• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

krushna ch
ବ୍ରହ୍ମଗିରିର ୨ ନେତା ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବହିଷ୍କାର କରିଛି ବିଜୁ ଜନତା ଦଳ। ବିଜେଡି ନେତା ତଥା ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଏବଂ ପ୍ରସନ୍ନ ବରାଳଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ଗତକାଲି କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ବ୍ରହ୍ମଗିରିରି କିଛି ବିଜେଡି କର୍ମୀ ଓ ନେତା ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ […]

  • Friday, 16 July 2021
g
ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା

ଭୁବନେଶ୍ୱର : ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା ଜାରି ହୋଇଛି। ୨୨ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ କରାଯିବ। ସକାଳ ୭ଟାରୁ ମତଦାନ ହେବାକୁ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ହେଲା- ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା।

  • Friday, 16 July 2021
geeta
ନବୀନ ନିବାସରେ ଗୀତା ମେହେଟ୍ଟାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା। ବିଜେଡିର ଟିକେଟ୍‌ କସରତ ଚାଲିଥିବା ବେଳେ ଗୀତା ମେହେଟାଙ୍କୁ ଆଜି ସେଠାରେ ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ ସେ ଆସିଥିବାରୁ ତାଙ୍କ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି। ବିଜେଡିର ଷ୍ଟ୍ରାଟେଜିରେ ଗୀତାଙ୍କ କିଛି ଭୂମିକା ରହିବ କି ବୋଲି କଳ୍ପନା ଜଳ୍ପନା ହେଉଛି। ପୂର୍ବରୁ ଗୀତା ମେହେଟା ଅନେକ ଥର ନବୀନ ନିବାସ ଆସି ସେଠାରେ ରହିଛନ୍ତି। ଏବେ କିନ୍ତୁ […]

  • Friday, 16 July 2021
bijay
ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି। ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ବିଜୟ। ବିଜେପିକୁ ପୁଣି ଫେରିପାରନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯୋଗାଯୋଗ ସମସ୍ତଙ୍କ ସାଙ୍ଗରେ ଅଛି; କିନ୍ତୁ କିଛି ନିଷ୍ପତ୍ତି ହୋଇନାହିଁ। ସେହିପରି […]

  • Friday, 16 July 2021
bjd
ନବୀନ ନିବାସରେ ପହଞ୍ଚିଲା ବିଜେଡି ଅସନ୍ତୋଷ

ଭୁବନେଶ୍ୱର :  ନବୀନ ନିବାସରେ ମିଶ୍ରଣ ପର୍ବ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ଧରିଛନ୍ତି ଶଙ୍ଖ। ସେପଟେ ଦଳରେ କିନ୍ତୁ ବଢ଼ିବାରେ ଲାଗିଛି ଅସନ୍ତୋଷ। ନିର୍ବାଚନ ମଣ୍ଡଳୀ ଛାଡ଼ି ସିଧା ନବୀନ ନିବାସ ଆସି, ବିଧାୟକଙ୍କ ବିରୋଧରେ ଫେରାଦ ହେଉଛନ୍ତି ଆଶାୟୀ ପ୍ରାର୍ଥୀ। ଶୋଭାଯାତ୍ରାରେ ନିଜନିଜ ସମର୍ଥକଙ୍କ ସହ ପହଞ୍ଚି  ବିଧାୟକଙ୍କ ବିରୋଧରେ ଗର୍ଜୁଛନ୍ତି। ଆଜି ବିଜେଡିର ୩ ବିଧାୟକଙ୍କ ବିରୋଧରେ ଏଭଳି ଢଙ୍ଗରେ ଫେରାଦ ହୋଇ, ସେମାନଙ୍କୁ ଆଉ ଟିକଟ […]

  • Friday, 16 July 2021
dilip
ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର :  ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ। ଆଜି ସନ୍ଧ୍ୟାରେ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଆଲୋଚନା କରି ଫେରିଛନ୍ତି। ନବୀନ ନିବାସ ଆସି ଦିଲୀପ ଆଲୋଚନା କରିବା ପରେ ତାଙ୍କର ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏ ନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବର ୧୮ ତାରିଖରେ ବିଜେପିରୁ ଇସ୍ତଫା ଦେବା ସହ […]

  • Friday, 16 July 2021
chau pattnaik
'ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ'

ବ୍ରହ୍ମପୁର : ଟିକେଟ ଘୋଷଣା ପୂର୍ବରୁ ବ୍ରହ୍ମପୁର ବିଜେଡିରେ ବିଦ୍ରୋହର ପଦଧ୍ୱନୀ। ବ୍ରହ୍ମପୁରର ସିଟିଂ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ଚର୍ଚ୍ଚା ପରେ ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ନେଇ ବ୍ରହ୍ମପୁରରେ ଆଜି ଅପରାହ୍ନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଯେଉଁଥିରେ ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରାଯାଇଛି। ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଛନ୍ତି ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ […]

  • Friday, 16 July 2021
priti
ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ

ଭୁବନେଶ୍ୱର : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାପରେ ତାଙ୍କ ଝିଅ ତଥା ଭୁବନେଶ୍ୱରର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିତାଙ୍କ ବିରୁଦ୍ଧରେ ଯାଇ ପୁଅ ସମ୍ବିତ ରାଉତରାୟ ଏବେ ବି ବିଜେଡିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଝିଅ ପ୍ରୀତିନନ୍ଦା ପ୍ରଥମରୁ ହିଁ ପିତାଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଆସୁଥିଲେ। ଶ୍ରୀମତୀ ରାଉତରାୟ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ […]

  • Friday, 16 July 2021
cpi
ସିପିଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସିପିଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏନେଇ ସିପିଆଇର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଘୋଷଣା କରାଯାଇଛି। ଏଥିରେ ୪୫ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଭୁବନେଶ୍ୱର ଲୋକସଭା ପାଇଁ ଜନାର୍ଦ୍ଦନ ପତିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ଓ କେରଳର ୧୬ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଗତକାଲି ପଶ୍ଚିମବଙ୍ଗରେ ଏକାଠି ଲଢ଼ିବେ ବୋଲି କଂଗ୍ରେସ୍‌ […]

  • Friday, 16 July 2021
dama-bishnu
ପୁଣି ଦାମ-ବିଷ୍ଣୁଙ୍କ ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ

ଭୁବନେଶ୍ୱର : ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ। ଅନ୍ୟପକ୍ଷରେ ଦାମଙ୍କୁ ବି ସମାନ ଢଙ୍ଗରେ କଟାକ୍ଷ କରିଛନ୍ତି ବିଜେଡି ନେତା ବିଷ୍ଣୁ […]

  • Friday, 16 July 2021
prakash
କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ସାଲେପୁର : କଂଗ୍ରେସ ଛାଡ଼ିଲେ ଆଉ ଜଣେ ବିଧାୟକ। ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଆଜି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଛି।  କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ତାଙ୍କୁ ହଟାଯିବା ସହ ଦଳୀୟ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ଏ ନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ […]

  • Friday, 16 July 2021
protest
ବିଧାୟକଙ୍କ ବିରୋଧରେ ନବୀନ ନିବାସରେ ଫେରାଦ

ଭୁବନେଶ୍ୱର : ବିଜେଡ଼ି ବିଧାୟକମାନଙ୍କୁ ବିରୋଧ କରି ନବୀନ ନିବାସରେ ଫେରାଦ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା କର୍ମୀ ନବୀନ ନିବାସ ଆସିଛନ୍ତି। ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ  ଟିକେଟ ନ ଦେବା ଲାଗି ସେମାନେ ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମଧ୍ୟ ବିରୋଧ କରିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର କିଛି ଲୋକ। ଏ ନେଇ ସେମାନେ […]

  • Friday, 16 July 2021
deadbody
ପୁଲିସ୍ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ବଲାଙ୍ଗିର: ପୁଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ଫଟାମୁଣ୍ଡାର ନିରଂଜନ ସାହୁଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ରାଲି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ଉପରକୁ ଅଣ୍ଡା ମାଡ଼ ନେଇ ପୁଲିସ୍‌ କିଛି ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ନିରଞ୍ଜନ ବି  ଥିଲେ। ଗତକାଲି ନିରଞ୍ଜନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ମେଡିକାଲକୁ ଆଣିଥିଲେ। ତେବେ ସେଠାରେ […]

  • Friday, 16 July 2021
z22
ଅରୂପ ପଟ୍ଟନାୟକଙ୍କ ବିରୋଧରେ ସରକାରୀ କଳର ଅପବ୍ୟବହାର ଅଭିଯୋଗ

ଭୁବନେଶ୍ୱର: ସରକାରୀ ସଙ୍ଗଠନ ‘ବିଜୁ ଯୁବ ବାହିନୀ’କୁ ନିର୍ବାଚନ ପ୍ରଚାର କାମରେ ଲଗାଉଛି ବିଜେଡି। ଆଜି ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁନାକର ବେହେରା ଏହି ଅଭିଯୋଗ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ଗତ ବୁଧବାର ଦିନ କେନ୍ଦ୍ରାପଡ଼ାର ଏକ ନିର୍ଦ୍ଦିଷ୍ଟ […]

  • Friday, 16 July 2021
rahul-gandhi
ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଫେରିଗଲେ ରାହୁଲ

ଭୁବନେଶ୍ୱର:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି। ଦିଲ୍ଲୀ ଫେରିଗଲେ ରାହୁଲ ଗାନ୍ଧି। ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ। ଏନେଇ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ଆଜି ସକାଳେ ପାଟନାରେ ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। Engine trouble on our flight to Patna today! We’ve been forced to return […]

  • Friday, 16 July 2021
a4
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବାପ-ପୁଅ ସବୁଠାରୁ ଧନୀ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ପିସିସି ସଭାପତିନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ  ନବଜ୍ୟୋତି ପଟ୍ଟନାୟକ।  ଏନେଇ ଏଡିଆର୍ ଓ ଇଲେକସନ୍ ଓ୍ୱାଚ୍ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ।ଭଣ୍ଡାରୀପୋଖରୁ ଆସନରୁ ପ୍ରାର୍ଥୀ ହୋଇଥିବା ନିରଞ୍ଜନଙ୍କ ସମ୍ପତ୍ତି ହେଉଛି ୬୦ କୋଟି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଗତସିଂହପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୩୩ କୋଟି। ଏହାପରେ ୧୭କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି ଧର୍ମଶାଳାର ବିଜେଡି ପ୍ରାର୍ଥୀପ୍ରଣବକୁମାର ବଳବନ୍ତରାୟ। ସେହିପରି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ତଥା ବାଲେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ତଥା ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ତାଙ୍କର ସମ୍ପତ୍ତିର ପରିମାଣ ୧୦୪ କୋଟି ଟଙ୍କା।  ତାଙ୍କ ପରେ ଅଛନ୍ତି ବାଲେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ରକୁମାର ଜେନା। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି  ୭୨ କୋଟି  ଟଙ୍କା। ଏହାସହ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର କେନ୍ଦ୍ରାପଡା ଲୋକସଭାପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କ ସମ୍ପତ୍ତିର ପରିମାଣ  ୫୭ କୋଟି ଟଙ୍କା  ରହିଛି।

  • Friday, 16 July 2021
a22
କେନ୍ଦ୍ରାପଡ଼ାରେ ବିଜେପିର ଜୋର୍‌ଦାର୍‌ ପ୍ରଚାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜୋର୍‌ଦାର୍‌ ପ୍ରଚାର ଚାଲିଛି। ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଡି.ଏସ. ଲ କଲେଜରୁ ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି। ଏହି ରୋଡ୍‌ ଶୋ’ ଉଭୟ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବ। ଏହି ରୋଡ ଶୋ’ ଠାକୁରପାଟଣା, ଛତା, ପଲେଇ ଦେଇ ଡେରାବିଶ ପର୍ଯ୍ୟନ୍ତ ଯିବ। ଶୋ’ରେ ବିଜେପିର ପାଟକୁରା ବିଧାନସଭା ପ୍ରାର୍ଥୀ ବିଜୟ […]

  • Friday, 16 July 2021
z2
ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ(ସଞ୍ଜୟ ପତି):ପୁରୀ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗାଁରେ ଅଟକ ରଖିବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ରବି ମଲ୍ଲିକ ଶ୍ରୀରାମପୁର ଗାଁକୁ ନିଜର କର୍ମୀମାନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ କଂଗ୍ରେସ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା ଓ ତାଙ୍କୁ ଅଟକ […]

  • Friday, 16 July 2021
ja11
ଜଗତସିଂହପୁରରେ ଏଥର ତ୍ରିମୁଖୀ ଲଢ଼େଇ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ଆସନ୍ତା ୨୯ ତାରିଖରେ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବ ମତଦାନ। ୨୦୧୪ ନିର୍ବାଚନରେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା ଏବଂ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ବିଜେଡିର ବିଷ୍ଣୁ ଦାସଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥର ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି।  ଏଥର ହେଉଛି ତ୍ରିମୁଖୀ ଲଢେଇ।  ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଶାନ୍ତ ମୁଦୁଲିଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ସତ୍ୟବ୍ରତ […]

  • Friday, 16 July 2021
rahul
ହାତରେ ଦୁଇ ଦିନ ଥିବାରୁ ନେତାଙ୍କ ଘନ ଘନ ପ୍ରଚାର

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ହାତରେ ଆଉ ମାତ୍ର ୨ ଦିନ ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି। ଆଜି ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ବାଲେଶ୍ୱର ରେମୁଣା ନିର୍ବାଚନମଣ୍ଡଳୀର ନରହରିପୁରରେ ଏକ ନିର୍ବାଚନୀ ସଭାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଜଗତସିଂହପୁରରେ ରୋଡ୍‌ ଶୋ’ କରି ନାଉଗାଁରେ ସାଧାରଣ ସଭାରେ ଯୋଗ […]

  • Friday, 16 July 2021
a2
ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ

ଯାଜପୁର: ଯାଜପୁରର ସୁକିନ୍ଦାରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସୁକିନ୍ଦା ୩୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ୍‌ଙ୍କ ଗାଡ଼ିକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଫଳରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଗାଡ଼ିର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସରୋଜିନୀ ହରିପୁରରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଏହି ବୋମାମାଡ଼ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

  • Friday, 16 July 2021
a1
ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ୍‌ ଦେଲେ ୭୧.୬୧ % ନାଗରିକ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ସମ୍ବଲପୁର ଲୋକସଭା କ୍ଷେତ୍ରରେ ୭୬.୩୮ ପ୍ରତିଶତ ନାଗରିକ ନିଜର ମତ ସାବ୍ୟସ୍ତ କରିଥିବା ବେଳେ କେନ୍ଦୁଝରରେ ୭୮.୧୬, ଢେଙ୍କାନାଳରେ ୭୪.୯୮, କଟକରେ ୬୯.୬୫, ପୁରୀରେ ୭୨.୫୩ ଓ ଭୁବନେଶ୍ୱରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ଭୋଟ ହୋଇଥିଲା।  

  • Friday, 16 July 2021
2
ଚାରା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ : ଧର୍ମେନ୍ଦ୍ର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଚାରା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ। ମୟୂରଭଞ୍ଜରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି। ବିଜେଡ଼ି ସରକାରକୁ ସମାଲୋଚନା କରି ସେ କହିଛନ୍ତି, ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ବାଧକ ସାଜିଛନ୍ତି। ‘କାଳିଆ’ ଯୋଜନା ନାଁରେ ଲୋକଙ୍କୁ ଟଙ୍କା ବଣ୍ଟାଯାଇ ଏଠି ବ୍ୟାପକ ପିସି କାରବାର ହୋଇଛି। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଏଠି ବ୍ୟାପକ ପିସି କାରବାର ହେଉଛି […]

  • Friday, 16 July 2021
1
ବେଦପ୍ରକାଶଙ୍କ ପୁଅ ଲଢ଼ି ପାରନ୍ତି ନିର୍ବାଚନ

ପାଟକୁରା: ପାଟକୁରାର ବିଜେଡ଼ି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ଏଠାରେ ସାନି ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ବରିଷ୍ଠ ବିଜେପି ନେତା ତଥା ବିଧାନସଭା ପ୍ରାର୍ଥୀ ବିଜୟ ମହାପାତ୍ର ସ୍ୱାଗତ କରିଛନ୍ତ। ସେ କହିଛନ୍ତି, ଚଳିତ ନିର୍ବାଚନ ପ୍ରକ୍ରିୟା ଭିତରେ ଏଠାରେ ସାନି ନିର୍ବାଚନ ହେବା ପାଇଁ ନିର୍ବାଚନ କମିଶନ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ। ହେଲେ ପରେ ନିର୍ବାଚନ କରିବା ଲାଗି […]

  • Friday, 16 July 2021
pradeep
ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ଭବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୭ତାରିଖକୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନ ଥିବାରୁ ଏହା ଘୁଞ୍ଚିଥିବା କୁହାଯାଇଛି। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ  ଜାମିନ ଶୁଣାଣି ହୋଇଥିଲା। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତାଙ୍କ […]

  • Friday, 16 July 2021