ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର ପିଚିକି ଇଶ୍ୱର ରାଓ, ଜେଲ୍ପେଟା ସାହିର ଡାଟି ରମେଶ ଓ ବାଉରୀ ଦାହିର ସନ୍ତୋଷ ବାଉରୀ।ସେମାନଙ୍କଠାରୁ ପୁଲିସ୍ ୧ଲକ୍ଷ ୨୬ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି […]
ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ମେଗ୍ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]
ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦ ମହିଳା ବିଶ୍ୱକପ୍ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]
ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବକ୍ସିଂ ଇଭେଣ୍ଟରେ ଦୁଇ ଭାଇ ହୁଅନ୍ତି କିମ୍ବା ଦୁଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର କ୍ରୀଡ଼ାର ଅନ୍ତିମ ଅନ୍ତିମ ଦିବସର ବକ୍ସିଂ ରିଙ୍ଗରେ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହୋଇଥିଲେ ଦୁଇ ଭାଇ। ଗୋଟିଏ ପଟେ ପଟିଆଲା ପଞ୍ଜାବୀ ପଞ୍ଜାବୀ ୟୁନିଭର୍ସିଟିର ଗୁରବିନ୍ଦର ସିଂହ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିଲେ ସାନ ଭାଇ ହରବିନ୍ଦର ସିଂହ (ଚଣ୍ଡୀଗଡ଼ ୟୁନିଭର୍ସିଟି)। ଦୁହିଁଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ […]
ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି ଓମେନ ବ୍ରିଗେଡ। ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନରେ ପରାସ୍ତ କରିଛି ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ୱିକେଟରେ ୧୩୩ ରନ୍ ସଂଗ୍ରହ କରିଥିଲା। ୧୬ ବର୍ଷିୟ ଓପନର ସେଫାଳି ବର୍ମା ଲଗାତାର ତୃତୀୟ ମ୍ୟାଚରେ […]
ଭୁବନେଶ୍ୱର: ରଣଜୀ ଟ୍ରଫି କ୍ୱାର୍ଟରେ ପହଞ୍ଚିଲା ଓଡ଼ିଶା ଟିମ୍। ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର କରି ଦଳ ଏହି ସଫଳତା ପାଇଛି। ଏଥର ପୂରା ରଣଜୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଓଡ଼ିଶା ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଲିଟ୍ ଗ୍ରୁପ ସି ରୁ ଦୁଇଟି ଟିମ୍ ରଣଜୀ କ୍ୱାର୍ଟର ଫାଇନାଲ ଖେଳିବେ। ସେହି ଦୁଇଟି ଟିମ୍ ହେଲେ ଓଡ଼ିଶା ଓ ଜାମ୍ମୁ କାଶ୍ମୀର। ରଣଜୀ ଟୁର୍ଣ୍ଣାମେଣ୍ଟ ସାରା ଏଥର ଚିତାକର୍ଷକ ପ୍ରଦର୍ଶନ କରିଛି ଓଡ଼ିଶା। […]
ସିଡନୀ: ସେମି ଫାଇନାଲ ମ୍ୟାଚ୍ ନ ଖେଳିବି ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା-ଟି୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଆଜି ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍ ଖେଳିବାର ଥିଲା। ହେଲେ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍କୁ ବାତିଲ କରାଯାଇଥିଲା। କିନ୍ତୁ ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଥିବାରୁ ଦଳକୁ ଏହାର ଫାଇଦା ମିଳିଛି। ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୮ ପଏଣ୍ଟ ପାଇଥିବା ବେଳେ ଇଂଲଣ୍ଡ ୬ […]
ଲର୍ଡ୍ସ: ଓଃ କି ରୋମାଞ୍ଚ, କି ଉତ୍କଣ୍ଠା। ଶେଷରେ ଜିତିଲା କ୍ରିକେଟ୍। ମାତ୍ର ୬ ବଲରେ ନିର୍ଣ୍ଣୟ ହେଲା ବିଶ୍ୱ ଚାମ୍ପିଅନ୍। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ଐତିହାସିକ ଲର୍ଡ୍ସରେ ଯେଉଁ ଆତଶବାଜୀର ଧୂଆଁ ସୃଷ୍ଟି କଲା, ତାହା ସାରା ଦୁନିଆକୁ କ୍ରିକେଟର ମନ୍ତ୍ର ଦେଇଥିବା ଟିମ୍ ଇଂଲଣ୍ଡକୁ ଯାବତୀୟ ପରାଜୟ ସତ୍ତ୍ୱେ ବିଶ୍ୱବିଜୟୀର ଏକ ସ୍ୱତନ୍ତ୍ର ସ୍ୱାଦ ଦେଇଛି। ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଯାବତୀୟ ପରମ୍ପରାକୁ ଭାଙ୍ଗି […]
ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ […]
ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫଡ୍ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁ ବନ୍ଦ ରହିଛି। ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। କିଓ୍ୱି କ୍ୟାପଟେନ୍ ଓ୍ୱିଲିୟମ୍ସନ ୬୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରସ୍ ଟେଲର୍ ୬୭ ରନ୍ରେ ଅପରାଜିତ ଅଛନ୍ତି। ଟସ୍ ଜିତି କିଓ୍ୱି ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ବି ଭାରତୀୟ ବୋଲର୍ଙ୍କ ମାପଚୁପ […]
ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍ ସେମିଫାଇନାଲ ଚୂଡ଼ାନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଭାରତ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମଞ୍ଚେଷ୍ଟର୍ର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। The #CWC19 semi-finals are confirmed! ? pic.twitter.com/rpnOaeWAzr — Cricket World Cup (@cricketworldcup) 6 July 2019 ଗତକାଲିର […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଦାଖଲ ହୋଇଛି ଫାଇନାଲ୍ ଚାର୍ଜସିଟ୍। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୭୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରହିଛି ୭୬ଜଣ ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ। ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଆଜି ଦାଖଲ ହୋଇଛି ଚାର୍ଜସିଟ୍। ଗତ […]
ହାମିଲଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍ର ଆଜି ଫାଇନାଲ୍ ମ୍ୟାଚ୍ ହାମିଲଟନ୍ରେ ଖେଳାଯିବ। ଆଜିର ମ୍ୟାତ୍ ଜିତିଲେ ଭାରତ ଆଉ ଏକ ଟ୍ରଫି ଜିତିବା ସହିତ ସ୍ୱଦେଶ ଫେରିବ। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ସାରିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ବି ଦିନିକିଆ ଟ୍ରଫିକୁ ପ୍ରଥମ ଥର ପାଇଁ ଜିତିଛି। ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ସୋଚନୀୟ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଭାରତ […]
ବର୍ମିଂହାମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଜେସନ୍ ରୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଇଂଲଣ୍ଡର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ହେବ। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ, ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଥିଲା। ଗୁରୁବାର ଏଜବାଷ୍ଟନରେ ଖେଳାଯାଇଥିବା ଏହି […]
ମୁମ୍ବାଇ: ଆଜି ଆଇପିଏଲ୍-୧୧ର ଫାଇନାଲ ଟକ୍କର। ସାମ୍ନାସାମ୍ନି ହେବେ ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ରହିଥିବା ଚେନ୍ନାଇ ସୁପରକିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା ହାଇଦ୍ରାବାଦ। ତେବେ ଦ୍ୱିତୀୟ କ୍ୱାଲିଫାୟରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା ସନ୍ରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଗ୍ରାଣ୍ଡ ଫିନାଲ୍ର ଏହି ସିଜିନରେ ଉଭୟ ଦଳ ମଧ୍ୟରେ ୩ଟି […]
ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ୧ ୱିକେଟ୍ […]
ମୁମ୍ବାଇ : ଆଇପିଏଲ୍-୧୧ର ଫାଇନାଲ୍ରେ ପହଞ୍ଚିଲା ଚେନ୍ନାଇ ସୁପର୍ କିଙ୍ଗସ୍। ଗତକାଲି ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟ୍ରେ ହରାଇ ଚେନ୍ନାଇ ଫାଇନାଲ୍ରେ ପ୍ରବେଶ କରିଛି। ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ୍ ବିନିମୟରେ ୧୩୯ ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ଚେନ୍ନାଇ ୧୯.୧ ଓଭରର୍ ୧୪୦ ରନ୍ କରି ମ୍ୟାଚ୍କୁ ହାତେଇବାରେ […]
ନୂଆଦିଲ୍ଲୀ: ଆଇପିଏଲ୍ରେ ଆଜି ହେବ ଫାଇନାଲ୍ ଫାଇଟ୍। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ହାଇଦ୍ରାବାଦରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗସ୍ ପୁଣିଥରେ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ। ଧୋନୀ ନେତୃତ୍ୱାଧିନ ଚେନ୍ନାଇ କ୍ୱାଲିଫାୟର ମ୍ୟାଚ୍ରେ ପରାସ୍ତ ହୋଇଥିଲେ ମଧ୍ୟ ଟାଇଟଲ ଦାବିଦାର ରହିଛି। ଚେନ୍ନାଇ ସୁପର୍ କିଙ୍ଗସ୍ ଫାଇନାଲରେ ବେଶ ଭଲ ପ୍ରଦର୍ଶନ କରିଆସିଛି। ଅନ୍ୟପଟେ […]
ନୂଆଦିଲ୍ଲୀ: ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତକୁ ଶ୍ରୀଲଙ୍କା ପୋଲିସ୍ ରୋକି ଦେଇଛି। ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର୍ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେଙ୍କ ବୟାନ୍ ରେକର୍ଡ କରିବା ପରେ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗର କୌଣସି ପ୍ରମାଣ ମିଳିନାହିଁ। ଏହି କାରଣରୁ ବର୍ତ୍ତମାନ ଏହାକୁ ନେଇ ଚାଲିଥିବା ସମସ୍ତ ତଦନ୍ତକୁ ରୋକିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦା ଆଲୁଥଗମାଗେ ଅଭିଯୋଗ ଆଣିଥିଲେ ଯେ, ୨୦୧୧ […]
ନୂଆଦିଲ୍ଲୀ: ଏକ ରେସ୍ଲିଂ ମ୍ୟାଚ୍ ହାରିବା ପରେ ରେସ୍ଲର୍ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫାଇନାଲ୍ ମ୍ୟାଚ୍ ହାରିବା ପରେ ରିତିକା ଜୀବନ ହାରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୨ରୁ ୧୪ ମଧ୍ୟରେ ହରିଆଣାର ଭରତପୁର ସ୍ଥିତ ଲୋହାଗଡ଼ ଷ୍ଟାଡିୟମ୍ରେ ରାଜ୍ୟ ସ୍ତରୀୟ ରେସ୍ଲିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ରିତିକା ଭାଗ ନେଇଥିଲେ। ମାର୍ଚ୍ଚ ୧୪ରେ ଖେଳା ଯାଇଥିବା […]
ନୂଆଦିଲ୍ଲୀ: ସ୍ଥିର ହେଲା କୋଭିଡ୍ ଭ୍ୟାକ୍ସିନର ମୂଲ୍ୟ। ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ଦ୍ୱାରା ନିର୍ମିତ କରୋନା ଟିକା କୋଭିଶିଲ୍ଡର ଗୋଟିଏ ଡୋଜ୍ ୨୦୦ ଟଙ୍କାରେ ବିକ୍ରି ହେବ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII), ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଭାରତର ଆଷ୍ଟ୍ରାଜେନିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଟିକାର ମୂଲ୍ୟ ପୂର୍ବରୁ ସ୍ଥିର […]
କୋପା ଆମେରିକା ଫୁଟବଲ୍ ଫାଇନାଲ୍(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍ ମ୍ୟାଚ୍ରେ ବ୍ରାଜିଲକୁ ୧-୦ ଗୋଲ୍ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍।
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି। ବିଶାଖାପଟଣାରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଚେନ୍ନାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି। ପୂର୍ବରୁ ଫାଇନାଲ୍ରେ ପ୍ରବେଶ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ଭେଟିବ। ଗତକାଲି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ କରିଥିଲା। ଏହାର ଜବାବରେ ଚେନ୍ନାଇ ମାତ୍ର ୪ ଓ୍ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଟିମ୍ […]
ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଯୁବ ରେସଲର୍ ଦୀପକ ପୁନିଆ ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ସହ ଅଲିମ୍ପିକ୍ କୋଟା ହାସଲ କରିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚମଥଙ୍କୁ ୮-୨ରେ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଏଥିସହ ସେ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ଦୀପକଙ୍କ ପାଖରେ ଇତିହାସ ରଚିବାର ମଧ୍ୟ ସୁଯୋଗ ରହିଛି। […]