Advertisment

ଦେବସ୍ନାନ ପୂର୍ଣ୍ଣିମା ପାଇଁ ବଡଦାଣ୍ଡ ପ୍ରସ୍ତୁତି

ଆଉ ରହିଲା ମାତ୍ର ଗୋଟିଏ ଦିନ। ଭକ୍ତଗଣ ଦେଖିବେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ। ଏନେଇ ସମସ୍ତେ ଉତ୍ସବମୁଖର।

author-image
Pramod Behera
ଅଦ୍ୟତନ ହୋଇଛି
Puri is ready for Snana Jatra

Puri is ready for Snana Jatra

ଗୋଟିଏ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ଜଳବିଜେ, ଦିବ୍ୟ ସ୍ନାନ ଓ ହାତୀବେଶ ଦୀର୍ଘ ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ନେବେ ଭକ୍ତ। ବଡଦାଣ୍ଡରେ ଦଣ୍ଡାୟମାନ ହୋଇ ଚତୁର୍ଦ୍ଧା ବିଗ୍ରହଙ୍କ ଦୁଲ୍ଲଭ ସ୍ନାନ ଦେଖିବାର ସୁଯୋଗ ପାଇବେ। ଶ୍ରୀମନ୍ଦିର ଭିତରେ ସ୍ନାନ ମଣ୍ଡପ ପ୍ରଦିକ୍ଷଣ ଓ ହାତୀ ବେଶ ଅତି ନିକଟରୁ ଦେଖିବା ପାଇଁ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ କରାଯାଇଛି।

Advertisment

ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ସେପଟେ ଟ୍ରାଫିକ୍‌ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ବଡଦାଣ୍ଡରେ ବ୍ୟାରିକେଡ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେବାୟତ। ପହଣ୍ଡି ଭୋର ୪ଟାରୁ ଆରମ୍ଭ କରାଯିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ଏନେଇ ଆଜିଠାରୁ ବଡଦାଣ୍ଡରେ ଉତ୍ସବ ମୁଖର ହେବାରେ ଲାଗିଲାଣି। ମଦନମୋହନ ଓ ରୁକ୍ମଣୀଙ୍କ ଗୁଆଲି ପର୍ବକୁ ଲମ୍ବାଧାଡିରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରୁଛନ୍ତି। ଗୋଟିଏ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ମାର୍କେଟ ଛକରୁ ସିଂହଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଛି। ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବେ ସେମାନେ ବ୍ୟାରିକେଡ୍‌ରେ ଯାଇ ସ୍ନାନ ମଣ୍ଡପ ଚାରିପଟେ ବୁଲି ମହାପ୍ରଭୁଙ୍କ ସ୍ନାନ ଓ ହାତୀବେଶ ଦେଖି ପାରିବେ।

Advertisment

ସେହିପରି ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଟ୍ରାଫିକ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଏସ୍‌ପି। ଅନ୍ୟପଟେ ବ୍ୟାରିକେଡ୍‌କୁ ନେଇ ଅସନ୍ତୋଷ ଵ୍ୟକ୍ତ କରିଛନ୍ତି ବରିଷ୍ଠ ସେବାୟତ।

ଆଜି ପହୁଡ ପରେ ରତ୍ନସିଂହାସନ ଚାରମାଳ କରାଯିବ। ପରେ ମହାପ୍ରଭୁଙ୍କର ବାହୁଟକଣ୍ଟ କରାଯିବ। ଆସନ୍ତାକାଲି ସକାଳୁ ବଉଳ କାଠରେ ସେନାପଟା ଲାଗି କରାଯିବ। ଶ୍ରୀଅଙ୍ଗ ସୁରକ୍ଷିତ ରହିବା ଭକ୍ତଗଣ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ଭୋର ୪ଟାରୁ ପହଣ୍ଡି କରାଯିବା ପରେ ଜଳ ବିଜେ, ଦିବ୍ୟ ସ୍ନାନ ଓ ହାତୀ ବେଶ କରାଯିବ। ଭକ୍ତଗଣ ସ୍ନାନ ମଣ୍ଡପ ଉପରକୁ ଯାଇ ଅତିନିକଟରୁ ମହାପ୍ରଭୁଙ୍କ ଏହି ଦିବ୍ୟ ଲିଳାକୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ।

ଏହାକୁ ନେଇ ଭକ୍ତ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁତ ସ୍ନାନଯାତ୍ରା ଦେଖିପାରିବାର ସୁଯୋଗ ମିଳିବ, ସେଥିପାଇଁ ଅପେକ୍ଷାରେ ଥିବା ଭକ୍ତଗଣ ଉତ୍ସବମୁଖର।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ର)

Snana Jatra
Advertisment
Advertisment