ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଏହି ଦିନଟିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଲୋକମାନେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା କରିବା ସହ ଭୋଗ କରିବାର ପରମ୍ପରା ରହିଛି। ବିଭିନ୍ନ […]
ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା। ରଜ ସହ ସୁଆଦିଆ ମିଠା ପାନର ସମ୍ପର୍କ ବେଶ୍ ନିବିଡ଼। ୧୦-୧୨ ପ୍ରକାର ମସଲା ପଡ଼ିଥିବା ସୁଆଦିଆ ପାନ ଖଣ୍ଡେ ଖାଇ ମନ ପୂରିବା ଯାଏଁ ଦୋଳି […]
ପୁରୀ : ଆଜି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉ ମକର ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ୬ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କୁ ମକର ଭୋଗ ଲାଗି ହେବ। ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଏହି କ୍ରମରେ ଓଡ଼ିଶାରେ ଥିବା […]
ମକର ସଂକ୍ରାନ୍ତିରେ ମକର ଶବ୍ଦ ସୌର ମଣ୍ଡଳର ବାର ରାଶି ଗୁଡ଼ିକ ମଧ୍ୟରେ ଗୋଟିଏ ରାଶି , ଯାହାର ସ୍ୱାମୀଦେବ ଶନି ଗ୍ରହ । ସଂକ୍ରାନ୍ତିର ଅର୍ଥ ସଂକ୍ରମଣ ଅର୍ଥାତ୍ ଗ୍ରହର ପ୍ରବେଶ କରିବା । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିକୁ ଛାଡ଼ି ମକର ରାଶିରେ ପ୍ରବେଶ କରିଥାନ୍ତି । ଭାରତୀୟ ଜ୍ୟୋତିଷ ବିଜ୍ଞାନ ଅନୁସାରେ , ସୂର୍ଯ୍ୟ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାନ୍ତି। ଉତ୍ତରାୟଣ ସୂର୍ଯ୍ୟର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ […]
ଭୁବନେଶ୍ୱର : ଆସନ୍ତା ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୧୫ ତାରିଖ ମକର ସଂକ୍ରାନ୍ତି ଯୋଗୁ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ପାଇଁ ଅନୁମତି ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ଭୁବନେଶ୍ୱର: ଆଜି ରଜ ଉତ୍ସବର ଦ୍ୱିତୀୟ ଦିନ ଅର୍ଥାତ୍ ରଜ ସଂକ୍ରାନ୍ତି। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ବିଶେଷ କରି ଝିଅମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଗାଁଠୁ ସହର, ସବୁଠି ପିଠା ପଣାର ମହକ। ଆଉ ତା’ ସାଙ୍ଗକୁ ଜମୁଛି ଖେଳକୁଦର ଆସର। ବିଭିନ୍ନ ସ୍ଥାନରେ ଦୋଳି ଖେଳ, ପୁଚି ଖେଳ ସାଙ୍ଗକୁ ପିଠା, ମିଠା ଓ ରଜ ପାନର ମହକ। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଓ କଲ୍ୟାଣପୁରରେ ବେଶ୍ ଆଡମ୍ବର ସହକାରେ ରଜ […]
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଓଡ଼ିଶା ଟେଲିଭିଜନ ନେଟ୍ୱର୍କ, ଭାରତ ମସଲା ସହଯୋଗରେ ଆୟୋଜନ କରୁଛି ରସଗୋଲା ମହୋତ୍ସବ। ଭୁବନେଶ୍ୱର ପଟିଆ ବିଗ୍ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡିଆରେ ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେବେ। ଏଥର ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’। ସନ୍ଧ୍ୟାରେ ଓଲିଉଡ୍ର କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିବାର ମଧ୍ୟ କାର୍ଯ୍ୟକ୍ରମ […]
ମୟୂରଭଞ୍ଜ : ଦିନକ ପରେ ମକର ସଂକ୍ରାନ୍ତି। ଘରେ ଘରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମୟୂରଭଞ୍ଜ ଜିଲ୍ଲା। ଚାଲିଛି ଘରର ଲିପାପୋଛା, ଅଙ୍କା ଯାଉଛି ରଙ୍ଗବେରଙ୍ଗରେ ଚିତ୍ର। ଏହାକୁ ଗଣପର୍ବ ରୂପେ ପାଳନ କରନ୍ତି ଏହି ଜିଲ୍ଲାବାସୀ। ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଘରେ ଘରେ ପିଠାପଣା କରାଯିବ ସହ ମାଂସଭାତର ଆସର ଜମେ। ଏହି ଦିନରେ ନୂଆଲୁଗା […]
କଟକ : ଆଗକୁ ଆସୁଛି ମକର ସଂକ୍ରାନ୍ତି। ଏହି ଦିନ ଆସିଲେ ମନକୁ ଆସିଯାଏ କଟକର ଗୁଡ଼ି ଉଡା ପରମ୍ପରା। କାହିଁ କେଉଁ କାଳରୁ କଟକରେ ଏହି ପରମ୍ପରା ଚାଲି ଆସିଥିବାବେଳେ, ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଲାଣି ଭଳିକି ଭଳି ଗୁଡ଼ି। ହାତରେ ମାତ୍ର ଦୁଇ ଦିନ ଥିବାରୁ ସାହି ଗଳିରେ ପିଲାମାନେ ଗୁଡ଼ି ଉଡା ଆରମ୍ଭ କରିସାରିଲେଣି। ସେପଟେ ସମୟକ୍ରମେ ସାଧା ସୂତା ବଦଳରେ ପ୍ଲାଷ୍ଟିକ୍ ସୂତାର ଚାହିଦା ବଢୁଥିବାରୁ କେତେବେଳେ ଯେ କାହାର ଜୀବନ […]
ଗଞ୍ଜାମ: କରୋନା ପାଇଁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ଦଣ୍ଡଯାତ୍ରା ବନ୍ଦ ରହିଛି। ଆସନ୍ତାକାଲି ମେରୁ ସଂକ୍ରାନ୍ତି ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରି ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି। କିନ୍ତୁ ଏଥର […]
ଭୁବନେଶ୍ୱର : ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି . . ତା ସହ ମହାବୀର ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ । ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ […]
ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି […]
ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍ଡାଉନ, ସଟ୍ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି। ଆଜି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା […]
ଭୁବନେଶ୍ୱର:ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପ୍ରଭୁ ମହାବୀରଙ୍କ ଜୟନ୍ତୀ । ଏହି ଅବସରରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ହନୁମାନଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ପରମ୍ପରା ଅନୁସାରେ ହେଉଛି । କିନ୍ତୁ ଲକଡାଉନ ଜାରି ରହିଥିବାରୁ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ସମସ୍ତ ନୀତିକାନ୍ତି କରାଯିବ ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କରୋନା ପାଇଁ ଗଞ୍ଜାମ […]
A stand up comedy show that uses satire to address political issues. Contestants present their talent through ticking the ribs of the audience by using