• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

match
ହକି ବିଶ୍ୱକପ୍ ମୁକାବିଲା; ଆଜିଠାରୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର: ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେଉଛି କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ମ୍ୟାଚ୍‌। ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ ଇଂଲଣ୍ଡ। ଅପରାହ୍ନ ୪ଟା ୪୫ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ଫ୍ରାନ୍ସର ମୁକାବିଲା ହେବ। ସଂଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ଆସନ୍ତାକାଲି ମଧ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ରହିଛି। ଏଥିରୁ ଗୋଟିକରେ ଭାରତ ସହ ନେଦରଲାଣ୍ଡସ୍‌ର ମୁକାବିଲା ହେବ। ଗତକାଲି […]

  • Thursday, 15 July 2021
World-Cup
ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନ

ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନରେ ପୁଲ୍-ଏ ର ୨ଟି ମୁକାବିଲା ରହିଛି। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା, ସ୍ପେନକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମୁହାଁମୁହିଁ ହେବେ। ପୁଲ୍-ଏ ର ପ୍ରଥମ ମ୍ୟାଚରେ ବିଶ୍ୱ ହକି ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ସ୍ପେନ୍ କଡ଼ା ଟକ୍କର ଦେବ। ସେହିଭଳି ବିଶ୍ୱ ହକି ରାଙ୍କିଙ୍ଗର ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ ୨୦ ତମ ସ୍ଥାନରେ ଥିବା ଫ୍ରାନ୍ସ।

  • Thursday, 15 July 2021
bbsr1
ଭୁବନେଶ୍ୱରରେ ପହଞ୍ଚିଲା ଆର୍ଜେଣ୍ଟିନା ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପକୁ ଆଉ ମାତ୍ର ୬ ଦିନ ବାକି ଅଛି। ଏହି ହକି ମହାକୁମ୍ଭ ପାଇଁ ଆଜିଠୁ ବିଦେଶୀ ଦଳଙ୍କ ଆଗମନ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ଲାଗି ପ୍ରଥମ ବିଦେଶୀ ଦଳ ଭାବେ ଆର୍ଜେଣ୍ଟିନା ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ଆର୍ଜେଣ୍ଟିନା ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଥିଲା। ଅନ୍ୟପଟେ ଆଜି ରାତିରେ ଦକ୍ଷିଣ ଆଫ୍ରିକା ଟିମ୍‌ ପହଞ୍ଚିବ ବୋଲି […]

  • Thursday, 15 July 2021
archer
କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ପ୍ରୋଟୋକଲ୍ ଭାଙ୍ଗିବା, ପାଇଲେ ଏମିତି ଦଣ୍ଡ

ମାଞ୍ଚେଷ୍ଟର୍: କୋଭିଡ୍ ପ୍ରୋଟୋକଲ ଉଲ୍ଲଙ୍ଘନ କରିବା ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ମହଙ୍ଗା ପଡ଼ିଛି। ୨୪ ବର୍ଷୀୟ ଏହି ଡାହାଣହାତୀ ପେସ୍ ବୋଲର କୋଭିଡ୍ ନିୟମ ଭାଙ୍ଗିବାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ତାଙ୍କୁ ପାଞ୍ଚଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ମଧ୍ୟରେ ତାଙ୍କର ଦୁଇଟି କୋଭିଡ୍-୧୯ ପରୀକ୍ଷା କରାଯିବ। କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ଏହି ସିରିଜ୍ ଜାରି ରହିଛି। ସାଉଥମ୍ପଟନରେ ଖେଳାଯାଇଥିବା ସିରିଜ୍ ପ୍ରଥମ ଟେଷ୍ଟରେ କୌଣସି […]

  • Thursday, 15 July 2021
hakim2
ଭାରତର ମହାନ୍ ଫୁଟବଲର୍ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ ଭାରତର ପୂର୍ବତନ ଫୁଟବଲର୍ ସୟଦ ଶାହିଦ୍ ହକିମ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦସ୍ଥିତ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି। ୧୯୬୦ ରୋମ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୮୧ ବର୍ଷୀୟ ହକିମ୍ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୬ଦିନ ତଳେ ମୋର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିଲା ଏବଂ ବର୍ତ୍ତମାନ ମୁଁ ହାଇଦ୍ରାବାଦର ଏକ ହୋଟେଲରେ ଅଛି, ଯାହାକୁ ରାଜ୍ୟ ସରକାର କ୍ୱାରେଣ୍ଟିନ ସେଣ୍ଟରରେ ପରିଣତ […]

  • Thursday, 15 July 2021
suresh
ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ସମାଜସେବା କରୁଛନ୍ତି ଏହି କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଫିଲ୍ଡର ସୁରେଶ ରାଇନା ନିଜର ଶାନ୍ତସ୍ୱଭାବ ଆଚରଣ ପାଇଁ ଖୁବ୍ ପରିଚିତ। ଗୋଟିଏ ପରେ ରାଇନା କ୍ରିକେଟ୍‌ ମଇଦାନରେ କମାଲ୍‌ କରୁଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ସମାଜରେ ନିଜର ମହତ କାମ ପାଇଁ ସବୁବେଳେ ଚର୍ଚ୍ଚିତ ଥାନ୍ତି। ଉଭୟ ରାଇନା ଓ ପ୍ରିୟଙ୍କା ନିଜ ଝିଅ ନାଁରେ ଏକ ଫାଉଣ୍ଡେସନ୍ କରିଛନ୍ତି, ଯେଉଁଥିରେ ହଜାର ହଜାର ଗରିବ ଉପକୃତ ହେଉଛନ୍ତି। ଏହି ଫାଉଣ୍ଡେସନରେ ପ୍ରିୟଙ୍କାର ଅଧିକ […]

  • Thursday, 15 July 2021
wi1
ଇଂଲିଶ୍ ଟିମ୍‌କୁ ତା' ଘରେ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ସାଉଥମ୍ପଟନ୍: ଦମଦାର ବୋଲିଂ ଓ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ଖେଳାଯାଉଥିବା ଏହି ମ୍ୟାଚରେ ଇଣ୍ଡିଜ୍ ସବୁ ବିଭାଗରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଘରୋଇ ଟିମ୍ ଇଣ୍ଡିଜ୍ ଆଗରେ ୨୦୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ […]

  • Thursday, 15 July 2021
chetan1
ଗାଭାସ୍କରଙ୍କ ସାଥୀ କ୍ରିକେଟର୍ କରୋନରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ଓ ଉତ୍ତର ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ୍ ଚୌହାନଙ୍କ କରୋନାରେ ଆକ୍ରାନ୍ତ ହୋଇଛି। ଶନିବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତାହା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ପୂରା ପରିବାରର କରୋନା ଟେଷ୍ଟ କରାଯାଉଛି। ଶୁକ୍ରବାର ଚୌହାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଶନିବାର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶର ମନ୍ତ୍ରୀମଣ୍ଡଳରେ ଚୌହାନଙ୍କ ପାଖରେ […]

  • Thursday, 15 July 2021
dada
ଶାହରୁଖ୍‌ ଖାନ୍‌ଙ୍କ ବିରୋଧରେ ବଡ଼ ବୟାନ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ‘ପ୍ରିନ୍ସ ଅଫ୍ କୋଲକାତା’ ଭାବେ ଚର୍ଚ୍ଚିତ ସୌରଭ ଗାଙ୍ଗୁଲି ଏଭଳି ଜଣେ କ୍ୟାପଟେନ୍, ଯିଏ ଭାରତୀୟ କ୍ରିକେଟ୍ ଟିମକୁ ନୂଆ ଶିଖରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି। ଜଣେ କ୍ୟାପଟେନ୍ ଭାବେ ଗାଙ୍ଗୁଲି ସର୍ବଦା ଖେଳାଳିମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଉଥିଲେ। କିନ୍ତୁ ତାଙ୍କ ପକ୍ଷେ ସେଭଳି ହୋଇନଥିବା ଖୋଦ୍ ‘ଦାଦା’ କହିଛନ୍ତି। ଗାଙ୍ଗୁଲି ନିଜର ଆଇପିଏଲ କ୍ୟାପଟେନ୍ସିକୁ ନେଇ ବଡ଼ ଖୁଲାସା କହିଛନ୍ତି। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲରେ ଗାଙ୍ଗୁଲି କୋଲକାତା ନାଇଟ୍ ରାଇଡର୍ସ […]

  • Thursday, 15 July 2021
eng-vs-wi
୨୦୪ ରନରେ ଆଣ୍ଠେଇଲା ଇଂଲଣ୍ଡ

ସାଉଥମ୍ପଟନ୍: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର ବୋଲରମାନେ ଚମତ୍କାର ବୋଲିଂ କରିଛନ୍ତି। କ୍ୟାପଟେନ୍ ଜେସନ୍ ହୋଲ୍ଡର ଓ ଶାନନ୍ ଗାବ୍ରିଏଲଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୦୪ ରନରେ ଅଲଆଉଟ୍ ହୋଇଛି। ଇଣ୍ଡିଜ୍ ପକ୍ଷରୁ ହୋଲ୍ଡର ୨୦ ଓଭରରେ ୪୨ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଗାବ୍ରିଏଲ୍ ୬୨ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। […]

  • Thursday, 15 July 2021
cricket
୧୧୭ ଦିନର ବିରତି ପରେ ପଡ଼ିଆକୁ ଫେରିବ କ୍ରିକେଟ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ା ଗତିବିଧି ବନ୍ଦ ରହିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି କ୍ରିକେଟ୍। କିନ୍ତୁ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବୁଧବାରଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ସହ ୧୧୭ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ। ସୀମିତ ଓଭର୍ କ୍ରିକେଟ୍ ଆରମ୍ଭ ହେବାର ୪୬ ବର୍ଷ ପରେ ପ୍ରଥମଥର ୧୦୦ରୁ ଅଧିକ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନାହିଁ। ଏବେ […]

sachin-and-ganguly
ସଚିନଙ୍କ ବଡ଼ ରହସ୍ୟ ଖୋଲିଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକରଙ୍କ ଓପନିଂ ଯୋଡ଼ି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅନେକ ସ୍ମରଣୀୟ ପାର୍ଟନରଶିପ୍ କରିଛନ୍ତି। ରନ୍ ମାମଲାରେ ଦୁହେଁ ବିଶ୍ୱର ଏକ ନମ୍ବର ଓପନିଂ ଯୋଡ଼ି। ତେବେ ଏହି ଯୋଡ଼ିକୁ ନେଇ ସବୁବେଳେ ଗୋଟିଏ କଥା କୁହାଯାଉଥିଲା ଯେ ସଚିନ୍ କାହିଁକି ଇନିଂସର ପ୍ରଥମ ବଲ୍ ସାମ୍ନା କରୁନଥିଲେ। ସେ ସବୁବେଳେ ଗାଙ୍ଗୁଲିଙ୍କୁ ହିଁ କାହିଁକି ପ୍ରଥମ ବଲ୍ ଖେଳିବାକୁ କହୁଥିଲେ। ଏହାର ଖୁଲାସା କରିଛନ୍ତି […]

  • Thursday, 15 July 2021
indvssl
ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍‌ ଫିକ୍ସିଂର ଅଭିଯାେଗର ତଦନ୍ତ ବନ୍ଦ

ନୂଆଦିଲ୍ଲୀ: ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତକୁ ଶ୍ରୀଲଙ୍କା ପୋଲିସ୍ ରୋକି ଦେଇଛି। ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର୍ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେଙ୍କ ବୟାନ୍ ରେକର୍ଡ କରିବା ପରେ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗର କୌଣସି ପ୍ରମାଣ ମିଳିନାହିଁ। ଏହି କାରଣରୁ ବର୍ତ୍ତମାନ ଏହାକୁ ନେଇ ଚାଲିଥିବା ସମସ୍ତ ତଦନ୍ତକୁ ରୋକିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦା ଆଲୁଥଗମାଗେ ଅଭିଯୋଗ ଆଣିଥିଲେ ଯେ, ୨୦୧୧ […]

  • Thursday, 15 July 2021
Asian-Rugby-sevens
ଏସିଆ ରଗ୍‌ବୀ ସେଭେନ୍ସ୍‌ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ୧୮ବର୍ଷରୁ କମ୍ ବାଳିକା ଏସିଆ ରଗ୍‌ବୀ ସେଭେନ୍ସ୍‌ ଚାମ୍ପିଅନ୍‌ଶିପ୍ ଗତକାଲି ଉଦ୍‌ଯାପିତ ହୋଇଛି। ଏଥିରେ ଚୀନ୍‌ ଚାମ୍ପିଅନ୍‌ ହୋଇଥିବା ବେଳେ ହଂକଂ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଚୀନ୍‌ ୨୮-୫ରେ ହଂକଂକୁ ପରାସ୍ତ କରିଥିଲା। ସେହିପରି ଥାଇଲ୍ୟାଣ୍ଟ୍‌ ୨୫-୫ରେ ଆୟୋଜକ ଭାରତକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି […]

  • Thursday, 15 July 2021
Rishabh Pant
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ 

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।

dhoni
ଚେନ୍ନାଇ ଜିତିଲା ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ ସିଜିନ୍‌ରେ ପ୍ରଥମ ମ୍ୟାଚ୍‌ ଜିତିଲା ଚେନ୍ନାଇ ସୁପର କିଙ୍ଗ୍‌ସ। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୭୦ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଚେନ୍ନାଇର ବୋଲିଂ ଆଗରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍‌ ତିଷ୍ଠି ପାରି ନଥିଲେ। ପାର୍ଥିବ ପଟେଲଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ହରଭଜନ ସିଂ ଓ ଇମ୍ରାନ ତାହିର ୩ଟି ଲେଖାଏ ୱିକେଟ୍‌ ନେଇଥିଲେ। ଜବାବରେ ଚେନ୍ନାଇ ମାତ୍ର […]

  • Thursday, 15 July 2021
sreesant
ଶ୍ରୀସାନ୍ତଙ୍କ ଆଜୀବନ ବାସନ୍ଦ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କ୍ରିକେଟର ଏସ୍. ଶ୍ରୀସାନ୍ତଙ୍କୁ ଆଶ୍ୱସ୍ତି। ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ତେବେ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ ସୁପ୍ରିମକୋର୍ଟ କୋର୍ଟ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି […]

  • Thursday, 15 July 2021
stadium
ବିନା ଦର୍ଶକରେ ଚାଲିବ ଆଇପିଏଲ୍‌

ନୂଆଦିଲ୍ଲୀ: ବିନା ଦର୍ଶକରେ ଆୟୋଜନ ହେବ ଚଳିତ ବର୍ଷର ଆଇପିଏଲ୍। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ମ୍ୟାଚ୍ ଆୟୋଜନ ହେବ। ଖେଳାଳିଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେବ […]

  • Thursday, 15 July 2021
india
ପୁଣେରେ ମାଟି କାମୁଡ଼ିଲା ଇଂଲଣ୍ଡ: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ପୁଣେ: ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ। ପୁଣେରେ ଖେଳାଯାଇଥିବା ଏହି ମ୍ୟାଚକୁ ୬୬ ରନରେ ଜିତି ନେଇଛି ବିରାଟ ବାହିନୀ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ୍ ହରାଇ କରିଥିଲା। ୩୧୭ ରନ୍ ଶିଖର ଧାଓ୍ୱନ ୧୦୬ ବଲ ଖେଳି ୯୮ ରନ କରିଥିବା ବେଳେ ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେହିଭଳି କୋହଲି, […]

  • Thursday, 15 July 2021
cricket
କୋହଲି ବାହିନୀର କମାଲ: ଟି-ଟ୍ୱେଣ୍ଟି ସିରିଜ କବ୍‌ଜା କଲା ଭାରତ

ଅହମ୍ମଦବାଦ: ମୋଟେରାରେ ଭାରତର ବିଜୟ। ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତିଲା ଭାରତ। ଏଠାରେ ଚାଲିଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌ ଜିତି ଭାରତ ସିରିଜ୍ ଦଖଲ କରିନେଇଛି। ଏହି ମ୍ୟାଚରେ କୋହଲି ବାହିନୀ ୩୬ ରନରେ ଇଂଲଣ୍ଡକୁ ହରାଇଛି।  ଭାରତ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଇଂଲଣ୍ଡ ଆଗରେ ୨୨୫ ରନ୍‌ର ବଡ଼ ଟାର୍ଗେଟ ରଖିଥିଲା କିନ୍ତୁ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ […]

  • Thursday, 15 July 2021
ipl
ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର

ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଏନେଇ ବିଧିବଦ୍ଧ ଭାବେ ଘୋଷଣା ବିସିସିଆଇ ଘୋଷଣା କରିଛି।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ହେବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା ହେବ। ମେ ୩୦ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ। 🚨 BCCI announces schedule for VIVO IPL 2021 🚨 The season will kickstart on 9th April in Chennai and the final will take place […]

  • Thursday, 15 July 2021
sports
ଇନିଂସ୍ ବିଜୟ ସହ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଚତୁର୍ଥ ଟେଷ୍ଟକୁ ଦଖଲ କଲା ଟିମ୍ ଇଣ୍ଡିଆ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ଇଂଲଣ୍ଡ ଧରାଶୟୀ ହୋଇଛି। ଫଳରେ ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଛି। ଆଜି ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇନିଂସ ୨୫ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୩୫ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଛି। ପ୍ରଥମ ଇନିଂସରେ ୧୬୦ରନ୍ […]

  • Thursday, 15 July 2021
ind-vs-eng
ଅହମ୍ମଦାବାଦରେ ଭାରତୀୟ ସ୍ପିନରଙ୍କ ରାଜୁତି: ୧୦ ୱିକେଟ୍‌ରେ ଭାରତ ବିଜୟୀ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ କରିଛି। ଅହମ୍ମଦାବାଦ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଭାରତ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଦ୍ୱିତୀୟ ଇନିଂସରେ ଇଂଲିଶ ବ୍ୟାଟ୍ସମ୍ୟାନମାନେ ପୁଣିଥରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ଆଗରେ ମାତ୍ର ୪୯ […]

  • Thursday, 15 July 2021
chris
IPL ନିଲାମ: କ୍ରିସ୍‌ ମୋରିସ୍ ସବୁଠୁ ଦାମୀ ଖେଳାଳି

ଚେନ୍ନାଇ: ଚେନ୍ନାଇରେ ୨୦୨୧ ଆଇପିଏଲ ସଂସ୍କରଣ ପାଇଁ ନିଲାମ ଆରମ୍ଭ ହୋଇଛି। ୨୦୨୧ ଆଇପିଏଲ୍ ନିଲାମରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି। ମ୍ୟାକ୍ସେଓ୍ୱଲଙ୍କ ଦାମ ରହିଛି ୧୪ କୋଟି ୨୫ […]

  • Thursday, 15 July 2021
lccc
୨୧ରୁ ଆରମ୍ଭ ହେବ ଅଣ୍ଡର-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମଥର ଲାଗି ଏହି ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୁନି କୁନି ପିଲାଙ୍କୁ ଖେଳାଯିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖରୁ LLCC ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଆଜି LLCC ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ବଛା ବଛା […]

  • Thursday, 15 July 2021