• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bjd manefesto
ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି

ଭୁବନେଶ୍ୱର : କଂଗ୍ରେସ ଓ ବିଜେପି ପରେ ଶେଷରେ ଆଜି ଇସ୍ତାହାର ପ୍ରକାଶ କରିଛି ବିଜେଡି। ଫୋକସରେ ରହିଛି ଚାଷୀଙ୍କ ଲାଗି ଉଦ୍ଦିଷ୍ଟ କାଳିଆ ଯୋଜନା। ସାଧାରଣ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଓ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ଟଙ୍କାର ସହାୟତା ଜାରି ରଖାଯିବା ସହ ଯୋଜନାର କାର୍ଯ୍ୟକାରିତା ଓ ୩ ବର୍ଷ ପରେ ଏଥିରେ ସଂଶୋଧନ ଆଣିବା ଲାଗି କାଳିଆ କମିଶନ ଗଠନ କରାଯିବ ଏବଂ ଚାଷୀ ପରିବାରର ପିଲାଙ୍କ ଉଚ୍ଚ ଓ […]

  • Friday, 16 July 2021
vote poll
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର :  ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି, କୋରାପୁଟ,ରାୟଗଡ଼ା ଭଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି। ଏସବୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି ପୁଲିସ ଡିଜି […]

  • Friday, 16 July 2021
kk
ମୁଖ୍ୟମନ୍ତ୍ରୀଙ୍କ କାଳିଆ ଫେରାଦି

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ଯାଇ ଫେରାଦ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଟଙ୍କା ଅଟକାଯିବା ନେଇ ଫେରାଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଇଓଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କାଳିଆ ଯୋଜନା ଟଙ୍କା ଅଟକାଇବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଥିବାବେଳେ କାଳିଆ ଅଟକା ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଳିଆ ନେଇ ବିଜେପି […]

  • Friday, 16 July 2021
protest for kishore
କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା। ତେବେ ବର୍ତ୍ତମାନର ବିଧାୟକ କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଶୋରଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଳୋଗାନ ଦେବା ସହ କିଶୋରଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବାପରେ ସ୍ୱାଧୀନ ଭାବେ ଆଜି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  • Friday, 16 July 2021
baijayanta09
ନବୀନ ଆଣିଥିବା ଅଭିଯୋଗ ହାସ୍ୟାସ୍ପଦ, ଦୁଃଖଦ : ବୈଜୟନ୍ତ

ଭୁବନେଶ୍ୱର :  ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଗୁଜବ ପ୍ରଚାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନଙ୍କ ସାକ୍ଷାତ୍‌କାର ନେଇଥିବା ଏନ୍‌ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନଙ୍କ ସହ ଆଲୋଚନା ବେଳେ ବୈଜୟନ୍ତ, ନବୀନଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ନବୀନ ଆଣିଥିବା ଅଭିଯୋଗ, ହାସ୍ୟାସ୍ପଦ ଓ ଦୁଃଖଦ ବୋଲି କହିଛନ୍ତି ବୈଜୟନ୍ତ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାର କେବେ ବି କରିନାହାନ୍ତି ବୋଲି […]

  • Friday, 16 July 2021
naveen7
ମୁଁ ଏବେ ଭଲ ଓଡ଼ିଆ କହିପାରେ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁ ନାହାନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଏପରି ଅଭିଯୋଗ ବାରମ୍ୱାର କରିଆସୁଛନ୍ତି। ଯାହାକୁ ନେଇ ଅନେକ ସମୟରେ ଶାସକ ଓ ବିରୋଧୀ ଦଳ ଭିତରେ ବୟାନବାଜି ହୋଇଥାଏ। ହେଲେ ବିରୋଧୀଙ୍କର ଏହି ଅଭିଯୋଗକୁ ଆଜି ଖଣ୍ଡନ କରିଛନ୍ତି ଖୋଦ୍‌ ନବୀନ। ଏକ ଜାତୀୟ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେବା ଅବସରରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ ଓଡ଼ିଆ କହିପାରୁନଥିବା […]

  • Friday, 16 July 2021
sashi
କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଶଶିଭୂଷଣ ବେହେରା ହେଲେ ପ୍ରାର୍ଥୀ

ଭୁବନେଶ୍ୱର : କେନ୍ଦ୍ରାପଡ଼ାରୁ ବିଜେଡି ପ୍ରାର୍ଥୀ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ବିଜେଡି ଆଜି ଏହି ଆସନ ପାଇଁ ଶଶିଭୂଷଣଙ୍କ ନାଁ ଘୋଷଣା କରିଛି। ଶଶିଭୂଷଣ ଖୋର୍ଦ୍ଧା ଜୟଦେବ ଆସନରୁ ବିଧାୟକ ଥିବା ବେଳେ ସେଠାରେ ଅରବିନ୍ଦ ଢାଲିଙ୍କୁ ଏଥର ପ୍ରାର୍ଥୀ କରାଯାଇଥିବାରୁ ଶଶୀଭୁଷଣ ଟିକେଟରୁ ବାଦ୍ ପଡ଼ିଥିଲେ। ତେବେ ଏହାକୁ ନେଇ ଶଶି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ତେବେ ଆଜି ଶେଷ […]

  • Friday, 16 July 2021
risk
ବିଜେଡିକୁ ଚେକ୍‌ମେଟ୍ ପାଇଁ ସବୁଠି ଜୋରଦାର ଉଦ୍ୟମ

ଭୁବନେଶ୍ୱର :  ରୋଚକ ମୋଡ଼ରେ ଭବାନୀପାଟଣା ଭୋଟ। ଅନୁଭବି ଓ ନୂଆ ଚେହେରା ମଧ୍ୟରେ ହେଉଛି ହାଇଭୋଲ୍‌ଟେଜ ଟକ୍କର। ବିଜେପିରୁ ପ୍ରଦୀପ ନାଏକ, ବିଜେଡିରୁ ଦୁଷ୍ମନ୍ତ ନାଏକ ଏବଂ କଂଗ୍ରେସରୁ ସାଗର ଦାସଙ୍କ ମଧ୍ୟରେ ଜୋରଦାର ଲଢ଼େଇ। ସାଂଗଠନିକ ଦକ୍ଷତା ସହ ମୋଦିଙ୍କ ହାୱାରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ପ୍ରାର୍ଥୀ ପ୍ରଦୀପ ନାଏକଙ୍କ ପଲ୍ଲା ଭାରି ରହିଛି। ଗତଥର କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କୁ ପରାସ୍ତ କରି ବିଜେଡିକୁ ବିଜୟ ଭେଟିଦେଇଥିଲେ ଅନାମ ନାଏକ। […]

  • Friday, 16 July 2021
photo
ମୁଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସଦ୍‌ବୁଦ୍ଧି ଦିଅନ୍ତୁ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଗତ କିଛି ଦିନ ତଳେ ଏକ ଫିଟନେସ୍‌ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ସୁସ୍ଥ ଥିବାର ବାର୍ତ୍ତା ଦିଆଯାଇଥିଲା। ତେବେ ଏହି ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେବା ପରେ ଏନ୍‌ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ ମୁଖ୍ୟମନ୍ତ୍ରୀଙ୍କର ଏକ ଇଣ୍ଟରଭ୍ୟୁ ନେଇ କିଛି ଫଟୋ ଶେଆର କରିଛନ୍ତି। ସେଥିରେ ଶ୍ରୀନିବାସନ ଲେଖିଛନ୍ତି ଯେ, ମୋ […]

  • Friday, 16 July 2021
vote
ଭୋଟ ଦିନ ସରକାରୀ ଛୁଟି

ଭୁବନେଶ୍ୱର : ଭୋଟ ଗ୍ରହଣ ଦିନ ଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍‌ କୋର୍ଟ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ଇନ୍‌ଷ୍ଟିଚ୍ୟୁସନ୍‌ ବନ୍ଦ ରହିବ। ଯେଉଁ ପର୍ଯ୍ୟାୟରେ ଯେଉଁ କ୍ଷେତ୍ରରେ ମତଦାନ ଥିବା, ସେହିଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଲାଗୁ ହେବ। ଲୋକସଭା ସଂଲଗ୍ନ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଛୁଟି ଲାଗୁ ହେବ। ଆସନ୍ତା ୧୧ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାରେ ମତଦାନ ହେବ। ତେଣୁ […]

  • Friday, 16 July 2021
badachana
ଟିକେଟ ଫେରାଇଲେ ସୀତାକାନ୍ତ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣି ଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇନାହାନ୍ତି। ବିଳମ୍ବରେ ଟିକେଟ୍ ମିଳିଥିବାରୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଶ୍ରୀ ମହାପାତ୍ରଙ୍କୁ ମିଶାଇ ଇତିମଧ୍ୟରେ କଂଗ୍ରେସର ମୋଟ ୫ଜଣ ବିଧାୟକ […]

  • Friday, 16 July 2021
bjd 0
ବିଜେପିର ଇସ୍ତାହାର ନେଇ ସିଇଓ ଏବଂ ଥାନାକୁ ଗଲା ବିଜେଡି

ଭୁବନେଶ୍ୱର : ବିଜେପିର ଇସ୍ତାହାର ନେଇ ନିର୍ବାଚନ ସିଇଓ ଏବଂ ଥାନାକୁ ଗଲା ବିଜେଡି। ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ନେଇ ବିଜେଡି ସିଇଓ ଓ ଥାନାରେ ଫେରାଦ ହୋଇଛି। ଖାରବେଳ ନଗର ଥାନାରେ ଦଳ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ସିଇଓଙ୍କ ଠାରେ ଦଳ ଅଭିଯୋଗ କରିଛି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଜେପି ଠକିଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେଡି।

  • Friday, 16 July 2021
tirupati
ତିରୁପତି ପାଣିଗ୍ରାହୀ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସହପ୍ରଭାରୀ ଟିଏସ୍ ସିଂହଦେଓଙ୍କ ଅନୁମୋଦନକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନେତାମାନଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ ଆଜି ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନବେଳେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଏହି ନେତାମାନଙ୍କୁ ଦଳରୁ […]

  • Friday, 16 July 2021
prachar
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର : ମିଶନ ସିଂହାସନ। ଫୋକସରେ ଷ୍ଟାର ପ୍ରଚାରକ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ। ହାତରେ ମାତ୍ର ଆଉ ଅଳ୍ପ ସମୟ ଥିବାରୁ ଭୋଟରକୁ ମନାଇବା ପାଇଁ ସବୁ ଦଳ ତରଫରୁ ଜାରି ରହିଛି ଜୋରଦାର ପ୍ରୟାସ। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନା। କୋଟପାଡରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେବା ସହ, […]

  • Friday, 16 July 2021
bijay-beda
ପାଟକୁରାରେ ପୁଣି ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପାଟକୁରାରେ ପୁଣି ହେବ ହେଭିୱେଟ୍ ଲଢେଇ। ସବୁ ଚର୍ଚ୍ଚାର ଅନ୍ତ ଘଟାଇ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍। ଏଠାକାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ବେଦପ୍ରକାଶ ଅସୁସ୍ଥ ଥିବାରୁ ବିଜେଡି ସେଠାରେ ପ୍ରାର୍ଥୀ ବଦଳାଇ ପାରେ ବୋଲି ଚର୍ଚ୍ଚା ଜୋରଧରିଥିଲା। […]

  • Friday, 16 July 2021
nuapada
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆପଡ଼ା(ମାୟାଧର ସରାଫ୍‌) : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ନୂଆପଡ଼ାରେ ପ୍ରଚାର ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ନବୀନ।  BSKYରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସହାୟତା ୭ରୁ ୧୦ ଲକ୍ଷକୁ ବୃଦ୍ଧି ହେବ। ସବୁ ଝିଅ ମାଗଣାରେ ପଢ଼ିବେ। ଏଥିସହ ମେଡିକାଲ, ଇଂଜିନିୟରିଂ ଶିକ୍ଷା ମାଗଣାରେ ଦିଆଯିବ।  ଗରିବ ଝିଅଙ୍କ ବାହାଘର ପାଇଁ […]

  • Friday, 16 July 2021
congress
ମୟୂରଭଞ୍ଜ ମୋରଡ଼ାରେ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ୱର : ମୟୂରଭଞ୍ଜର ମୋରଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ। ଦଳ ଆଜି ପ୍ରଭାସ କର ମହାପାତ୍ରଙ୍କୁ ମୋରଡ଼ା ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ମୋରଡ଼ା ଆସନ ଲାଗି କଂଗ୍ରେସ ଓ JMM ମଧ୍ୟରେ ବୁଝାମଣା ହୋଇଥିଲା। ଏହି ଅନୁସାରେ କଳିଙ୍ଗ କେଶରୀ ଜେନା ମୋରଡ଼ାରେ JMMର ପ୍ରାର୍ଥୀ ହୋଇଥିଲେ। ତେବେ ଆଜି କଂଗ୍ରେସ ଦଳ ଏହି ଆସନ ପାଇଁ ପୁଣି ନିଜ ଦଳରୁ ପ୍ରାର୍ଥୀ ଘୋଷଣା ପରେ ଏଠାରେ ଉଭୟ ଦଳର ପ୍ରାର୍ଥୀ […]

  • Friday, 16 July 2021
aska
ମୁଖ୍ୟମନ୍ତ୍ରୀଙ୍କ ହୋମ୍ ଟର୍ଫ ଆସ୍କାରେ ତ୍ରିମୁଖୀ ଟକ୍କର

ଭୁବନେଶ୍ୱର : ଏକଦା ରାଜନୀତିର ଖଡ଼ି ଛୁଇଁଥିବା ଆସ୍କା ଆସନରେ ଏଥର ନବାଗତଙ୍କ ଲଢ଼େଇ। ମଇଦାନରେ ତିନି ନୂଆ ମୁହଁ। ବିଜେପିରୁ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଓ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶିନୀ, ବିଜେଡିରୁ ଗଞ୍ଜାମ ଜିଲ୍ଲାରେ ମିଶନ ଶକ୍ତିର ପୁରୋଧା କୁହାଯାଉଥିବା ପ୍ରମିଳା ବିଷୋୟୀ ଏବଂ ସିପିଆଇରୁ ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା। ଏହି ତିନି ଜଣ ନିଜ ନିଜ ଶୈଳୀରେ ଚଳାଇଛନ୍ତି ଜୋରଦାର ପ୍ରଚାର। ବିରାଟ ରୋଡ୍ […]

  • Friday, 16 July 2021
adr
ପ୍ରଥମ ପର୍ଯ୍ୟାୟ ଭୋଟ୍ ପର୍ବରୁ ADR ରିପୋର୍ଟ : ୬୧ ପ୍ରାର୍ଥୀଙ୍କ ନାଁରେ ଫୌଜଦାରୀ ମାମଲା

ଭୁବନେଶ୍ୱର : ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୪ଟି ଲୋକସଭା ଆସନର ମୋଟ ୨୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଧନୀ ହେଉଛନ୍ତି ବ୍ରହ୍ମପୁର ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ତାଙ୍କର ମୋଟ୍ ସଂପତ୍ତି ହେଲା ୩୬ କୋଟି ଟଙ୍କା। ସବୁଠୁ ଗରିବ ହେଲେ କୋରାପୁଟ ଆସନରୁ ଲଢୁଥିବା ସିପିଆଇଏମ୍ଏଲ୍‌ର ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା। ତାଙ୍କ ପାଖରେ ମାତ୍ର ୫୬୫ ନଗଦ ଟଙ୍କା […]

  • Friday, 16 July 2021
bjp mishrana parva
ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ

ଉଦଳା (ମାନସ ପାଣି): ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀର କପ୍ତିପଦାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେଡିର କପ୍ତିପଦା ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁଁ ମହିଳାମାନେ ଆଜି ଅସୁରକ୍ଷିତ ବୋଲି କହିବା ସହ ଉଦଳାର ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କୁ […]

  • Friday, 16 July 2021
mokim
ସରଗରମ ହେଲାଣି କଟକ ରାଜନୀତି

କଟକ (ଦେବାଶିଷ ମହାନ୍ତି ) : କିଏ ଲୋକଙ୍କ ସହ ଚାହା ପିଇ ଭୋଟ ମାଗୁଛି ତ ପୁଣି କିଏ ଲୋକଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛି। କଟକ ସହର ଗଳି କନ୍ଦିରେ ଏବେ ଦେଖିବାକୁ ମିଳୁଛି ଏଭଳି ରାଜନୈତିକ ଉଷ୍ମତା। ବିଭିନ୍ନ ଦଳର ନେତା ନିଜ ନିଜ ଶୈଳୀରେ ଆରମ୍ଭ କରିଛନ୍ତି ପ୍ରଚାର। ହାତରେ ଆଉ ଅଳ୍ପ ଦିନ ଥିବାରୁ ଲୋକଙ୍କ ମନକୁ ଜିତିବା ପାଇଁ କେତେ କଣ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ବାରବାଟୀ-କଟକ ନିର୍ବାଚନ […]

  • Friday, 16 July 2021
kharbela2
ବୌଦ୍ଧରେ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପ୍ରଚାର

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ହରଭଙ୍ଗା ବ୍ଲକ୍‌ର ନରସିଂହପୁର ହାଟପଦା ପଡ଼ିଆରେ ପଥପ୍ରାନ୍ତ ସଭା କରିବା ସହ ଘରକୁ ଘର ଯାଇ ପ୍ରଚାର କରିଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ ଖାରବେଳ ସ୍ୱାଇଁଙ୍କ ସହ ବୌଦ୍ଧ ବିଧାନସଭା ଲାଗି ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଓ ଶତାଧିକ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ। କନ୍ଧମାଳ ଓ ବୌଦ୍ଧ […]

  • Friday, 16 July 2021
police-congress
କଂଗ୍ରେସ କର୍ମୀ-ପୁଲିସ ମୁହାଁମୁହିଁ

ଆନନ୍ଦପୁର( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରାରେ କଂଗ୍ରେସ ଶୋଭାଯାତ୍ରା ବେଳେ ଉତ୍ତେଜନା। କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସୈଲଂଗ ଛକରୁ ଘସିପୁରା ଥାନା ଅଭିମୁଖେ ଯାଉଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀ ଗତ ୫ ତାରିଖ ରାତିରେ ଘସିପୁରା ଥାନାରେ ଗଣ୍ଡଗୋଳ ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କ ଗିରଫର ପ୍ରତିବାଦରେ କଂଗ୍ରେସ ଏହି ରାଲି କରୁଥିଲା। ତେବେ ବିନା ଅନୁମତିରେ […]

  • Friday, 16 July 2021
dama rout
ଆଶଙ୍କାକୁ ସତ ପ୍ରମାଣିତ କଲେ ନବୀନ : ଦାମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଟ୍ ଥିବା ନେଇ ଗତକାଲି ସୋଶାଲ ମିଡିଆରେ ଜାରି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଲୋକେ ଯାହା ଆଶଙ୍କା କରୁଥିଲେ, ତାକୁ ଏହି ଭିଡ଼ିଓ ମାଧ୍ୟମରେ ନବୀନ ସତ ବୋଲି ପ୍ରମାଣିତ କରିଛନ୍ତି। ପିଏମ୍‌ଜିରେ ଏକ ଷ୍ଟେଜ୍ କରାଯାଇ ମୋ ସହ ନବୀନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ଓଡ଼ିଆରେ ଆଲୋଚନା କରନ୍ତୁ […]

  • Friday, 16 July 2021
sura
ମୁଖ୍ୟମନ୍ତ୍ରୀଙ୍କ ଫିଟ୍ ଭିଡିଓକୁ ନେଇ ନବୀନଙ୍କୁ ସୁରଙ୍କ ଚ୍ୟାଲେଞ୍ଜ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଫିଟ୍‌ ଅଛନ୍ତି। ଏଣିକି ୨୦୧୯ ଯୁଦ୍ଧକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନିଜ ତୁଣ୍ଡରେ ନିଜେ କହିଛନ୍ତି। କଥାଟିର ବାସ୍ତବତାକୁ ନେଇ ସନ୍ଦେହ ଥିଲେ ମଧ୍ୟ ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଆମେ ଏହି କଥା କହୁଛୁ। ସବୁ ବେଳେ ଫିନ୍‌ ଫିନ୍‌ ଧଳା କୁର୍ତ୍ତା ପାଇଜାମାରେ ଦୃଶ୍ୟାୟିତ ହେଉଥିବା ଆମ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓରେ ବ୍ଲାକ ଟି’ ଶାର୍ଟରେ ଜଗିଙ୍ଗ୍‌ କରୁଥିବା ଦେଖିବାକୁ ମିଳିଛି। ଖାଲି ଜଗିଙ୍ଗ୍ ନୁହେଁ, ସେ ଓଡିଆ […]

  • Friday, 16 July 2021