ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜାନନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ । ଏ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ ।
ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ।
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ଏହିଦିନ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ ଜାଣିବା ପାଇଁ ପଢନ୍ତୁ।
ଆଜି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରୁଛନ୍ତି । ଏହାସହ ଆଜି ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଦେଖନ୍ତୁ କିଛି ଚିତ୍ର...
ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ ।
ଆଉ ରହିଲା ମାତ୍ର ଗୋଟିଏ ଦିନ। ଭକ୍ତଗଣ ଦେଖିବେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ। ଏନେଇ ସମସ୍ତେ ଉତ୍ସବମୁଖର।
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି। ସକାଳ ପାହିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ରୀତିନୀତି ଓ ପରମ୍ପରା ଅନୁଯାଇ ଆସନ୍ତାକାଲି ସକାଳ ୫ ରୁ ୬ ମଧ୍ୟରେ ଚୋକାଛଡ଼ା ନୀତି ଅନୁଷ୍ଠିତ ହେବ। ଏହା ପରେ ଗୋଟି ପହଣ୍ଡି କରି ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରିବେ। ତେବେ ଆସନ୍ତାକାଲି ବାରିପଦାରେ ମଧ୍ୟ କରୋନା ଲକ୍ଡାଉନ୍ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ କରାଯିବ। ସକାଳୁ ସଂନ୍ଧ୍ୟା […]
ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ପୁଣି ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ସର୍ବ ପ୍ରଥମ ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବାକୁ ହୋଇଛି ବ୍ୟାପକ ବ୍ୟବସ୍ଥା। ସେହିପରି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ଲାଗି ୪୨ ପ୍ଳାଟୁନ୍ ଫୋର୍ସ ମୁତୟନ ହେବେ । ଆଉ କିଛି ଘଣ୍ଟାର ଅପେକ୍ଷା ଘଣ୍ଟ, ଘଣ୍ଟା, ବାଦ୍ୟରେ ଦୁଲକି ଉଠିବ […]
ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମା ପରେ ଶୀଜୀଉ ବିଜେ କରିବେ ଅଣସର ଘରକୁ । ଏହି ସମୟରେ ମହାପ୍ରଭୁଙ୍କ ପରିବର୍ତ୍ତେ ଜଗନ୍ନାଥଙ୍କ ପ୍ରତୀକ ଭାବେ ଦର୍ଶନ ଦେବେ ଅଲାରନାଥ। ଅଲାରନାଥଙ୍କୁ ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ହେଲେ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ରାସ୍ତାରେ ଲହଡ଼ି ମାରୁଛି ମଇଳା ପାଣି । ବ୍ରହ୍ମଗିରି ଜାତୀୟ ରାଜପଥରୁ ନେଇ ମନ୍ଦିର ପର୍ଯ୍ୟନ୍ତ ରହିଛି ଆଣ୍ଠୁଏ ଉଚ୍ଚର […]
ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତା’ ପରେ ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ହେବ। ଠିଆ ପହୁଡ଼ରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ କୋଠମୁଆଁସିଆ ସେବକମାନେ ରତ୍ନସିଂହାସନରୁ ଚାରମାଳ ବାନ୍ଧିବେ। ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ। ଦିନ ବେଳା ଏହି ସେନାପଟା ଲାଗି କରାଯିବ। ତେଣୁ […]
ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ […]
ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ…