ମାୟାଙ୍କ ପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ଶତ ପ୍ରଣାମ । ବିନା ଛୁଟିରେ ସେ ଏକ ବର୍ଷ ପାଇଁ କାମ କରିଛନ୍ତି ।
ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଝାଟିପଦର ଓ ରଘୁନାଥପୁର ଗାଁ ମଝିରେ ଅବସ୍ଥିତ ଶିଖରେଶ୍ୱର ପାହାଡ଼ । ଲୋକଙ୍କ କହିବା ଅନୁସାରେ ପାହାଡ଼ ଶୀର୍ଷରେ ଥିବା ଏକ ଶିବ ଲିଙ୍ଗ ପ୍ରତ୍ୟେକ ବର୍ଷ ବଢି ବଢି ଚାଲିଛି
ପାଣି ଭିତରେ ମନ୍ଦିର ଓ ଏହାରି ଭିତରେ ଶୋଭା ପାଉଛି ମହାଦେବଙ୍କ ମନ୍ଦିର। ରାଜସ୍ଥାନ ବାଂଶବାଡ଼ାର ପ୍ରସିଦ୍ଧ ପୌରାଣିକ ସଙ୍ଗମେଶ୍ୱର ମନ୍ଦିର ବର୍ଷର ୮ ମାସ ପାଣିରେ ବୁଡ଼ି ରହେ। ୩୦୦ ବର୍ଷ ପୂର୍ବର ମନ୍ଦିର ଆଜି ବି ସୁନ୍ଦର ଓ ଆକର୍ଷଣୀୟ ରହିଛି।
ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ
ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ
ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୧୦ ଟନ୍ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି। ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ […]
ଉମରକୋଟ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ। ଏହି ଲୋକକଥା ଆଜି ସତ ହେଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ନାଙ୍ଗରାଡଙ୍ଗରୀ ଗାଁରେ ଘଟିଛି ଏଭଳି ଘଟଣା। ଗାଁ ଲୋକଙ୍କ କହିବାନୁଯାୟୀ, ଗାଁର ଦଶମୁ ଭତ୍ରା କନ୍ଦା ଖୋଳୁ ଖୋଳୁ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସମସ୍ତେ ମିଶି ଖୋଳିବା ପରେ ଶିବଲିଙ୍ଗ ବାହାରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା […]
କେନ୍ଦୁଝର : ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ। ହେଲେ ଜିଲ୍ଲାର ବାଂଶପାଳ ବ୍ଲକ ଚମ୍ପାଝରରେ ଥିବା ‘ମହାଦେବ ମୁଣ୍ଡିଆ’ ପାହାଡ଼ ପର୍ଯ୍ୟଟନ ମାନଚିତ୍ରର ଆଢୁଆଳରେ ରହିଯାଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହେଡ଼୍ କ୍ୱାର୍ଟରରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ବରଗୋଡ଼ା ଛକ। ଏହି ଠାରୁ ୪ କିଲୋମିଟର ମାଟି ରାସ୍ତାରେ […]
ଭୁବନେଶ୍ୱର: ଆଜି ଶିବରାତ୍ରୀ। ମହାଦେବଙ୍କ ପାଇଁ ମହା ଆରାଧନା। ରାଜ୍ୟର ଶୈବ ପୀଠରେ ଚାଲିଛି ଭୋଲା ବାବାଙ୍କ ପୂଜାର୍ଚ୍ଚନା। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ […]
ବାରଣାସୀ: ଆଜି ବଡ଼ଦିନ। ଆଜିର ଏହି ପବିତ୍ର ଦିନରେ ଆମେ ଏକ ନିଆରା ଚର୍ଚ୍ଚ କଥା କହିବୁ। ଯେଉଁ ଚର୍ଚ୍ଚର କୋରଲ ସଙ୍ଗୀତ ସାଙ୍ଗକୁ ହର ହର ମହାଦେବ ସ୍ୱରର ଗୁଞ୍ଜରଣ ସାରା ଅଞ୍ଚଳରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ପରିବେଶ। ଏଠି ଦେଖିବାକୁ ମିଳେ ସର୍ବଧର୍ମ ସମଭାବର ଝଲକ। କାନ୍ଥରେ ବାଇବେଲ ସହ ଲେଖା ହୋଇଛି ଗୀତାର ଶ୍ଳୋକ। ଏହି ନିଆରା ଚର୍ଚ୍ଚ ରହିଛି ଧର୍ମ ଓ ଅଧ୍ୟାତ୍ମିକର ନଗରୀ କାଶୀରେ। ଗୋଟିଏ ଜାଗାରେ ଦେଖିବାକୁ ମିଳେ […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୩ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶ୍ରାବଣ ମାସ ସୋମବାରରେ ଦେବ ଦେବ ମହାଦେବଙ୍କୁ କରାଯାଏ ଜଳାଭିଷେକ। ତେଣୁ ମନ୍ଦିରରେ ସାଧାରଣ ଲୋକଙ୍କ ସହ କାଉଡ଼ିଆମାନଙ୍କର ବେଶି ଭିଡ଼ ଜମିଛି। ଶ୍ରାବଣ ସୋମବାରରେ ଜଳାଭିଷେକ କାହିଁକି ? ଶ୍ରାବଣ ମାସରେ ଜଳାଭିଷେକ କାହିଁକି ? ବିଶ୍ୱାସ ରହିଛି, ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ କଲେ ତଥା ବ୍ରତ ରଖିଲେ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ମହିଳାମାନେ ଏହି ସୋମବାରରେ […]
The highest rated show among all Odia news television which focuses on analysing the socio-political issues. Famous Actor Hrushikesh Dash presents the
ଭଦ୍ରକ: କଥା ଛଳରେ ଆମେ କହୁ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ହେଲେ ଭଦ୍ରକରେ ଏଇ କଥା ଯେମିତି ସତ ହୋଇ ଯାଇଛି। ପାର୍କ ପାଇଁ ପଡ଼ିଆ ସମତୁଲ କରିବାବେଳେ ବାହାରିଛନ୍ତି ମହାଦେବ। ତା‘ ପୁଣି ଦୀପାବଳି ଅମାବାସ୍ୟା ରାତିରେ। ମାଟିତଳୁ ଶିବଲିଙ୍ଗ ବାହାରିଥିବା ଦେଖି ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଟଣା ଘଟିଛି ଭଦ୍ରକ ବ୍ଲକର ଗୋରାମାଟି ପଞ୍ଚାୟତ ବଳଦିଆ ପଦାରେ। ପାର୍କ ନିର୍ମାଣ ଲାଗି ମାଟି ଖୋଳି ସମତୁଲ କରାଯାଉଥିଲା। ଟ୍ରାକ୍ଟରରେ […]
ମୁମ୍ବାଇ: ଟିଭି ଅଭିନେତା ତରୁଣ ଖାନ୍ନା ଷ୍ଟାର ପ୍ଲସ୍ ସୋ ‘ଅବିନାଶ ଆଇପିଏସ୍’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଖୁବ୍ ଶିଘ୍ର ତାଙ୍କୁ ମାତା ବୈଷ୍ଣୋ ଦେବୀଙ୍କ କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜରେ ଦେଖିବାକୁ ମିଳିବ। ବୈଷ୍ଣୋ…
ଭଦ୍ରକ: ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା ।…