• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ଲୋନାଆଲ
ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନବୀନ

ବ୍ରହ୍ମପୁର (ଅଶୋକ ବର୍ମା): ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବ୍ରହ୍ମପୁରର କନିଷିରୁ ପ୍ରଚାର ଆରମ୍ଭ କରି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ନବୀନ। କାହାର ନାଁ ନନେଇ କେନ୍ଦ୍ର ଓ ବିଜେପି ସରକାରକୁ ସେ ସମାଲୋଚନା କରିଛନ୍ତି। ତିତ୍‌ଲି ହେଲା ଆସିଲେନି, ମରୁଡ଼ି ହେଲା ସେମାନେ ଆସିଲେନି। ଏବେ ଭୋଟ ସମୟ ହେବାରୁ ସେମାନେ ଆସିଗଲେ ବୋଲି ନବୀନ କହିଛନ୍ତି। ସେହିପରି କୁଆଡ଼େ ଗଲା ସୀତାପଲ୍ଲୀ କାରଖାନା, […]

  • Friday, 16 July 2021
prakash
ପ୍ରାର୍ଥିପତ୍ର ଦାଖଲ କଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

କଟକ (ବିବର୍ତ୍ତନ ପଣ୍ଡା): କଟକ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ବିଜେପି ଟିକେଟ୍‌ରୁ ଏଥର ନିର୍ବାଚନୀ ମଇଦାନରେ ଅଛନ୍ତି ପ୍ରକାଶ ମିଶ୍ର। ନିଜ ସମର୍ଥକଙ୍କ ସହିତ ସେ ଜିଲ୍ଲାପାଳଙ୍କ ଅଫିସକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଟକରେ ତାଙ୍କ ସହିତ ବିଜେଡିର ଭେଟେରାନ ଭର୍ତ୍ତୃହରି ମହତାବ ଓ କଂଗ୍ରେସର ପଞ୍ଚାନନ କାନୁନ୍‌ଗୋଙ୍କ ସହିତ ଲଢ଼େଇ ହେବ।

  • Friday, 16 July 2021
nomination filed
ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର :  ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ସୋରରେ ଚାଲିଛି ନାମାଙ୍କନ ଦାଖଲ। ଆସନ୍ତାକାଲି ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ହାତରେ କେବଳ ଆଜି ଓ ଆସନ୍ତାକାଲି। ତେଣୁ ଅନେକ ପ୍ରାର୍ଥୀ ଆଜି ନିଜ ନିଜର ନାମାଙ୍କନ ଦାଖଲ କରୁଛନ୍ତି। ଦଳ ବଳ ଆଣି ସମର୍ଥକଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ସେମାନେ ନାମାଙ୍କନ ଦାଖଲ କରୁଛନ୍ତି। ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ନୀତିଶ […]

  • Friday, 16 July 2021
majhi
ନବରଙ୍ଗପୁରରେ ଏଥର ତ୍ରିମୁଖୀ ଲଢେଇ

ନବରଙ୍ଗପୁର : ବିକାଶର ପାହାଚରେ ସବା ଶେଷରେ ଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ହେବ ‘କାଣ୍ଟେ କା ଟକ୍କର’। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍ ଆସନ୍ତା ୧୧ ତାରିଖରେ ଲଢେଇ ହେବ ତିନି ମାଝୀଙ୍କ ମଧ୍ୟରେ। କଂଗ୍ରେସରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ ବିଜେଡିରୁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ମନ୍ତ୍ରୀ ରମେଶ ମାଝୀ। ତ୍ରିମୁଖୀ ଲଢ଼େଇରେ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ରଣନୀତି ତିଆରି କରିଛନ୍ତି ତିନି ପ୍ରାର୍ଥୀ। ଇଂଜିନିୟରିଂ ପେସାରୁ ରାଜନୀତିକୁ ଲମ୍ଫ […]

  • Friday, 16 July 2021
raghu
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେପିରେ ମିଶିଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରଘୁନାଥ ମହାନ୍ତି। ବିଜେଡିରୁ ତାଙ୍କୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରଘୁନାଥ। ଏମିତିକି ସେ ଦାୟିତ୍ୱରେ ଥିବା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ କିଛି ଦିନ ତଳେ […]

  • Friday, 16 July 2021
mayabati
ବିଜେପି ଓ କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ। ଭୁବନେଶ୍ୱର ଠାରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏକ ଚତୁର୍ଥାଂଶ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ମାୟାବତୀ। କଂଗ୍ରେସ ଭଳି ବିଜେପି ମଧ୍ୟ ସିବିଆଇ, ଇଡି ଓ ଆଇଟିର ଅପବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। […]

  • Friday, 16 July 2021
Soumya
୭ଟି ବିଧାନସଭା, ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରାଯାଇଛି। ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଓ ସମସ୍ତ […]

  • Friday, 16 July 2021
bjd2
ବିଜେଡି ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : ବିଜେଡି ଟିକେଟ ବଣ୍ଟନକୁ ନେଇ ଜାରି ରହିଛି ଅସନ୍ତୋଷ। ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଆଜି ନବୀନ ନିବାସ ଆଗରେ ହୋହଲ୍ଲା, ନାରାବାଜି କରାଯାଇଛି।  କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ନାରାବାଜି କରିଛନ୍ତି। ସେହିପରି କଟକ ସଦର ଅଞ୍ଚଳରେ ଥିବା ପଞ୍ଚାୟତ ପ୍ରତିନିଧିମାନେ ଇସ୍ତଫା ଦେଇଛନ୍ତି। ସେପଟେ ଜୟଦେବ ଆସନରୁ ଟିକେଟ କଟିବା ପରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମର୍ଥକ ମାନେ ମଧ୍ୟ […]

  • Friday, 16 July 2021
NAVEEN NIWAS- JOINNING-keonjhar ra chandrani murmu nkn bjd re jogadana (2)
କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ

ଭୁବନେଶ୍ୱର :  କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ସୋରେନ୍। ଆଜି ଏ ସମ୍ପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସ ଆସି ବିଜେଡିରେ ମିଶିବା ପରେ ଏଭଳି ସୂଚନା ଦେଇଛନ୍ତି ଯୁବ ମେକାନିକାଲ ଇଞ୍ଜିନିୟର ଚନ୍ଦ୍ରାଣୀ ସୋରେନ। ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର ପୂର୍ବତନ ଲୋକସଭା ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି।

  • Friday, 16 July 2021
bjd--pravin
ବିଜେଡି ଛାଡ଼ିଲେ ମୋରଡ଼ା ବିଧାୟକ : ତେଣେ ନବୀନ ନିବାସ ଆଗରେ ଥମୁନି ଟିକେଟ୍ କଳି

ଭୁବନେଶ୍ୱର : ବିଜେଡିରେ ବିଦ୍ରୋହ ଲାଗି ରହିଛି। କାଲି ରଘୁ ମହାନ୍ତି ଓ ଆଜି ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ଦଳ ଛାଡ଼ିଛନ୍ତି। ପ୍ରବୀଣ ଦୁଇ ଦୁଇ ଥର ବିଧାୟକ ରହିବା ସହ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ। ତେବେ ବିଜେପି ନେତା ରାଜକିଶୋର ଦାସ ବିଜେଡିରେ ସାମିଲ ହେବାପରେ ମୟୂରଭଞ୍ଜ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ତା’ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ କାର୍ଯ୍ୟଶୈଳୀଙ୍କୁ ମଧ୍ୟ ପ୍ରବୀଣ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଥିଲା। ମୋରଡ଼ା ବିଧାୟକ ପ୍ରବୀଣ […]

  • Friday, 16 July 2021
bjd
ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର : ପ୍ରେସ୍‌ମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ୧୧ଟି ଅଭିଯୋଗ ଉପରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି। ସିଇଓ ନିରପେକ୍ଷ ରହୁନାହାନ୍ତି, ପକ୍ଷପାତିତା କରୁଛନ୍ତି। ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ରହୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସବୁ ରାଜନୈତିକ ଦଳ ପାଇଁ ସିଇଓ ନିରପେକ୍ଷ ହେବା ଉଚିତ୍। ଏ ନେଇ ଖୁବଶୀଘ୍ର ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବୁ ବୋଲି ବିଜେଡି କହିଛି।

  • Friday, 16 July 2021
amit
ପାରଳାଖେମୁଣ୍ଡିରେ ଆୟୋଜିତ ସମାବେଶରେ ଯୋଗ ଦେଲେ ଅମିତ ଶାହ

ଉମରକୋଟ (କାର୍ତ୍ତିକ ମଲ୍ଲିକ) : ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆୟୋଜିତ ସମାବେଶରେ ସେ ଯୋଗ ଦେଇଛନ୍ତି। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି। ଏହି ସମାବେଶ ପରେ ସେ ନବରଙ୍ଗପୁର ଉମରକୋଟରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।      

  • Friday, 16 July 2021
jj
ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ, ବିଜେଡି ଅଫିସ୍‌ରେ ଭଙ୍ଗାରୁଜା

ଜଗତସିଂହପୁର : ଆଜି ବିଜେଡି ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।ଏଥିରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୬ରୁ ୭ ଜଣ ଯୁବକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି। କାର୍ଯ୍ୟାଳୟ ଆଗରେ ଲାଗିଥିବା ବୋର୍ଡ ଭାଙ୍ଗିବା ସହିତ ହୋର୍ଡିଂ ଚିରି ପକାଇଛନ୍ତି। ଏପରିକି […]

  • Friday, 16 July 2021
home-politics
ପରିବାରବାଦ ଓ କ୍ଷମତା ମୋହର ଅଜବ ନିଶା

ଭୁବନେଶ୍ୱର :  ରୋଚକ ହୋଇଛି ୧୯ ନିର୍ବାଚନର ପରିବାର ରାଜନୀତି। ଗୋଟିଏ ଛାତ ତଳେ ରହି ବି ଅଲଗା ଅଲଗା ଦଳ ପାଇଁ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି ପରିବାର ସଦସ୍ୟ। ସୁବିଧାବାଦ ରାଜନୀତିର ହାଓ୍ୱା ବାପ-ପୁଅ ଓ ବାପ-ଝିଅର ରାସ୍ତାକୁ ବି ଅଲଗା କରିଦେଇଛି। କେଉଁଠି ପ୍ରତିଶୋଧର ରାଜନୀତି  ତ କେଉଁଠି ଟିକେଟର ଲୋଭ ରକ୍ତର ସଂପର୍କକୁ ବି ପର କରି ଦେଇଛି। ତିନି ପ୍ରମୁଖ ଦଳରେ ଦେଖିବାକୁ ମିଳିଛି ଦଳଡିଆଁ ରାଜନୀତିର ଏମିତି ରୋଚକ […]

  • Friday, 16 July 2021
congress bhawan
କଂଗ୍ରେସରେ ପୁଣି ତୀବ୍ର ହେଲା ଟିକେଟ କଳି

ଭୁବନେଶ୍ୱର : କଂଗ୍ରେସରେ ପୁଣି ତୀବ୍ର ହେଲା ଟିକେଟ କଳି। ଟିକେଟ ବଣ୍ଟା ଅସନ୍ତୋଷକୁ ନେଇ ରାଜ୍ୟ ମୁଖ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ କିଛି ମହିଳା କଂଗ୍ରେସ କର୍ମୀ ଆଜି କଂଗ୍ରେସ ଭବନରେ ତାଲା ପକାଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଭଦ୍ରକ ଜିଲ୍ଲାର ଆଉ କିଛି କଂଗ୍ରେସ କର୍ମୀ ଗେଟ୍ ଖୋଲି କଂଗ୍ରେସ […]

  • Friday, 16 July 2021
bjd-mancha
ବିଜେଡିର ନିର୍ବାଚନୀ ସଭା ବେଳେ ଭାଙ୍ଗିଲା ମଞ୍ଚ

ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଆଣିଆଠାରେ ଆଜି ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଚାଲିଥିବା ବେଳେ ଭାଙ୍ଗିଗଲା ମଞ୍ଚ। ସେତେବେଳେ ମଞ୍ଚରେ ଉପସ୍ଥିତ ଥିଲେ ଦୁଇ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ ଅନୁଭବ ମହାନ୍ତି। ତେବେ ସୌଭାଗ୍ୟ ବଶତଃ ସେମାନଙ୍କର କିଛି ହୋଇନାହିଁ। ସୂଚନାଯୋଗ୍ୟ, ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର […]

  • Friday, 16 July 2021
fight
କଟକ ଓ ଭୁବନେଶ୍ୱର ହାଇପ୍ରୋଫାଇଲ୍ ସିଟ୍‌ରେ ଏଥର ଏକ୍ସ- ବ୍ୟୁରୋକ୍ରାଟ୍ ଲଢ଼େଇ

ଭୁବନେଶ୍ୱର : ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଦ୍ୱୈତନଗରୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ସ୍ମାର୍ଟସିଟି ଭୁବନେଶ୍ୱର ଓ ଐତିହାସିକ ସହର କଟକ ଦେଖିବ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଲଢ଼େଇ। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନରେ ଥିବା ବେଳେ କଟକରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। […]

  • Friday, 16 July 2021
surndra
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ

ସୋର(ଶଶୀକାନ୍ତ ବେହେରା): ବିଜେଡି ଛାଡ଼ିଲେ ସୋର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସୁରେନ୍ଦ୍ର ପରମାଣିକ ପ୍ରଥମେ କଂଗ୍ରେସରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଥିଲେ। ଭାବିଥିଲେ ଏଥର ତାଙ୍କୁ ଟିକେଟ ମିଳିବ। ମାତ୍ର ତାଙ୍କୁ ଝଟକା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୋରର ବର୍ତ୍ତମାନ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଆଉଥରେ […]

  • Friday, 16 July 2021
arjun --
ବିଜେପିରେ ମିଶିଲେ ଅର୍ଜୁନ ସେଠୀ, ମୋହନ ଜେନା

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେବାର କେଇଁ ଘଣ୍ଟା ପରେ ପଦ୍ମ ଧରିଛନ୍ତି ବରିଷ୍ଠ ସାଂସଦ ଅର୍ଜୁନ ସେଠୀ। ଭଦ୍ରକର ୬ ଥରର ସାଂସଦ ଅର୍ଜୁନ ସେଠୀ ଆଜି ବିଜେଡିରୁ ସବୁ ସମ୍ପର୍କକୁ ଛିନ୍ନ କରି ବିଜେପିରେ ମିଶିଛନ୍ତି। ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅର୍ଜୁନଙ୍କ ସମେତ ତାଙ୍କ ପୁଅ ଅଭିମନ୍ୟୁ ସେଠୀ, ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ବି […]

  • Friday, 16 July 2021
niranjan
ଦୁଇଟି ଆସନରୁ ନିରଞ୍ଜନ ପଟ୍ଟନାୟକ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ୨ଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। କେନ୍ଦୁଝର ଜିଲ୍ଲାର ଘସିପୁରା ଓ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ପ୍ରତିକିୟାରେ ନିରଞ୍ଜନ କହିଛନ୍ତି ବଦ୍ରି ପାତ୍ରଙ୍କ ଭଳି ହଣାକଟା, ମାରପିଟ୍ କରିବାର ଦମ୍ ମୋର ନାହିଁ, କିନ୍ତୁ ନିର୍ବାଚନ ଲଢ଼ିବାର ଦମ୍ ଅଛି। ମୋ ଦମ୍ ଦେଖାଇବା ପାଇଁ ପ୍ରାର୍ଥୀ […]

  • Friday, 16 July 2021
protest
ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ

ଭୁବନେଶ୍ୱର : ଟିକଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ। ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ। ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରୁ ଟିକେଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି ବିରୋଧି ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି। ଧ୍ରୁବ ସାହୁଙ୍କ ବିରୋଧରେ ନାରାବାଜି ଦେବା ସହ ରାଜନଗରରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସେମାନେ ଦାବି କରିଛନ୍ତି। ଧ୍ରୁବ ସାହୁଙ୍କୁ ଯଦି ପରିବର୍ତ୍ତନ କରାନଯାଏ, ତେବେ କେନ୍ଦ୍ରାପଡ଼ା ବିଜେଡି […]

  • Friday, 16 July 2021
ranjiv
ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଲା ନୂଆ ଦାୟିତ୍ୱ। କଂଗ୍ରେସ ରାଜ୍ୟସଭା ସଭ୍ୟ ରଞ୍ଜୀବଙ୍କୁ ଜାତୀୟ ମୁଖପାତ୍ର ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରଞ୍ଜୀବଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଂଗ୍ରେସ ନେତା ଶୈଳେନ୍ଦ୍ରଙ୍କୁ ଜାତୀୟ ମିଡିଆ କୋଡିନେଟର୍ ଭାବେ ନିଯୁକ୍ତି ମିଳିଛି। ରଞ୍ଜୀବ ଏବେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି।

  • Friday, 16 July 2021
mohan
ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା

ଭୁବନେଶ୍ୱର : ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ରରେ ନବୀନ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ପ୍ରାଥମିକ ସଦସ୍ୟ ପଦରୁ ବି ଛାଡ଼ିଥିବା ଉଲ୍ଲେଖ କରିଛନ୍ତି। ସେପଟେ ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ୍ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଧାୟକ ମହେଶ୍ୱର ମହାନ୍ତିଙ୍କ ଏକାଚାଟିଆ କାରବାରରେ ଅତିଷ୍ଠ ହୋଇ ସେ […]

  • Friday, 16 July 2021
bijaya
ବିଜେପିକୁ ଫେରିଲେ ବିଜୟ

ଭୁବନେଶ୍ୱର : ବିଜେପିକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳରୁ ଇସ୍ତଫା ଦେବାର ପ୍ରାୟ ୪ ମାସ ପରେ ବିଜୟଙ୍କ ମାନଭଞ୍ଜନ କରି ତାଙ୍କୁ ପୁଣି ଦଳକୁ ଆଣିଛି ବିଜେପି। ଏଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜୟ। ତେବେ ଦଳ ତାଙ୍କୁ ପାଟକୁରା କିମ୍ବା ମହାକାଳପଡ଼ାରୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ, ଗୋଟିଏ ଇସ୍ତଫା ପତ୍ରରେ ବିଜୟ ଓ ଦିଲୀପ ରାୟ ଦସ୍ତଖତ କରିଥିଲେ। ଏବେ ବିଜୟ ଫେରି ଥିବାରୁ ଦିଲୀପଙ୍କ […]

  • Friday, 16 July 2021
biswal
୨୦୧୯ ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ

କଟକ :  ୨୦୧୯ ମସିହା ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ। କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଥିବା କହିଛନ୍ତି ପ୍ରଭାତ ବିଶ୍ୱାଳ। ତାଙ୍କ ନାଁରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି। ତେବେ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ ପ୍ରତିକ୍ରିୟା ରଖି ପ୍ରଭାତ ବିଶ୍ୱାଳ କହିଛନ୍ତି ଏନେଇ ଦଳ ସୁପ୍ରିମୋ ବିଚାର କରିବେ।

  • Friday, 16 July 2021