
ରାଜା ଚକ୍ରଙ୍କ ପରେ କିଏ ? କାହାକୁ ଟାଣିବ କ୍ରାଇମବ୍ରାଞ୍ଚ ? ରାଜନେତା ନା ଆଇଏଏସ ନା ଆଇପିଏସ, କିଏ ଫସିବେ ? ରାଜା ଚକ୍ରଙ୍କ ବିଜନେସ୍ ପାର୍ଟନର ଆଇପିଏସ୍ ମିତ୍ରଭାନୁଙ୍କ ଶଳା କିଏ? ଗତକାଲି ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ବାବଦରେ ବଦ୍ରି ପାତ୍ରଙ୍କ ଖୁଲାସାପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।
'ରାଜା ଚକ୍ର ପାଇଁ ମୁଁ ଅଛି ମୋସହ ଅନ୍ୟ ଆଡଭୋକେଟମାନେ ଅଛନ୍ତି । ମୁଁ ରାଜା ଚକ୍ରକୁ ଜାମିନରେ ଆଣିବି ।'
ବାଲେଶ୍ୱର କୋର୍ଟରେ ହାଜର ପରେ ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି ଏହି ବିଜେଡି ନେତା ।
ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ହାଜର ପରେ ରିମାଣ୍ଡରେ ଆଣି ଆଉ କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବ ଇଓଡବ୍ଲୁ ।
ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା ।
ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା ।
ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ।
ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ।
ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।
ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।
ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି EOW ଚଢାଉ । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ରେ ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ପୁଣିଥରେ EOW ଚଢାଉ କରିଛି।
‘ବବିଦାସ, ପାଣ୍ଡିଆନଙ୍କ ବଳରେ ଶକ୍ତିଶାଳୀ ରାଜା ଚକ୍ର । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ? ’- ସାଂସଦ ମମତା ମହାନ୍ତ
ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ରାଜା ଚକ୍ର ହୋଇଥିଲେ ପାୱାରଫୁଲ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲା ତନାଘନା ମଧ୍ୟରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ମମତା ମହାନ୍ତ । ପଢନ୍ତୁ ପୂରା ଖବର
ଏହାସହ ବଡ଼ ସୁରାକ ଲାଗିଛି ତଦନ୍ତକାରୀ ସଂସ୍ଥା ହାତରେ । EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ ଥିବା ମଧ୍ୟ ଜଣାପଡ଼ିଛି ।
ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW ।
ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ ।
ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ରେ ୫୦କୋଟି ଟଙ୍କା ଅର୍ଥ ହେରଫେର ନେଇ ତଦନ୍ତ ଘେରକୁ ଆସିଛନ୍ତି ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ।
ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି।