Advertisment

Raja Chakra: ଆଜି କୋର୍ଟରେ ହାଜର ହେବେ ରାଜା ଚକ୍ର, ରିମାଣ୍ଡରେ ଆଣିବ EOW

ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ହାଜର ପରେ ରିମାଣ୍ଡରେ ଆଣି ଆଉ କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବ ଇଓଡବ୍ଲୁ ।

author-image
Namita Biswal
ଅଦ୍ୟତନ ହୋଇଛି
 Raja Chakra arrest

Raja Chakra arrest

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମହାଘୋଟଲା ମାମଲାରେ ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିବ EOW । ଏହାପରେ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବଦେନ କରାଯିବ । ରିମାଣ୍ଡରେ ଆଣି ଆଉ କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବାକୁ ଯୋଜନା କରିଛି ଇଓଡବ୍ଲୁ । ଯାହାଫଳରେ ଏହି ମାମଲାରେ ଆଗାମୀ ଦିନରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ଲିଙ୍କ୍ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । 

Advertisment

ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ର ଗିରଫ

କ୍ରାଇମବ୍ରାଞ୍ଚ EOWର ଚକ୍ରବ୍ୟୂହରେ ଫସିଯାଇଛନ୍ତି ବିଜେଡି ନେତା ରାଜା ଚକ୍ର । ୮ ଦିନ କାଳ ଘନ ଘନ ରେଡ୍, ଘଣ୍ଟାଚକଟା ପରେ ଶେଷରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତତା ମାମଲାରେ ରାଜାଙ୍କୁ ବାନ୍ଧିଛି EOW । ସାମ୍ନାକୁ ଆସିଛି ବର୍ଷ ବର୍ଷ ଧରି ଲୋକଙ୍କ ଟଙ୍କା ହଡ଼ପ କରି କୁବେର ବନିବାର ରହସ୍ୟ । ଆଜି ରାଜା ଚକ୍ରଙ୍କୁ ରିମାଣ୍ଡରେ ଆଣି ନେତା-ପ୍ରଶାସକ ଲିଙ୍କ ଖୋଳତାଡ଼ କରିବାକୁ ପ୍ରସ୍ତୁତ ହେଉଛି ଇଓଡବ୍ଲୁ । 

ରାଜା ଚକ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା । ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା । 

Advertisment

କେମିତି ହୋଇଥିଲା ମହାଘୋଟାଲା ?
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, କେନ୍ଦୁଝର ଶୁଆକାଟିରେ ପ୍ରଥମେ 10ରୁ 11ଟି ଗାଁ ଲୋକ ମିଶି ଏଇ ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ିଥିଲେ । ଉଦ୍ଦେଶ୍ୟ ଥିଲା, ଏଥିରୁ ଯାହା ଲାଭ ହେବ ସେଥିରେ ଅଞ୍ଚଳର ବିକାଶ ହେବ, ଲୋକଙ୍କୁ ରୋଜଗାର ମିଳିବ । ବାହାରର କେହି ଲୋକ ସୋସାଇଟିରେ ରହିପାରିବେ ନାହିଁ । କିନ୍ତୁ ବାହାରର ପ୍ରଭାବଶାଳୀ ନେତା ଓ ପ୍ରଶାସକଙ୍କୁ ଧରି ବିଜେଡି ନେତା ରାଜା ଚକ୍ର ଏଥିରେ ଏଣ୍ଟ୍ରି ମାରିଲେ । ସଭାପତି ଓ ସଂପାଦକଙ୍କୁ ସଖୀ କଣ୍ଢେଇ କରି ପ୍ରଭାବଶାଳୀ ନେତା ରାଜାଙ୍କ ଜରିଆରେ ଠାକୁର ଖାଇ ଖଟୁଲି ଖାଇଲା ଭଳି ପୂରା ସୋସାଇଟିକୁ ଖୋଳ କରି ଚାଲିଲେ । 

2012-13 ପରେ ସଂସ୍ଥାର ଅଡିଟ୍ ହେଲାନି । ଯେଉଁ 2017-18ରୁ ମାର୍ଚ୍ଚ 2024 ଯାଏଁ ସୋସାଇଟି ଖାତାରେ 185 କୋଟି ଇନକମ୍ ଦର୍ଶାଗଲା, ତାହା ବି କେମିତି ହଡ଼ପ ହେଲା ତାର ଗୋଟି ଗୋଟି ହିସାବ ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ପାରିପାର୍ଶ୍ବିକ ବିକାଶ ପାଇଁ 34 କୋଟି ଖର୍ଚ୍ଚ ଦର୍ଶାଇ ପୂରା ଅର୍ଥ ଚଳୁ ହୋଇଛି, ସୋସାଇଟି ଗାଡ଼ି ବଦଳରେ ନିଜ ଟ୍ରାନସପୋର୍ଟଂ ଗାଡ଼ି ଓ ମେସିନାରୀରେ ରାଜା ପକାଇଛନ୍ତି 9.1 କୋଟି ଟଙ୍କାର ତେଲ, ଲୋକଙ୍କ ମୁହଁ ଚୁପ କରି ସମର୍ଥନ ହାସଲ ପାଇଁ ଦୁଇ ଗାଁରେ ବଣ୍ଟା ହେଇଛି 33 କୋଟି ଟଙ୍କା, ମେସିନରେ କାମ କରି ମିଛ ମଷ୍ଟର ରୋଲରେ ଲେବର କାମ କରୁଥିବା ଦର୍ଶାଇ ହ଼ଡ଼ପ କରିଛନ୍ତି 74 କୋଟି ଟଙ୍କା । ଏସବୁ ପ୍ରମାଣ ହାତରେ ଲାଗିବା ପରେ ରାଜାଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: ୯ ଦିନ ଧରି ରାଜାଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍; ଆଗକୁ କାହା ପାଳି ?

Crime Branch EOW BJD Leaders Gandhamardan Raja Chakra
Advertisment
Advertisment