• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Bishweswar Tudu, Ashwini Vaishnaw
ମନ୍ତ୍ରୀ ରେସରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ସେପଟେ ପ୍ରଧାନମନ୍ତ୍ରୀଙ୍କ ଘରେ ଅଶ୍ୱିନୀ ବୈଷ୍ଣବ

ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ । ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି ବିଶ୍ୱେଶ୍ୱର । ସେ ଏବେ ଦିଲ୍ଲୀରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇସାରିଛି । ୨୦୧୯ ଲୋକସଭା ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

niranjana
ପେଟ୍ରୋଲ-ଡିଜେର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଜ୍ୟବ୍ୟାପି ଆନ୍ଦୋଳନ

ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ

Sameer Mohanty
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

NarendraModi
ସନ୍ଧ୍ୟା ସୁଦ୍ଧା ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନୂଆ ସଦସ୍ୟ

ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।

Prithviraj Harichandan
ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲା ବିଜେପି: ହେଲେ କାହିଁକି?

ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି।

odisha
ଆଜି ବିଜେପୁର ଫୈସଲା: ଆରମ୍ଭ ହେଲା ଭୋଟ୍ ଗଣତି

ଭୁବନେଶ୍ୱର: ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି।  ଏଥିପାଇଁ…

  • Friday, 02 July 2021
voting
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ବରଗଡ଼: ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ  ମତଦାନ ପ୍ରକ୍ରିୟା ଚାଲିବ। ପ୍ରତି ବୁଥରେ ସକାଳ ସାଢେ ୫ଟାରେ ମକ୍ ପୋଲିଂ ପରେ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ନିର୍ବାଚନୀ…

  • Friday, 02 July 2021
bjd
ପାଟକୁରାରେ ବାଜିଲା ଶଙ୍ଖ, ଘୋଷଣା ବାକି

ପାଟକୁରା: ପାଟକୁରା ବିଧାନସଭା ଆସନକୁ ଏକରକମ ହାତେଇଛି ବିଜେଡି। ୧୮ ତମ ରାଉଣ୍ଡ ଗଣତି ଶେଷ ହେବା ପରେ ଚୂଡାନ୍ତ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ଖାଲି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା। ସେପଟେ ବିଜେଡି ଅନ୍ୟ ଦଳଠୁ ସଂଖାଧିକ ଭୋଟ୍‌ରେ…

  • Friday, 02 July 2021
oo
ବାଲେଶ୍ୱର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ ଅବଧି ଆଉ ୭ଦିନ ବଢ଼ିଲା

ବାଲେଶ୍ୱର: ବାଲେଶ୍ୱର ସହରର ନିଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ କୁ ଆହୁରି ୭ଦିନ ପାଇଁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ। ୨ ତାରିଖ ମଧ୍ୟରାତ୍ରିରେ ଏହା ଶେଷ ହେବାକୁ ଥିବାବେଳେ ଏହାକୁ ଆସନ୍ତା ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ୧୪ ଦିନ…

  • Friday, 02 July 2021
 bjp protest
ଟୋକନ ସମସ୍ୟାକୁ ନେଇ ବିଜେପିର ବିକ୍ଷୋଭ

ଟୋକନ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନର ବଲାଙ୍ଗିରରେ ସିଏସ୍ଓ ଅଫିସ ଆଗରେ ବିଜେପି ନେତା ଓ କର୍ମୀ ଧାରଣା । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି।

aditya narayan marriage
୧୦ ବର୍ଷର ସମ୍ପର୍କକୁ ବିବାହର ରୂପ ଦେଲେ ଆଦିତ୍ୟ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହରେ ୫୦ରୁ ଅଧିକ ଲୋକ ଯୋଗ ଦେଇନଥିଲେ।   View this post on Instagram   A post shared by #Shwetya my life❤❤❤ (@adiholic_till_last_breath) ଆଦିତ୍ୟ, କ୍ରିମ୍‌ ରଙ୍ଗର ଶେର୍‌ୱାନି ପିନ୍ଧି ଥିବାବେଳେ ଶ୍ୱେତା ହେଭି ୱାର୍କ ହୋଇଥିବା […]

  • Wednesday, 30 June 2021