• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

indian
ଆସନ୍ତାକାଲି କେନିଆକୁ ଭେଟିବ ଭାରତୀୟ ଫୁଟବଲ ଟିମ୍

ମୁମ୍ବାଇ : ଆସନ୍ତାକାଲି ଭାରତୀୟ ଫୁଟବଲ ଟିମ୍ କେନିଆକୁ ଭେଟିବ। ମୁମ୍ବାଇରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି। କିନ୍ତୁ ଶକ୍ତିଶାଳୀ କେନିଆକୁ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ। ଭାରତ ଉଦଘାଟନୀ ମ୍ୟାଚରେ ଚାଇନିଜ ତାଇପେଇକୁ ୫-୦ଗୋଲରେ ପରାସ୍ତ କରିଛି। ଅନ୍ୟପକ୍ଷରେ କେନିଆ ୨-୧ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଛି। ସେପଟେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମକୁ ସମର୍ଥନ କରିବାକୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ […]

  • Saturday, 17 July 2021
cricket
ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର୍ : ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ […]

  • Saturday, 17 July 2021
dutee
ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଆ ଆଥ୍‌ଲେଟ୍ ଦୂତୀ ଚାନ୍ଦଙ୍କ ସଫଳତା

ନାପୋଲି /ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ […]

  • Saturday, 17 July 2021
school-
ଟିମ୍ ଇଣ୍ଡିଆକୁ ସାରା ଦେଶରୁ ଶୁଭେଚ୍ଛା ; ଜନ୍ମମାଟିରୁ ଇଂଲଣ୍ଡକୁ ପଠାଗଲା ମାଟି

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆକୁ ପୁରା ଦେଶରୁ ମିଳୁଛି ସମର୍ଥନ। ହେଲେ ଏବେ କିଛି ନିଆରା ଶୁଭେଚ୍ଛା ଓ ଶୁଭକାମନା ଭାରତୀୟ ଟିମ୍ ପାଇଁ ଇଂଲଣ୍ଡ ପଠାଯାଇଛି। ଭାରତୀୟ ଟିମ୍‌ର ସବୁ ଖେଳାଳୀଙ୍କ ପାଖକୁ ପହଞ୍ଚାଯାଇଛି ତାଙ୍କ ଜନ୍ମଭୂମିର ମାଟି। ଯେଉଁଠୁ ସେମାନେ ଖେଳ ଶିଖିଛନ୍ତି, ଯେଉଁ ସ୍କୁଲରେ ପଢ଼ି କ୍ରିକେଟ୍‌କୁ ସେମାନେ ନିଜ କ୍ୟାରିୟର୍ କରିଥିଲେ, ସେହି ସ୍ଥାନର ମାଟି ତାଙ୍କୁ ଇଂଲଣ୍ଡକୁ ପଠାଯାଇଛି। କ୍ୟାପଟେନ୍ କୋହଲିଙ୍କ ନୂଆଦିଲ୍ଲୀର ବିଶାଳ ଭାରତୀ ସ୍କୁଲ, ମହେନ୍ଦ୍ର ସିଂ […]

  • Saturday, 17 July 2021
virat--
୧୧ ବର୍ଷ ପରେ ଅପୂର୍ବ ସଂଯୋଗ ; ବିରାଟ କୋହଲି ବନାମ କେନ୍ ଓ୍ୱିଲିୟମ୍‌ସନ୍‌

ମାଞ୍ଚେଷ୍ଟର୍‌ : ଆଜି ମାଞ୍ଚେଷ୍ଟର୍‌ରେ ଖେଳାଯିବ ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌। ବିଗ୍‌ ଫାଇଟ୍ ହେବ ବିରାଟ କୋହଲି ବନାମ କେନ୍ ଓ୍ୱିଲିୟମ୍‌ସନ୍‌ଙ୍କ ମଧ୍ୟରେ। ପୂରା ଉତ୍ସାହରେ ଦର୍ଶକ। ଆଜି ଛକା ଚଉକାରେ କମ୍ପିବ ମୈଦାନ। ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍‌ସନ୍‌ ନିଜ ନିଜ ଟିମ୍‌ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ […]

  • Saturday, 17 July 2021
india vs ne
ବିଶ୍ୱକପ୍ କ୍ରିକେଟ୍ ; ଆଜି ପ୍ରଥମ ସେମିରେ ଭାରତ ବନାମ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର୍‌ : ଆଜି ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍। ମାଞ୍ଚେଷ୍ଟର୍‌ରେ ମେନ୍ ଇନ୍ ବ୍ଲୁ ବନାମ ମେନ୍ ଇନ୍ ବ୍ଲାକ୍। ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ଉଭୟ ଟିମ୍ ଚଳିତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିବା ବେଳେ ନ୍ୟୁଜିଲାଣ୍ଡ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଠାରୁ ହାରିଛି। ଲିଗ୍‌ରେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ ମ୍ୟାଚ୍‌ ବର୍ଷା ଯୋଗୁଁ […]

  • Saturday, 17 July 2021
india team
ବିଶ୍ୱକପ୍ କ୍ରିକେଟ୍‌ ; ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର

ନୂଆଦିଲ୍ଲୀ   : ବିଶ୍ୱକପ୍ କ୍ରିକେଟ୍‌ରେ ଆଜି ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ହେଡିଲେର ଲିଡ୍ସ ଗ୍ରାଉଣ୍ଡରେ ଶ୍ରୀଲଙ୍କାକୁ ଭେଟିବ ଭାରତୀୟ ଦଳ। ବିରାଟ ବ୍ରିଗେଡ୍ ଏଯାଏଁ ୮ଟି ମ୍ୟାଚ୍ ଖେଳି ୬ ବିଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେପଟେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଟ୍‌ରେ ୧୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଯଦି ଆଜିର ମ୍ୟାଟ୍‌ରେ ଭାରତ ବିଜୟୀ ହୁଏ ଏବଂ ଅଷ୍ଟ୍ରେଲିଆ ନିଜ ଶେଷ […]

  • Saturday, 17 July 2021
soab mallik
ଦିନିକିଆ କ୍ରିକେଟରୁ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ଅବସର

ନୂଆଦିଲ୍ଲୀ : ବିଶ୍ୱକପ୍ ସହ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ କ୍ରିକେଟର ଟପ୍ ଅଲରାଉଣ୍ଡର ସୋଏବ ମଲ୍ଲିକ୍। ଏଥିନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ଟି-ଟ୍ୱିଣ୍ଟି ଫର୍ମାଟରେ ନିଜ ଖେଳ ଜାରି ରଖିବେ ବୋଲି କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସୋଏବ ମଲ୍ଲିକ ତିନିଟି ମ୍ୟାଚ ଖେଳିଥିଲେ। A legend leaves the ODI field for the final time. Thank you Shoaib Malik ?#CWC19 | #PAKvBAN pic.twitter.com/g1tlIsPEK0 — Cricket […]

  • Saturday, 17 July 2021
pak0
ବାଂଲାଦେଶକୁ ହରାଇ ସମ୍ମାନ ରକ୍ଷା କଲା ପାକିସ୍ତାନ

ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ବାଂଲାଦେଶକୁ ୮ ରନ୍ […]

  • Saturday, 17 July 2021
pakisthan
ବିଶ୍ୱକପ୍ ସେମିଫାଇନାଲିଷ୍ଟ୍ ଚୂଡ଼ାନ୍ତ, ପାକିସ୍ତାନ ଆଉଟ୍

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା। ଏଭଳି ଅସମ୍ଭବକୁ ସମ୍ଭବ କରିବା କୌଣସି ଟିମ୍ ପକ୍ଷେ କଷ୍ଟକର। ବାଂଲାଦେଶ ବିପକ୍ଷ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ […]

  • Saturday, 17 July 2021
pak
ଇମାମ୍ ଓ ବାବରଙ୍କ ଦମ୍‌ଦାର୍ ବ୍ୟାଟିଂ, ପାକିସ୍ତାନ ୩୧୫/୯‍

ଲର୍ଡ୍ସ: ଚଳିତ ଆଇସିସି ବିଶ୍ୱକପର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ଭେଟିଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ବଡ଼ ସ୍କୋରର ଆବଶ୍ୟକ ଥିଲା। କିନ୍ତୁ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବାକୁ ହେଲେ ବାଂଲାଦେଶକୁ ୭ ରନ୍ ଭିତରେ ଅଲଆଉଟ୍ କରିବାକୁ ପଡ଼ିବ, ଯାହାକି ଅସମ୍ଭବ। ତେଣୁ ଜାଣିବା ଦରକାର ଯେ ପାକିସ୍ତାନର […]

  • Saturday, 17 July 2021
ikram
ସଚିନଙ୍କ ଏହି ରେକର୍ଡ ଭାଙ୍ଗିଲେ ଇକ୍ରାମ୍

ହେଡିଙ୍ଗଲେ : ଆଫଗାନିସ୍ତାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇକ୍ରାମ୍ ଅଲୀ ଖିଲ ନୂଆ କୀର୍ତ୍ତିମାନ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳି ଭାରତର କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ସଚିନ ୧୯୯୨ ବିଶ୍ୱକପରେ ମାତ୍ର ୧୮ ବର୍ଷ ବୟସରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୮୪ ରନ୍ କରିଥିଲେ। ତେବେ ସବୁଠାରୁ କମ୍ ବୟସରେ ବିଶ୍ୱକପରେ ସର୍ବାଧିକ ରନର ରେକର୍ଡ […]

  • Saturday, 17 July 2021
pak
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଅସମ୍ଭବ ବିଜୟ ଦରକାର। ଏହି ଆଧାରରେ ପାକିସ୍ତାନ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶକୁ ହରାଇବାକୁ ହେଲେ ପାକିସ୍ତାନକୁ ବଡ଼ ସ୍କୋର ଛିଡ଼ା କରିବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ଏହାର ବିପରୀତ ବ୍ୟାଟିଂ କରିଛି। ଟିମ୍ ୮ ଓଭରରେ ୧ ୱିକେଟ୍ ହରାଇ ମାତ୍ର ୨୮ […]

  • Saturday, 17 July 2021
westindies
ୱେଷ୍ଟଇଣ୍ଡିଜର ସାନ୍ତ୍ୱନାମୂଳକ ବିଜୟ, ଆଫଗାନିସ୍ତାନ ନିରାଶ

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ତା’ର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ହେଡିଙ୍ଗଲେରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ଲଢ଼ୁଆ ବ୍ୟାଟିଂ କରି ପୂରା ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୮ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନ ପକ୍ଷରୁ ଇକ୍ରାମ୍ ଅଲୀଖିଲ୍ ସର୍ବାଧିକ […]

  • Saturday, 17 July 2021
sachin
ସତ ହେଲା ସଚିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ କ୍ରିକେଟରୁ ସନ୍ନ୍ୟାସ ନେବାର ୬ ବର୍ଷ ହୋଇଗଲାଣି। ମଇଦାନ ଭିତରେ ସଚିନଙ୍କ ଦକ୍ଷତା ସମ୍ପର୍କରେ ପୂରା ଦୁନିଆ ଅବଗତ, କିନ୍ତୁ ମଇଦାନ ବାହାରେ ବି ସଚିନଙ୍କ ଯାଦୁ ଏବେବି କାଏମ ରହିଛି। ଯେଉଁଠି କ୍ରିକେଟ୍ କଥା କୁହାଯିବ, ସେହିଠାରେ ସଚିନଙ୍କ ପରାମର୍ଶ ଓ ତାଙ୍କ ଦୃଷ୍ଟିକୋଣକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ବର୍ତ୍ତମାନ ବିଶ୍ୱକପ୍ ଚାଲିଛି, ତେଣୁ ଏହି ସମୟରେ ଯଦି ସଚିନଙ୍କ କଥା ଅଧିକ ଉଠିବା ସ୍ୱାଭାବିକ। ବିଶେଷକରି ସଚିନଙ୍କ ଭବିଷ୍ୟବାଣୀ […]

  • Saturday, 17 July 2021
hockey
ପୁରୁଷ ହକି ବିଶ୍ୱକପ୍‌ ୨୦୧୮: ଆରମ୍ଭ ହେଲା ଅନଲାଇନ୍ ଟିକଟ୍‌ ବିକ୍ରି

ଓଡ଼ିଶା: ପୁରୁଷ ହକି ବିଶ୍ୱକପ୍‌ ୨୦୧୮ ପାଇଁ ଅନଲାଇନ୍ ଟିକଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମଧ୍ୟାହ୍ନରେ ସଚିବାଳୟ ପରିସରରେ ଅନ୍‌ଲାଇନ ଟିକଟ ବିକ୍ରି ଶୁଭାରମ୍ଭ କରିଛନ୍ତି। ଦର୍ଶକମାନେ ଟିକଟ୍‌ http://in.ticketgenie.in ରେ ଅନ୍‌ଲାଇନ ଟିକଟ୍‌ ବୁକିଂ କରିପାରିବେ। ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଏହି ବିଶ୍ୱକପ୍‌ ଖେଳାଯିବ। Delighted to announce launch of online ticket sales for Odisha Hockey […]

  • Saturday, 17 July 2021
england
ପୁଣି ହାରିଲା ନ୍ୟୁଜିଲ୍ୟାଣ୍ଡ୍ ; ୨୭ ବର୍ଷ ପରେ ସେମିରେ ଇଂଲଣ୍ଡ

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା। ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ […]

  • Saturday, 17 July 2021
dhoni
ଧୋନିଙ୍କ ପାଟିରୁ ବାହାରୁଥିବା ରକ୍ତର ଫଟୋ ଭାଇରାଲ୍

ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଟୁର୍ଣ୍ଣାମେଣ୍ଟରେ ଧୋନି ରନ୍ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଛନ୍ତି, ତାହା ତାଙ୍କର ପୂରା କ୍ୟାରିୟରରେ କେବେ ହୋଇନାହିଁ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତର ପରାଜୟ ପରେ ଧୋନିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପରେ ଧୋନିଙ୍କୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ୍ କରାଯାଇଥିଲା। ଏବେ ଧୋନିଙ୍କର ଏକ ଫଟୋ […]

  • Saturday, 17 July 2021
india win
ବାଂଲାଦେଶକୁ ହରାଇ ସେମିରେ ଭାରତ

ବର୍ମିଂହାମ୍: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ଭାରତ ପକ୍ଷରୁ […]

  • Saturday, 17 July 2021
୧୩
ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌-୨୦୧୮ ଚାମ୍ପିଅନ୍‌

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌-୨୦୧୮ ଚାମ୍ପିଅନ୍‌ ହୋଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ ମ୍ୟାଚ ଜିତିଛି। ସେନ୍‌ ଓ୍ଵାଟ୍‌ସନ୍‌ଙ୍କ ବିସ୍ଫୋରକ ଅପରାଜିତ ଶତକ( ୧୧୭ ରନ୍‌, ୫୭ ବଲ, ୧୧ଟି ଚୌକା, ୮ଟି ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ରବିବାର ଏକାଦଶ ସଂସ୍କରଣର ଆଇପିଏଲ୍‌ ମ୍ୟାଚ୍‌ରେ ୩ୟ ଥର ପାଇଁ ଚମ୍ପିଅନ୍‌ ହୋଇଛି। ୧୭୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ୧୮.୩ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୧୮୧ ରନ୍‌ ସଂଗ୍ରହ […]

  • Saturday, 17 July 2021
JEJA MAA
ବିଶ୍ୱକପ୍‌: ମନ ମୋହିଲା ‘ଜେଜେମା’ଙ୍କ କ୍ରିକେଟ୍‌ ପ୍ରେମ

ବର୍ମିଂହାମ୍‌: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଆଜିର ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ କେବଳ ରୋହିତ ଶର୍ମାଙ୍କ ଶତକ ନଥିଲା, କିଛି ଭାରତୀୟ ଫ୍ୟାନ୍‌ଙ୍କ ଉତ୍ସାହ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେପରି ଜଣେ ୮୭ ବର୍ଷ ବୟସ୍କା ମହିଳା ଫ୍ୟାନ୍‌ ଏବେ ଇଣ୍ଟରନେଟ୍‌ ‘ଜେଜେମା’ ପାଲଟିଛନ୍ତି। ସେ ଏପରି ଉତ୍ସାହିତ ଥିଲେ ଯେ ଏହି ଦୃଶ୍ୟକୁ ଉତ୍ତୋଳନ କରିଥିବା କ୍ୟାମେରାମ୍ୟାନ୍‌ଙ୍କୁ ବି ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏହି ବୟସ୍କା ମହିଳା ହର୍ଣ୍ଣ ବଜାଇ ସମସ୍ତଙ୍କ […]

  • Saturday, 17 July 2021
rohiot
ଟିମ ଇଣ୍ଡିଆର ନୂଆ ସିକ୍ସର କିଙ୍ଗ୍ ରୋହିତ୍ ; ଧୋନିଙ୍କ ଏହି ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍

ବର୍ମିଂହାମ୍: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ୍ ଶର୍ମା ମଙ୍ଗଳବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଛନ୍ତି। ରୋହିତ୍ ବିଶ୍ୱକପର ୪୦ତମ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏବେ ରୋହିତ୍ ଟିମ ଇଣ୍ଡିଆର ନୂଆ ସିକ୍ସର କିଙ୍ଗ୍ ହୋଇଛନ୍ତି। ରୋହିତ୍ ବାଂଲାଦେଶ ବିପକ୍ଷ ମ୍ୟାଚରେ ୯୨ ବଲରେ ୧୦୪ ରନର ଇନିଂସ ମଧ୍ୟରେ ନିଜର ତୃତୀୟ ଛକା ମାରିଥିବା ବେଳେ ଧୋନିଙ୍କ ରେକର୍ଡ […]

  • Saturday, 17 July 2021
world cup six
ଚଳିତ ବିଶ୍ୱକପ୍‌ରେ ଛକା ସଂଖ୍ୟା ୩୦୦ ଟପିଲା

ବର୍ମିଂହାମ୍: ଆଇସିସି ବିଶ୍ୱକପର ଶୁଭାରମ୍ଭ ହୁଏତ ଧିମା ହୋଇଥିଲା, କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟର ଟପ୍ ଗିୟରରେ ଚାଲିଛି। ଗତ କିଛି ମ୍ୟାଚ୍ ବର୍ଷା ଯୋଗୁ ଧୋଇହୋଇ ଯିବା ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଏବେ ପୁଣିଥରେ ପ୍ରଶଂସକଙ୍କ ଭିତରେ ସେଇ ପୁରୁଣା ଜୋଶ୍ ଦେଖିବାକୁ ମିଳିଛି। ବିଶ୍ୱକପ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଏବଂ ଏହା ମଧ୍ୟରେ ଏକ ରେକର୍ଡ ସାମ୍ନାକୁ ଆସିଛି। ଚଳିତ ବିଶ୍ୱକପରେ ଛକାର ସଂଖ୍ୟା ୩୦୦ ଟପିଛି। ମଙ୍ଗଳବାର ଭାରତ ଓ ବାଂଲାଦେଶ […]

  • Saturday, 17 July 2021
team india
ବିଶ୍ୱକପ୍ କ୍ରିକେଟ : ବାଂଲାଦେଶ ଆଗରେ ୩୧୫ ରନ୍‌ର ଟାର୍ଗେଟ୍ ରଖିଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୪ ରନ୍ କରିଛି। ଫଳରେ ବାଂଲାଦେଶକୁ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବା ପାଇଁ ୩୧୫ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତର ଦୁଇ ଓପ୍ନର ରୋହିତ୍ ଓ ରାହୁଲ ଦମଦାର ବ୍ୟାଟିଂ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ତେବେ ମଧ୍ୟକ୍ରମରେ […]

  • Saturday, 17 July 2021