କଟକ: ବୁଧବାର ଜାତୀୟ ସିନିଅର୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ ଉଦ୍ଯାପିତ ହୋଇଯାଇଛି। କଟକ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ପୁରୁଷ ଏକକ ବର୍ଗରେ ଶରତ କମଲ ଚାମ୍ପିଅନ୍ ହୋଇଛନ୍ତି। ଏହି ବିଜୟ ସହ ଲଗାତର ୯ ଥର ପାଇଁ ସେ ଜାତୀୟ ଚାମ୍ପିଅନସିପ୍ରେ ବାଜି ମାରିଛନ୍ତି। ସେହିପରି ମହିଳା ଏକକ ବର୍ଗରେ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍ ହୋଇଛନ୍ତି। […]
ସିଡ୍ନୀ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ। ସିଡ୍ନୀ ଟେଷ୍ଟର ଶେଷ ଦିନ ବର୍ଷା ଯୋଗୁ ମ୍ୟାଚ୍କୁ ଡ୍ର ଘୋଷଣା କରାଯାଇଥିଲା। ଏହା ସହିତ ୨-୧ରେ ସିରିଜ୍ରେ ଆଗୁଆ ରହିଥିବା ଟିମ୍ ଇଣ୍ଡିଆ ସିରିଜ୍ ଜିତି ଯାଇଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି। ସିଡ୍ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍ରେ ୬୨୨ ରନ୍ କରି ପାଳି ଘୋଷଣା […]
କଟକ: ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗ୍ରୁପ ‘ଡି’ର ସମସ୍ତ ମ୍ୟାଚ୍ ଏଠାରେ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବେ ଓଡ଼ିଶା ସମେତ ୮ଟି ଦଳ। ରଣଜୀ ସିଜନରେ ଭଲ ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି-ଟ୍ୱେଣ୍ଟିରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି। ବାରବାଟୀ ଓ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଏହା ପୂର୍ବରୁ ଯୋରଦାର ଅଭ୍ୟାସ ଚାଲିଛି। […]
ମୁମ୍ବାଇ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଅସନ୍ତୋଷ ଓ ଆକ୍ରୋଶ ଭରି ରିହିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ କ୍ୟାଣ୍ଡେଲ୍ ମାର୍ଚ୍ଚ କରି ଦେଶବାସୀ ସହିଦଙ୍କୁ ସମ୍ମାନ ଦେଉଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବି ଜଣାଉଛନ୍ତି। ମୁମ୍ବାଇରେ କ୍ରିକେଟ କ୍ଲବ ଇଣ୍ଡିଆ ପକ୍ଷରୁ ଅଭିନବ ଉପାୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସିସିଆଇରେ ରେସ୍ତୋରାଁରେ ଲାଗି ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପାକ୍ କ୍ରିକେଟ ଅଧିନାୟକ ଇମରାନ ଖାନ୍ଙ୍କ ଫୋଟକୁ ଆବୃତ କରାଯାଇଛି। ସିସିଆଇରେ ପୂର୍ବତନ […]
ପର୍ଥ : ପର୍ଥ ଟେଷ୍ଟରେ ହାରିଲା ଭାରତ। ୨୮୭ ରନ୍ ଟାର୍ଗେଟ୍କୁ ପିଛା କରି ୧୪୬ ରନ୍ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ଆଜି ଖେଳ ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ଭାରତ ୧୪୦ ରନ୍ରେ ଅଲଆଉଟ ହୋଇଯାଇଥିଲେ। ଆଜି ୧୧୨ ରନ୍ରୁ ଖେଳ ଆରମ୍ଭ କରିଥିବା ଭାରତ ମାତ୍ର ୨୮ ରନ୍ରେ ୫ଟି ଓ୍ୱିକେଟ୍ ହରାଇଥିଲା। ଏହି ପରାଜୟ ସହ ସିରିଜ୍ ୧-୧ରେ ବରାବର ହୋଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୩୨୬ ରନ୍ କରିଥିବାବେଳେ ଭାରତ […]
ହାମିଲଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ର ଆଜି ଫାଇନାଲ୍ ମ୍ୟାଚ୍ ହାମିଲଟନ୍ରେ ଖେଳାଯିବ। ଆଜିର ମ୍ୟାତ୍ ଜିତିଲେ ଭାରତ ଆଉ ଏକ ଟ୍ରଫି ଜିତିବା ସହିତ ସ୍ୱଦେଶ ଫେରିବ। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ସାରିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ବି ଦିନିକିଆ ଟ୍ରଫିକୁ ପ୍ରଥମ ଥର ପାଇଁ ଜିତିଛି। ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ସୋଚନୀୟ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଭାରତ […]
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗତକାଲି ଖେଳାଯାଇଥିବା ଏକ ଲିଗ୍ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇ ଦେଇଛି। ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ଗୋଲ୍ ସ୍କୋର୍ କରିଥିଲେ। ସେହିପରି ଅନ୍ୟ ଏକ ମ୍ୟାଚ୍ରେ ମିଆଁମାର ୩-୦ଗୋଲ୍ରେ ନେପାଳକୁ ପରାସ୍ତ କରିଛି। ଗତକାଲି ଦୁଇଟି ମ୍ୟାଚ୍ ଖେଳାଯାଇଥିଲା, ପ୍ରଥମ ମ୍ୟାଚ୍ ମିଆଁମାର ଏବଂ ନେପାଳ ମଧ୍ୟରେ […]
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍ବଲ୍ ଗୋଲ୍ଡ କପ୍। ଆୟୋଜକ ଭାରତ ସମେତ ନେପାଳ, ମିଆଁମାର ଏବଂ ଇରାନ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ମ୍ୟାଚ୍ ଆଜି ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତକୁ ସାମ୍ନା କରିବ ଇରାନ ଟିମ୍। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ବେଳେ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ସଂଧ୍ୟା ୭ଟାରେ ଖେଳାଯିବ। ରାଉଣ୍ଡ ରବୀନ ପଦ୍ଧତିରେ […]
ଓକ୍ଲାଣ୍ଡ୍: ଟି-୨୦ ସିରିଜ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୪ ଓ୍ୱିକେଟରେ ପରାସ୍ତ କରି ୩ ଟିକିଆ ସିରିଜ୍ରେ ୨-୦ରେ ଆଗୁଆ ରହିଛି। ତେବେ ମ୍ୟାଚ୍ଟି ଖୁବ୍ ରୋମାଞ୍ଚକର ହୋଇଥିଲା। ମ୍ୟାଚରେ ଶେଷ ବଲରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା ଘରୋଇ ଦଳ। ୧୩୬ ରନ୍କୁ ପିଛା କରୁଥିବା ଘରୋଇ ଦଳ ୨୦ ଓଭରର ଶେଷ ବଲରେ ବିଜୟ ହାସଲ କରିଛି। ଦଳ ପକ୍ଷରୁ ସୁଜୁଇ ବଟ୍ସ ସର୍ବାଧିକ […]
ଆଡେଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍କୁ ଭାରତୀୟ ଟିମ୍ କବ୍ଜା କରି ନେଇଛି। ଆଡେଲେଡ୍ରେ ସଂଘର୍ଷପୂର୍ଣ୍ଣ ଭାବେ ୩୧ ରନ୍ରେ ମ୍ୟାଚ୍କୁ ଛଡ଼ାଇ ଆଣିଛି ଟିମ୍ ଇଣ୍ଡିଆ। ୪ ୱିକେଟ୍ରେ ୧୦୪ ରନ୍ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଟିମ୍କୁ ୨୯୧ ରନ୍ରେ ସୀମିତ ରଖିଛି ଭାରତୀୟ ଦଳ। ସେପଟେ ପୁଣି ଥରେ ଆଡେଲେଡ୍ରେ ବୋଲର୍ଙ୍କ ଜଲୱା ଦେଖିବାକୁ ମିଳିଛି। ଯଶପ୍ରୀତ୍ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ପାଇଥିବା […]
ଭୁବନେଶ୍ୱର: ହକି ବିଶ୍ୱକପ୍ରେ ଆଜି ପୁଲ ‘ସି’ରେ ଶେଷ ଲିଗ ମ୍ୟାଚ୍ ଟକ୍କର ହେବ। ଆୟୋଜକ ଭାରତ ସହ କାନାଡ଼ାର ହେବ ମୁକାବିଲା । ଭାରତ ବିଶ୍ୱ ରାଙ୍କିଙ୍ଗର ୫ ନମ୍ବର ସ୍ଥାନରେ ଥିବାବେଳେ କାନାଡ଼ାର ରାଙ୍କ ହେଉଛି ୧୧। ରେକର୍ଡ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ରହିଥିବାବେଳେ ହୋମ୍ ଗ୍ରାଉଣ୍ଡ ଆଡଭାଣ୍ଟେଜ ମଧ୍ୟ ରହିଛି । ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ୨ଟି ମ୍ୟାଚ୍ରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲ୍ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ହକି ମହାକୁମ୍ଭ। ଆଉ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ବିଶ୍ୱର ୧୬ଟି ଦେଶ। ଚଳିତ ହକି ବିଶ୍ୱକପ୍ ମୁକାବିଲାରେ ଭାଗ ନେଇଥିବା ୧୬ ଟିମ୍ରୁ ଅଧିକାଂଶ ଦଳର କୋଚ୍ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସାମଞ୍ଜସ୍ୟତା ଅର୍ଥାତ୍ ୧୦ଟି ଟିମ୍ର କୋଚ୍ ଏହା ପୂର୍ବରୁ ମହିଳା ଦଳରେ ସଫଳତା ସାଉଁଟିବା ପରେ ଏବେ ପୁରୁଷ ଦଳର ଗୁରୁ ଦାୟିତ୍ୱ ନେଇଛନ୍ତି। ଭାରତୀୟ ଟିମ୍ର କୋଚ୍ ହରେନ୍ଦ୍ର ସିଂ ୨୦୧୭ ରେ ଭାରତୀୟ ମହିଳା ହକି […]
ହାମିଲ୍ଟନ୍: ନ୍ୟୁଜିଲ୍ୟାଣ୍ଡ୍ର ହାମିଲ୍ଟନ୍ରେ ଖେଳାଯାଉଥିବା ଥିବା ଭାରତ ଓ ନ୍ୟୁଜିଲାଣ୍ଡ୍ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଭାରତ। ଦଳର ଦୁଇଜଣ ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର୍ ଧାୱନ୍ ଓ ରୋହିତ ଶର୍ମା ଆଉଟ୍ ହୋଇଛନ୍ତି। ଶିଖର୍ ୧୩ ରନ୍ କରିଥିବା ବେଳେ ରୋହିତ ମାତ୍ର ୭ ରନ୍ କରି ଆଉଟ୍ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ଦୁଇଟି ୱିକେଟ୍ ନେଇଛନ୍ତି। ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ଟସ୍ ଜିତି ପ୍ରଥମେ […]
ବର୍ଲିନ: ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀ ୨୩ ତାରିଖରୁ ୨୮ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିଲେ। ୧୦ ମିଟର ସୁଟିଂ ମିକ୍ସ କମ୍ପିଟିସନରେ ରୁଷିଆ ଖେଳାଳିଙ୍କୁ ହରାଇ ଶ୍ରୀୟଙ୍କା ଓ ସହଯୋଗୀ ଅଖିଳ ସେରନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୂଚନା ପାଇଁ କହି ରଖୁଛୁ ଯେ ଓଡ଼ିଆ […]
ଭୁବନେଶ୍ୱର: ଆଜିଠୁ ଅନ୍ଲାଇନ୍ରେ ବିକ୍ରି ହେଉଛି ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକଟ୍ ବିକ୍ରି ଅାରମ୍ଭ ହେବା କ୍ଷଣି ୱେବସାଇଟ୍ କାମ କରୁନଥିବା ନଜର ଅାସିଛି। ଫଳରେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବହୁ ସଂଖ୍ୟକ ହକିପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ସଂପୃକ୍ତ ୱେବ୍ସାଇଟ୍ ଖୋଲୁ ନଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଆଜିଠୁ ଅନ୍ଲାଇନ୍ରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକେଟ୍ ବିକ୍ରି […]
ମେଲବୋର୍ଣ୍ଣ: ଟେଷ୍ଟ ଭଳି ୱାନ୍ ଡେରେ ମଧ୍ୟ କମାଲ୍ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ମେଲବୋର୍ଣ୍ଣ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଭାରତ। ଏଥିସହିତ ଟେଷ୍ଟ ସିରିଜ୍ ଭଳି ଦିନିକିଆ ସିରିଜକୁ ମଧ୍ୟ କବ୍ଜା କରିନେଇଛି ଟିମ୍ ଇଣ୍ଡିଆ। ଭାରତ ଆଗରେ ଅଷ୍ଟ୍ରେଲିଆ ୨୩୧ରନର ବିଜୟ ଲକ୍ଷ୍ୟ ରଖିଥିଲା। ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଟିମ ଇଣ୍ଡିଆ ମେଲବୋର୍ଣ୍ଣରେ ବିଜୟୀ ହୋଇଛି। ଧୋନୀ ଅପରାଜିତ ୮୭, କେଦାର ଯାଦବ […]
ମେଲବୋର୍ଣ୍ଣ: ଇଣ୍ଡିଆ, ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍ବୋର୍ଣ୍ଣରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍ର ଅନ୍ତିମ ମ୍ୟାଚ୍ରେ କମାଲ ଦେଖାଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ। ତାଙ୍କର ଚମତ୍କାର ସ୍ପିନ୍ ଆଗରେ ଅଷ୍ଟ୍ରେଲିଆ ଘାଇଲା ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆ ୪୮ ଓଭର ୪ଟି ବଲ୍ ଖେଳି ୨୩୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତର ଚହଲ୍ ୬ଟି ଓ୍ୱିକେଟ ନେଇଛନ୍ତି। ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିଲା ଟିମ୍ […]
ଆଡିଲେଡ୍: କମ୍ ବ୍ୟାକ୍ର ଲକ୍ଷ୍ୟ ନେଇ ଆଡିଲେଡ୍ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଏଥିରେ ସଫଳ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪ ୱିକେଟ୍ରେ ଜିତି ନେଇଛି। ଧୋନି ଭାରତକୁ ମ୍ୟାଚ୍ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏଥିସହ କାହିଁକି ସେ ଟିମ୍ ଇଣ୍ଡିଆରେ ରହିଛନ୍ତି, ତାହା ମଧ୍ୟ […]
ସିଡ୍ନୀ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ସିଡ୍ନୀରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍ରେ ୩୪ ରନ୍ରେ ପରାସ୍ତ ହୋଇଛି ଇଣ୍ଡିଆ। ଏହି ବିଜୟ ସହିତ ତିନିଟିକିଆ ୱାନ୍ଡେ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ଆଜି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୮ ରନ୍ କରିଥିଲା। ଉସ୍ମାନ ଖ୍ୱାଜା, ସନ୍ ମାର୍ଶ ଓ ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ୨୮୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ […]
ଭୁବନେଶ୍ୱର: ଆଜିଠୁ ଅନ୍ଲାଇନ୍ରେ ବିକ୍ରି ହେବ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍ ଉପଲବ୍ଧ ହେବ। ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ। ଉଭୟ ସ୍ଥାନରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ତା’ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି […]
ଭୁବନେଶ୍ୱର: କାଉଣ୍ଟରରେ ନୁହେଁ, ଅନ୍ଲାଇନ୍ରେ ମିଳିବ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକେଟ୍। ଆସନ୍ତା ସପ୍ତାହରୁ ଏସବୁ ଟିକେଟ୍ ବିକ୍ରି ହେବ। ତେବେ ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଏଫ୍ଆଇଏଚ୍ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଗତକାଲି ଅନୁଷ୍ଠିତ ଜେନେରାଲ୍ ବଡ଼ି ବୈଠକ ପରେ ଏହି ସୂଚନା ଦେଇଛନ୍ତି। ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ରେ ଏବଂ ୨୮ ତାରିଖରେ ବାରବାଟୀରେ […]
ଚେନ୍ନାଇ : ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ଜିତିଲା ଭାରତ । ୧୮୨ ରନ୍ ବିଜୟ ଲକ୍ଷ୍ୟ ନେଇ ୬ ୱିକେଟ୍ରେ ଚେନ୍ନାଇ ବିଜୟ ସହ ସିରିଜ୍ ପୋଛିନେଲା ଇଣ୍ଡିଆ । ଧାୱନଙ୍କ (୯୨ରନ୍) ଧୂଆଧାର୍ ବ୍ୟାଟିଂରେ ଭାରତ ଏହି ରୋମାଞ୍ଚକର ମ୍ୟାଚକୁ ଜିତିନେଇଛି । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଭାରତ ଅାଗରେ ୧୮୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ୍। ଚେନ୍ନାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ […]
ଗୁଏନା: ୱେଷ୍ଟଇଣ୍ଡିଜ୍ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତ ୧୯୪ ରନ୍ରେ ଇନିଂସ୍ ସାରି ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି। ଯାହାକି ଭାରତୀୟ ମହିଳା ଭାବେ ମଧ୍ୟ ପ୍ରଥମ। ଏତଦ୍ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍ରେ ତୃତୀୟ ଶତକ। ସେ ୫୧ଟି ବଲରେ ୧୦୩ ରନ ସଂଗ୍ରହ କରିଥିଲେ। ଟସ୍ ଜିତି କୌର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। […]