• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "48" result for "ନ୍ୟୁଜିଲାଣ୍ଡ" in https://otvkhabar.in

T20 World Cup | New Zealand, England To Lock Horns In First Semi Final Today
ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ବନାମ୍ ନ୍ୟୁଜିଲାଣ୍ଡ

ଟି-୨୦ ବିଶ୍ୱକପ୍ର ଆଜି ପ୍ରଥମ ସେମିଫାଇନାଲ୍..ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ..

ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। 

cricket match
ପାକିସ୍ତାନ-ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ

ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ସହ ଦିନିକିଆ ମ୍ୟାଚ୍ ବାତିଲ କଲା ନ୍ୟୁଜିଲାଣ୍ଡ। ସୁରକ୍ଷା ଦୃଷ୍ଟିକୋଣରୁ ଆଜି ହିଁ ପାକିସ୍ତାନ ଛାଡିବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କାହିଁକି ବ୍ଲାକ୍ କ୍ୟାପ୍ ବାତିଲ କଲା ସିରିଜି ? କେବେଠାରୁ ବିଦେଶୀ ଟିମ୍ ଯାଇ ନାହାନ୍ତି ପାକିସ୍ତାନ ? କାହିଁକି ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ଡରୁଛନ୍ତି ଅନ୍ୟ ଟିମ୍?

tokyo olympics 2020
ଟୋକିଓ ଅଲମ୍ପିକ ୨୦୨୦; ପୁରୁଷ ହକିରେ ନ୍ୟୁଜିଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ଖେଳ ମହାକୁମ୍ଭ।  ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି।  ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। 

india
ନ୍ୟୁଜିଲାଣ୍ଡରେ ୯ ପ୍ରବାସୀ ଭାରତୀୟ ନିଖୋଜ

ୱେଲିଙ୍ଗଟନ୍‌: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ ନରସଂହାର ଘଟଣାରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସଞ୍ଜୀବ କହିଛନ୍ତି ବିଭନ୍ନ ସୂତ୍ରରୁ ସେ ଏହି ଖବର ପାଇଛନ୍ତି କିନ୍ତୁ ସରକାରୀ ସୂତ୍ରରୁ ଏବେଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ସୂଚନା ଦେଇ କହିଛନ୍ତି, ମସଜିଦ ମଧ୍ୟରେ ଅହମ୍ମଦ […]

dhoni11
ଆଶା ଆଶାରେ ରହିଗଲା: ଇଣ୍ଡିଆକୁ ହରାଇ ଫାଇନାଲ୍‌ ଗଲା ନ୍ୟୁଜିଲାଣ୍ଡ୍

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି।   ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ […]

india_vs_new_zealand_
ପ୍ରଥମ ସେମିଫାଇନାଲ୍‌ରେ ଭାରତ, ନ୍ୟୁଜିଲାଣ୍ଡ୍ ଟକ୍କର୍

ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ୍ ସେମିଫାଇନାଲ ଚୂଡ଼ାନ୍ତ ହୋଇଛି। ଆସନ୍ତା ୯ ତାରିଖରେ ଭାରତ ନ୍ୟୁଜିଲାଣ୍ଡ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ମଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏଜବେଷ୍ଟନ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। The #CWC19 semi-finals are confirmed! ? pic.twitter.com/rpnOaeWAzr — Cricket World Cup (@cricketworldcup) 6 July 2019 ଗତକାଲିର […]

cat
ନ୍ୟୁଜିଲାଣ୍ଡର ଏହି ଅଞ୍ଚଳରେ ବିଲେଇ ହେବେ ବ୍ୟାନ୍‌; ଜାଣନ୍ତୁ କାହିଁକି

ୱେଲିଂଟନ୍‌ (ନିଉଜିଲାଣ୍ଡ୍): କୁକୁର ଓ ବିଲେଇ ହେଉଛନ୍ତି ଗୃହପାଳିତ ପଶୁ। ଏମାନଙ୍କୁ ଆମେ ଘରେ ରଖିବାକୁ ପସନ୍ଦ କରିଥାଉ। କିନ୍ତୁ ନ୍ୟୁଜିଲାଣ୍ଡରେ ଏକ ଅଞ୍ଚଳ ଅଛି ଯେଉଁଠାରେ ବିଲେଇ ବ୍ୟାନ୍‌ ହେବାକୁ ଯାଉଛନ୍ତି। ଏହା ପଛର କାରଣ ଜାଣି ମଧ୍ୟ ଆପଣ ଚକିତ ହୋଇଯିବେ। ନ୍ୟୁଜିଲାଣ୍ଡର ଓମାଉଇ ଅଞ୍ଚଳରେ ବିଲେଇମାନଙ୍କୁ ବ୍ୟାନ୍‌ କରିବା ପାଇଁ ଯୋଜନା କରାଯାଉଛି। ଯେଉଁମାନଙ୍କ ପାଖରେ ବିଲେଇ ରହିଛି ସେହିମାନଙ୍କ ପାଖରେ ବିଲେଇ ରହିବ। କିନ୍ତୁ ସେମାନେ ମରିବା ପରେ ନୂଆ ବିଲେଇ […]

vlcsnap-error974
ଚିକିତ୍ସା ବିଜ୍ଞାନରେ ଯୁଗାନ୍ତକାରୀ ଉଦ୍ଭାବନ: ଥ୍ରୀ-ଡି କଲର ଏକ୍ସ-ରେ ବାହାର କଲେ ନ୍ୟୁଜିଲାଣ୍ଡ ବୈଜ୍ଞାନିକ

କଟକ: ମେଡିକାଲ ସାଇନ୍ସର ଚମତ୍କାର। ଏଣିକି ଏକ୍ସ-ରେ ମେସିନ୍ ସାହାଯ୍ୟରେ କେବଳ ହାଡ଼ ନୁହେଁ ଏହା ଚାରିପାଖରେ ଥିବା ମାଂସପେଶୀକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିହେବ। ଏହା କରିଦେଖାଇଛନ୍ତି ନ୍ୟୁଜିଲାଣ୍ଡର ବୈଜ୍ଞାନିକ। ୟୁରୋପିଅାନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ୍ଚ ଉଦ୍ଭାବନ କରିଥିବା ଏହି ଏକ୍ସ-ରେ ମେସିନରେ ମଣିଷ ଶରୀରର ରଙ୍ଗିନ ଥ୍ରୀ-ଡି ଫଟୋ ଉଠାଇ ହେଉଛି। ଯାହା କି ଅତି ସ୍ପଷ୍ଟ ଓ ସଠିକ। ତେଣୁ ଡାକ୍ତରଙ୍କ ଲାଗି ରୋଗ ନିରୂପଣ ପ୍ରକ୍ରିୟା ଏବେ ସହଜ ହେବ। […]

cricket-
ଆରମ୍ଭ ହେଲା ଗତକାଲି ଅଧାରୁ ବନ୍ଦ ଥିବା ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା

ମାଞ୍ଚେଷ୍ଟର : ମାଞ୍ଚେଷ୍ଟରରେ ଆରମ୍ଭ ହୋଇଛି ଗତକାଲି ଅଧାରୁ ବନ୍ଦ ଥିବା ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲା। ବର୍ଷାଯୋଗୁ ଗତକାଲି ମ୍ୟାଚକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଆଜି ରିଜର୍ଭ ଡେରେ ପୁଣି ଥରେ ସେହିଠାରୁ ଖେଳ ଆରମ୍ଭ ହୋଇଛି। ଗତକାଲି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ଓ୍ୱିକେଟ୍ ହରାଇ ୨୧୧ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ଦୀର୍ଘ ୫ ଘଣ୍ଟା ଧରି ବର୍ଷା ହେବା ପରେ ଛାଡି ଯାଇଥିଲା। କିନ୍ତୁ ପଡିଆରେ ପାଣି […]

india vs ne
ବିଶ୍ୱକପ୍ କ୍ରିକେଟ୍ ; ଆଜି ପ୍ରଥମ ସେମିରେ ଭାରତ ବନାମ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର୍‌ : ଆଜି ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍। ମାଞ୍ଚେଷ୍ଟର୍‌ରେ ମେନ୍ ଇନ୍ ବ୍ଲୁ ବନାମ ମେନ୍ ଇନ୍ ବ୍ଲାକ୍। ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ଉଭୟ ଟିମ୍ ଚଳିତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିବା ବେଳେ ନ୍ୟୁଜିଲାଣ୍ଡ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଠାରୁ ହାରିଛି। ଲିଗ୍‌ରେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ ମ୍ୟାଚ୍‌ ବର୍ଷା ଯୋଗୁଁ […]

india win
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ। ଆଜି ଅକ୍‌ଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ଫଳରେ ୩ଟିକିଆ ସିରିଜ୍‌କୁ ଭାରତ ୧-୧ରେ ବରାବର କରିଛି।  ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ୩ ୱିକେଟ୍‌ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭାରତ।  

india
କାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ। ଶିଖର ଧାୱନଙ୍କ ସହ ସେ ଇନିଂସ୍‌ ଓପନିଂ କରିବେ। ସେପଟେ ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟରେ କିଓ୍ୱି ଦଳ। ଘରୋଇ ପରିବେଶରେ ଭାରତକୁ ପରାସ୍ତ […]

india
ନ୍ୟୁଜିଲାଣ୍ଡକୁ ହରାଇ ଭାରତର ଓ୍ୱାନ୍ ଡେ’ ସିରିଜ୍ ବିଜୟ

ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ୱାନ୍ ଡେ ସିରିଜ୍‌କୁ ୩-୦ରେ ଆଗୁଆ କବ୍‌ଜା କଲା ଟିମ୍ ଇଣ୍ଡିଆ।  ୧୦ ବର୍ଷ ମଧ୍ୟରେ ଏହା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ। ବେ-ଓଭାଲରେ ଖେଳା ଯାଇଥିବା ତୃତୀୟ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ। ୨୪୩ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ଜବାବରେ ରୋହିତ ଶର୍ମା ଓ କ୍ୟାପଟେନ୍ କୋହଲି ଅର୍ଦ୍ଧଶତକ ସହ ସ୍କୋରକୁ ବିଜୟ ପାଖାପାଖି ନେଇଥିଲେ। ଅମ୍ବାତି […]

india
ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ। ୩୨୫ରନ୍‌ର ଟାର୍ଗେଟ ଦେଇଥିବା ଭାରତ ନ୍ୟୁଜିଲାଣ୍ଡକୁ ୨୩୪ରେ ଅଲଆଉଟ କରିଛି। ଫଳରେ ୫ ଟିକିଆ ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ବଡ଼ ଟାର୍ଗେଟକୁ ପିଛା କରୁଥିବା କିଓ୍ୱି ଟିମ୍ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ପୁଣି ଥରେ ଚାଇନାମ୍ୟାନ ବୋଲର କୁଳଦୀପ ଯାଦବଙ୍କ ସ୍ପିନ ଜାଲରେ ଫସିଥିଲେ କିଓ୍ୱି […]

h1
ଆସନ୍ତାକାଲି ହାମିଲ୍‌ଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ

ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲ୍‌ଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଖେଳାଯିବ। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌  ପୂର୍ବରୁ ତିନିଟି ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିଥିବା ଟିମ୍ ଏହି ମ୍ୟାଚ୍‌ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍ ସୁଇପ୍‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍‌ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋର୍‌ଦାର୍‌ ଉଦ୍ୟମ କରିବ। ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ […]

New Zealand PM
ଭୂକମ୍ପ ହେଲା ପରେ ମଧ୍ୟ ଲାଇଭ୍‌ ଇଣ୍ଟରଭ୍ୟୁ ଦେଇଥିଲେ ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ ଏକ‌ ଟିଭି ଚ୍ୟାନେଲ୍‌କୁ ଲାଇଭ୍‌ ଇଣ୍ଟରଭ୍ୟୁ ଦେଉଥିବାବେଳେ ହଠାତ୍‌‌ ଭୂକମ୍ପର ଝଟ୍‌କା ଅନୁଭୂତ କରିଥିଲେ। ହେଲେ ଏଥିରେ ସେ ବିଚଳିତ ନ ହୋଇ ହସିକି ପରିସ୍ଥିତିକୁ ସମ୍ଭାଳିବା ସହ ଇଣ୍ଟରଭ୍ୟୁ ପ୍ରୋଗ୍ରାମ ଜାରି ରଖିଥିଲେ। ସୋମବାର ନ୍ୟୁଜିଲାଣ୍ଡ୍‌ର ରାଜଧାନୀ ୱେଲିଂଟନ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଆର୍ଡର୍ନ ଆଙ୍କରଙ୍କୁ ତାଙ୍କ ଦେଶର ସଂସଦ ପରିସରରେ ହେଉଥିବା ଘଟଣା ସମ୍ପର୍କରେ କହିବା ବେଳେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। […]

indian
ନଟିଂହ୍ୟାମ୍‌ରେ ଆଜି ନ୍ୟୁଜିଲାଣ୍ଡ-ଭାରତ ମୁକାବିଲା

ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ […]

keral
ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ତିରୁବନନ୍ତପୁରମ୍‌: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର […]