• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

runs
ଭାରତକୁ ୨୮୭ ରନର ଟାର୍ଗେଟ୍

ବେଙ୍ଗାଲୁରୁ: ଷ୍ଟିଭ୍ ସ୍ମିଥଙ୍କ ଶତକ ଏବଂ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ସିରିଜ୍ ଜିତିବା ପାଇଁ ବିରାଟବାହିନୀଙ୍କୁ ୨୮୭ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ଶଟ୍ ଖେଳିବାକୁ ଦେଇନଥିଲେ। ବିଶେଷକରି ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର […]

  • Monday, 19 July 2021
IND VS AUS
ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଭାରତ କରିବ ବୋଲିଂ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣିଥରେ ଟସ୍‌ ହାରିଛନ୍ତି । ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍‌ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଫିଞ୍ଚ କହିଛନ୍ତି। ଅଷ୍ଟ୍ରେଲିଆ କ୍ରମାଗତ ତୃତୀୟ ଥର […]

  • Monday, 19 July 2021
fih
FIH ପ୍ରୋ ହକି ଲିଗ୍‌ : ପ୍ରଥମ ମ୍ୟାଚରେ ଜିତିଲା ଭାରତ

ଭୁନେଶ୍ୱର : ପ୍ରଥମଥର ପାଇଁ ଏଫଆଇଏଚ୍‌ ପ୍ରୋ ହକି ଲିଗ ଖେଳୁଥିବା ଭାରତୀୟ ପୁରୁଷ ଦଳ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଦବଦବା ଦେଖାଇଛି। ୟୁରୋପିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ଟିମ୍‌ ଇଣ୍ଡିଆ ୫-୨ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ପେନାଲିଟ କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦରପାଲ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ସିଂହ, ଲଳିତ ଉପାଧ୍ୟୟ ଓ ଗୁରଜନ୍ତ ସିଂହ ଗୋଟିଏ ଲେଖାଏ ଗୋଲ […]

  • Monday, 19 July 2021
FIFA_World_Cup 2018
ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌, ଇଂଲଣ୍ଡ-ବେଲ୍‌ଜିୟମ୍‌ ଟକ୍କର

ସେଣ୍ଟପିଟର୍ସବର୍ଗ: ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌। ଇଂଲଣ୍ଡ ଓ ବେଲ୍‌ଜିୟମ୍‌ର ବିଶ୍ୱକପ୍‌ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲରେ କ୍ରୋଏସିଅା ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ ଫ୍ରାନ୍ସ ଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍‌ଜିୟମ୍‌। ଚଳିତ ବର୍ଷ ଦୁଇ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ପହଞ୍ଚିପାରି ନ ଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ […]

  • Monday, 19 July 2021
aus_1522722039_sm
୧୦ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ

ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ […]

  • Monday, 19 July 2021
cricket
ଅଷ୍ଟ୍ରେଲିଆକୁ ୨୫୬ ରନ୍‌ର ଟାର୍ଗେଟ ଦେଲା ଭାରତ

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରୀ ଦ୍ୱାରା ଭାରତ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ମଝି ଓଭର ଗୁଡ଼ିକରେ ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତୀୟ ମିଡିଲ୍ ଅର୍ଡର ଆତ୍ମସମର୍ପଣ କରିଥିଲେ, ଯେଉଁକାରଣରୁ ଘରୋଇ ଟିମ୍ […]

  • Monday, 19 July 2021
play
ସାଇକ୍ଲିଂରେ ଓଡ଼ିଶାକୁ ୨ୟ ପଦକ ଦେଲେ ସ୍ୱସ୍ତି

ଭୁବନେଶ୍ୱର: ଆସାମର ଗୌହାଟୀରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାକୁ କ୍ରମାଗତ ଚତୁର୍ଥ ଦିନରେ ପଦକ ମିଳିଛି। ସୋମବାର ୨୧ ବର୍ଷରୁ କମ୍ ବାଳିକା ଇଣ୍ଡିଭିଜୁଆଲ୍ ରୋଡ୍ ରେସରେ ରାଉରକେଲା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ରବିବାର ରାଉରକେଲାର ଅନ୍ୟତମ ସାଇକ୍ଲିଷ୍ଟ ଦିନେଶ କୁମାର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶା ପ୍ରଥମଥର ଲାଗି ସାଇକ୍ଲିଂ ଇଭେଣ୍ଟରେ ଦୁଇଟି ପଦକ ଜିତି ନୂଆ କୀର୍ତ୍ତିମାନ […]

  • Monday, 19 July 2021
hima--
ଇତିହାସ ରଚିଲେ ହିମା ଦାସ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଆଥ୍‌ଲେଟ୍ ହିମା ଦାସ। ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ। ଫିନ୍‌ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଆନସିପ୍‌ର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହା ସହ ସେ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ ସମକକ୍ଷ ହୋଇଛନ୍ତି। […]

  • Monday, 19 July 2021
INDIA
ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ନଟିଂହାମ୍‌ : ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ଏବଂ ରୋହିତ ଶର୍ମାଙ୍କ ୧୮ତମ ଶତକ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ଦେଇଥିବା ୨୬୯ ରନ ଟାର୍ଗେଟ୍‌କୁ ପିଛା କରି ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୪ଟି ଛକ୍କା ଏବଂ ୧୫ ଚୌକା ସହାୟତାରେ ଅପରାଜିତ ୧୩୭ ରନ ସଂଗ୍ରହ କରିଥିଲେ। ସେହିପରି କ୍ୟାପଟେନ୍ […]

  • Monday, 19 July 2021
kohli
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ପୁଣେ : ଘରୋଇ ମାଟିରେ ଆଉ ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ […]

  • Monday, 19 July 2021
india
ଶ୍ରୀଲଙ୍କାକୁ ୨୦୨ ରନର ଟାର୍ଗେଟ୍ ଦେଲା ଭାରତ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ସିରିଜ୍ ବରାବର କରିବା ପାଇଁ ଶ୍ରୀଲଙ୍କାକୁ ନିର୍ଦ୍ଧାରିତ ଓଭରରେ ୨୦୨ ରନ୍ କରିବାକୁ ପଡ଼ିବ। ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇଥିଲେ ହେଁ, ଶେଷକ୍ରମରେ […]

  • Monday, 19 July 2021
coach
ସିଏଏକୁ ରବି ଶାସ୍ତ୍ରୀଙ୍କ ସମର୍ଥନ

ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି। ମୋ ଟିମରେ ବିଭିନ୍ନ ପ୍ରକାରର ଲୋକ ଥିଲେ। ସେଥିମଧ୍ୟରୁ ଅଲଗା-ଅଲଗା ଜାତି, ଅଲଗା ଧର୍ମର ଲୋକ ମଧ୍ୟ ଥିଲେ। ମୋ ମତରେ ଭାରତ ସରକାର ନିଶ୍ଚୟ କିଛି […]

  • Monday, 19 July 2021
AMA_FIFA_PREVIEWS_07
ରବିବାର ଫାଇନାଲରେ ଫ୍ରାନ୍ସ-କ୍ରୋଏସିଆ ଟକ୍କର

ଭୁବନେଶ୍ୱର: ଫିଫା ବିଶ୍ୱକପ୍‌ରେ ଚଳିତ ବର୍ଷ ପ୍ରଥମଥର ପାଇଁ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ। ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଫଳରେ ୧୯୬୬ରେ ବିଶ୍ୱକପ୍ ବିଜୟୀ ହୋଇଥିବା ଇଂଲଣ୍ଡର ଦ୍ୱିତୀୟ ବିଶ୍ୱକପ୍ ଜିତିବା ଆଶା ମଉଳି ଯାଇଛି। ୬୭ ମିନିଟ୍ ଧରି ପଛୁଆ ରହିବା ପରେ ନିର୍ଦ୍ଧାରିତ ୯୦ ମିନିଟ୍ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ। ହେଲେ ଅତିରିକ୍ତ ସମୟରେ ବାଜି ମାରି ନେଇଥିଲା। ୧୦୯ ମିନିଟ୍‌ରେ ମାରିଓ ମଣ୍ଡଜୋକିଙ୍କ […]

  • Monday, 19 July 2021
fifa final
ଆଜି ଫିଫା ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ: ଇଂଲଣ୍ଡକୁ ଟକ୍କର ଦେବ କ୍ରୋଏସିଆ

ସେଣ୍ଟ ପିଟର୍ସବର୍ଗ: ଆଜି ଫିଫା ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ । ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଫୁଟବଲ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ପ୍ରଥମ ସେମିଫାଇନାଲରେ ବେଲଜିୟମ୍‌କୁ ୧-୦ ଗୋଲରେ ହରାଇ ଫ୍ରାନ୍ସ ଚଳିତ ବିଶ୍ୱକପ୍‌ର ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ଓ କ୍ରୋଏସିଆ ମ୍ୟାଚ୍‌ର ବିଜେତା ଫ୍ରାନ୍ସ ସହ ଫାଇନାଲ ଖେଳିବ।

  • Monday, 19 July 2021
kohli
ପୁଣି ଏକ ରେକର୍ଡ କଲେ କୋହଲି

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି କ୍ୟାପଟେନ୍ ଭାବେ ଟି-୨୦ରେ ୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। କ୍ୟାପଟେନ୍ ଭାବେ ଧୋନି ୬୨ ମ୍ୟାଚରେ ୧୧୧୨ ରନ୍ କରିଛନ୍ତି। ତେବେ କୋହଲି ମାତ୍ର ୩୦ ଇନିଂସରେ ୧୦୦୬ ରନ୍ କରିଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ, […]

  • Monday, 19 July 2021
vlcsnap-error836
ସାମ୍ନାସାମ୍ନି ହେବେ ଫ୍ରାନ୍ସ ଓ ବେଲଜିୟମ

ଭୁବନେଶ୍ୱର : ଫୁଟ୍‌ବଲ ବିଶ୍ୱକପ୍ ଫାଇନାଲ ଟିକଟ୍ ପାଇଁ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ବେଲଜିୟମ ଓ ଫ୍ରାନ୍ସ। ସୀମା ଗୋଟିଏ ଭାଷା ବି ଗୋଟିଏ। ତେବେ ଲଢେଇ ହେବ ଜୋରଦାର। ଫ୍ରାନ୍ସର ଆକ୍ରମଣାତ୍ମକ ଷ୍ଟାଇଲକୁ କାଉଣ୍ଟର କରିବ ବେଲଜିୟମର ଶକ୍ତିଶାଳୀ ଫରଓ୍ୱାର୍ଡ ଲାଇନ । ହାଜାର୍ଡ, ଲୁକାକୋ, କେଭିନ୍ ଡି ବ୍ରୁନୋଙ୍କ ଯାଦୁ ଚାଲିଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ଫ୍ରାନ୍ସ ପକ୍ଷେ କଷ୍ଟସାଧ୍ୟ ହୋଇପାରେ। ତେବେ ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ, କଲିଏନ୍ ମ୍ବାପେ, ପୋଗବା […]

  • Monday, 19 July 2021
hardik
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଆସ୍ଥା ବଢ଼ାଉଛି ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର (ପ୍ରଦୀପ ଭାରତୀ): କପିଳଦେବଙ୍କ ପରେ ଭାରତୀୟ କ୍ରିକେଟ୍‌ ଦଳରେ ଭଲ ଅଲ୍‌ରାଉଣ୍ଡରଙ୍କ ଅଭାବ ଦୀର୍ଘ ଦିନ ଧରି ରହି ଆସିଛି । ମନୋଜ ପ୍ରଭାକର, ଜଭଗଲ ଶ୍ରୀନାଥ, ଇର୍ଫାନ୍ ପଠାନ୍, ଅଜିତ୍‌ ଅଗରକରଙ୍କ ପରି ମିଡିୟମ୍‌ ପେସର ଖେଳାଳି କିଛି ଦିନ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଦୀର୍ଘ ସମୟ ପାଇଁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ବିରାଟ ବାହିନୀର ଆଙ୍ଗ୍ରି ୟଂଗ୍‌ମ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବହୁ ମ୍ୟାଚ୍‌ରେ ଉଭୟ […]

  • Monday, 19 July 2021
virat
ପ୍ରଶଂସକ ଭଙ୍ଗା ମୋବାଇଲରେ ତିଆରି କଲେ କୋହଲିଙ୍କ ପ୍ରତିମୂର୍ତ୍ତି

ଗୌହାଟି : ବିରାଟଙ୍କ ଆଉ ଜଣେ ଜବରା ଫ୍ୟାନ୍‌। ଭଙ୍ଗା ମୋବାଇଲରେ ତିଆରି କଲେ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଫଟୋଟି ପେନସିଲ୍ କିମ୍ବା ତୁଳୀରେ ତିଆରି କରାଯାଇନାହିଁ । ସାମ୍ନାରୁ ଦେଖିଲେ ଲାଗୁଛି ସତେ ଯେମିତି ପେନସିଲ୍ କିମ୍ବା ତୁଳୀରେ ତିଆରି ହୋଇଛି ବିରାଟଙ୍କ ପ୍ରତିମୂର୍ତ୍ତି । ହେଲେ ଯଦି ଏହାକୁ ଯେ କୌଣସି ଏକ ପାର୍ଶ୍ୱ କିମ୍ବା ନିକଟରୁ ଦେଖିବେ ତେବେ ଜାଣିପାରିବେ ଏହା ମୋବାଇଲରେ […]

  • Monday, 19 July 2021
ir
କ୍ରିକେଟ୍‌କୁ ଇରଫାନ ପଠାନଙ୍କ ଅଲବିଦା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ ପଡ଼ୁଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ଫଠାନ ଶେଷରେ କ୍ରିକେଟକୁ ବାଏବାଏ କହିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୨ ଅକ୍ଟୋବର ୨ରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୨ […]

  • Monday, 19 July 2021
anil kumble
ଭୁବନେଶ୍ୱରରେ ଅନୀଲ କୁମ୍ବଲେ

ଭୁବନେଶ୍ୱର : ଭୁବନେଶ୍ୱରରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଅନୀଲ କୁମ୍ବଲେ।  ଓଡ଼ିଶା ନଲେଜ୍ ହବ୍ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର କ୍ରୀଡ଼ା ଓ କ୍ରୀ଼ଡ଼ାର ବିକାଶ ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି ତ୍ରୁଣମୂଳ ସ୍ତରରେ ଅଧିକ ପ୍ରତିଯୋଗିତାର ଆବଶ୍ୟକତା ଥିବା କହିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର ।  ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା […]

  • Monday, 19 July 2021
sachin
ଭାବୁକ ହୋଇଗଲେ ସଚିନ !

ନୂଆଦିଲ୍ଲୀ : କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏକ ଭାବାତ୍ମକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର୍ ସହ ୨୦୨୦ ଶୁଭାରମ୍ଭ କରିଛନ୍ତି। ଏହା ସହ ସଚିନ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ମଧ୍ୟ ଲେଖିଛନ୍ତି। ଭିଡିଓରେ ଜଣେ ଦିବ୍ୟାଙ୍ଗ କ୍ରିକେଟର ଅଛନ୍ତି, ଯାହାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓଗସ୍ତ ଅଛି। ଏହା ସତ୍ତ୍ୱେ ସେ (ଦିବ୍ୟାଙ୍ଗ କ୍ରିକେଟର) ନିଜ ଆଣ୍ଠୁ ଦ୍ୱାରା ଦୌଡ଼ୁଛନ୍ତି ଏବଂ ଆକର୍ଷଣୀୟ ଶଟ୍ ମଧ୍ୟ ଖେଳୁଛନ୍ତି। ତେବେ କଥା ଏଇଠି ଶେଷ ହୋଇ […]

hadrik
ଅଭିନେତ୍ରୀ ନତାସାଙ୍କ ସହ ହାର୍ଦ୍ଦିକଙ୍କ ନିର୍ବନ୍ଧ

ମୁମ୍ୱାଇ : ନୂଆବର୍ଷରେ ଫ୍ୟାନଙ୍କୁ ନୂଆ ଖବର ଦେଇ ଚମକାଇଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ତାଙ୍କ ଅଭିନେତ୍ରୀ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ନତାସା ଷ୍ଟାନକୋଭିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି। ଏହି ସେଲିବ୍ରେଟି ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ସୋଶାଲ ମିଡିଆରେ ରୋମାଣ୍ଟିକ୍ ଭି଼ଡିଓ ସେୟାର କରିଛନ୍ତି ନିଜେ ହାର୍ଦ୍ଦିକ୍ । ହାର୍ଦ୍ଦିକ ଓ ନତାସା ସମୁଦ୍ର ମଝିରେ ଏକ ବୋଟରେ ରିଙ୍ଗ୍ ସେରିମନି […]

  • Monday, 19 July 2021
England v India - Third International T20
ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨-୧ରେ ସିରିଜ ବିଜୟୀ

ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ଜିତି ୨-୧ରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବ୍ରିଷ୍ଟଲରେ ଖେଳା ଯାଇଥିବା ଶେଷ ଟି- ଟ୍ୱେଣ୍ଟି ମ୍ୟାଚରେ ଭାରତ ସାତ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ୧୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ୮ଟି ବଲ୍ ବାକି ଥାଇ ମାତ୍ର ୩ ଓ୍ୱିକେଟ ବିନିମୟରେ ହାସଲ କରିନେଇଛି। ରୋହିତ ଶର୍ମା ୫୬ ବଲ୍‌ରୁ ଧୂଆଁଧାର ନଟ୍ ଆଉଟ୍ ୧୦୦ ରନ୍ କରିଛନ୍ତି। ତାଙ୍କୁ ମ୍ୟାନ୍ […]

  • Monday, 19 July 2021
ଓଇଈଗ୍
ଝିଅ ଆଳତୀ କରୁଥିବା ଦେଖି ରାଗିକି ଟିଭି ଭାଙ୍ଗିଦେଲେ ଆଫ୍ରିଦି

କରାଚି : ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଆଫ୍ରିଦି ଖୁଲାସା କରିଛନ୍ତି ଯେ ଥରେ ତାଙ୍କ ଝିଅ ଆଳତୀ କରୁଥିଲେ, ଯାହାକୁ ଦେଖି ଆଫ୍ରିଦି ରାଗି ଯାଇଥିଲେ ଏବଂ ସେ ରାଗରେ ଟିଭିକୁ […]

  • Monday, 19 July 2021
aus
ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ନେଥନ୍ ଲାୟନ୍ ଓ ଜେମ୍ସ ପ୍ୟାଟିନସନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୨୪୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଚତୁର୍ଥ ଦିବସର ଅନ୍ତିମ ସେସନରେ ଟମ୍ ବ୍ଲଣ୍ଡେଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ୨୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଲାୟନ୍ ୮୧ ରନ୍ ଦେଇ ୪ଟି ଏବଂ ପ୍ୟାଟିନସନ୍ ୩୫ […]

  • Monday, 19 July 2021