣଙ୍କୁ ଏବଂ କିଛିଦିନର ବ୍ୟବଧାନ ପରେ ପିଙ୍କି ନାଏକକୁ ଗିରଫ କରିଥିଲା ପୋଲିସ। କିନ୍ତୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରମା ନାଏକର ମିଳୁନଥିଲା ପତ୍ତା। ଏବେ ବି ଅନ୍ୟ ୩ ଅଭିଯୁକ୍ତ ଫେରାର୍ ଅଛନ୍ତି।

ଅଧିକ ପଢ଼ନ୍ତୁ: ବାଲେଶ୍ବରରେ ଫେଲ ଆମ ପୋଖରୀ ଜଳାଶୟ ନବୀ କରଣ ଯୋଜନା

Murder Bhubaneswar
Advertisment
Advertisment