ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ।
ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।
ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା । ଏନେଇ ଆଜି ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ବୃହତ ଶିଳ୍ପରେ ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଥିବା ସେ କହିଛନ୍ତି ା
ମୋହନ ମାଝୀ କହିଛନ୍ତି, ମାହାଙ୍ଗା ମର୍ଡର ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ। ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ସରକାରଙ୍କ ସହଯୋଗରେ ହାଉସ୍ ବନ୍ଦ କରିଛି। ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ବାଚସ୍ପତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ମୋହନ ମାଝୀ।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ କମ୍ପୁଛି ଗୃହ । ଦ୍ୱିତୀୟ ଦିନରେ ହୁଲସ୍ତୁଲ୍ ମୌସୁମୀ ଅଧିବେଶନ। ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି। ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା ।ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍
ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ?
ବିଶ୍ୱସ୍ତ ସୂତ୍ରରୁ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିବାବେଳେ ଚଳିତ ଅଧିବେଶନରେ ବି ଏ ସମ୍ପର୍କିତ ବିଲ୍ ଆସିବା ଅନୁମାନ କରାଯାଉଛି। ଏସବୁ ଆଇନ୍ ବିଧାନସଭାରେ ପାରିତ ହେଲା ପରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ।
ପଞ୍ଜାବ କଂଗ୍ରେସରେ ଅସ୍ଥିରତା ଲାଗି ରହିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।
କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଥିଲା। ହଟ୍ଟଗୋ, ଲାଗି ରହିବାରୁ ଗୃହକୁ ଅପରାହ୍ନ ୧୨ଟା ୩୪ ମିନିଟ ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି।
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଏମ୍ସିର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ଭାବେ ପାଳିଲା ବିଜେପି । ଭୁବନେଶ୍ୱର ଜିଲ୍ଳା ବିଜେପି ପକ୍ଷରୁ ଆଜି ବିଏମ୍ସି ଅଫିସ୍ ଆଗରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିଜେଡି ପାଇଁ କାମ କରୁଛନ୍ତି ତାରା । ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି । କୋରାପୁଟର ବରିଷ୍ଠ ନେତା କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ।
ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ବିଜେପି ଘେରିବାକୁ ଯୋଜାନା କରୁଛି। ମରୁଡି ପରିସ୍ଥିତି, ସାର ଅଭାବ, ଜଳସେଚନ ବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମାନସ ଦାସଙ୍କ ମାବନବାଦ ସଂଗଠନର ଅତ୍ୟାଚାର ଘଟଣା, ମାହଙ୍ଗା ଡବଲ ମର୍ଡର ଭଳି ଘଟଣାରେ ସରକାରଙ୍କୁ ଘେରିବ ବିଜେପି।
ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା ।
ପଞ୍ଜାବ ରାଜନୀତିରେ ସିଦ୍ଧୁ ଓ କ୍ୟାପଟେନ ଗୋଷ୍ଠୀ ମଧ୍ୟରେ ଛକାପଂଝା ଜାରି ରହିଛି । ଆଜି କଂଗ୍ରେସ ବିଧାୟକ ପରଗତ ସିଂ, ସିଦ୍ଧୁଙ୍କ ସମର୍ଥନରେ ଆସି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କୁ ଟାର୍ଗେଟ କରିଛନ୍ତି ।
ସେପ୍ଟେମ୍ବରରେ ସରକାର ସଂପୂର୍ଣ୍ଣ ଅନ୍ଲକ୍କୁ ଯିବେ ନା କଟକଣାକୁ ଆଉ ଟିକେ କୋହଳ କରିବେ ସେନେଇ ଲୋକେ ଚାହିଁ ବସିଛନ୍ତି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂଆ ଗାଇଡ୍ଲାଇନ ଆସିବାକୁ ଥିବାବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି । ତେବେ ପିଲାଙ୍କ ସଂକ୍ରମଣ ବଢିବା ଓ ତୃତୀୟ ଲହର ଆଶଙ୍କା ସରକାରଙ୍କ ନିଷ୍ପତ୍ତିର ମାନଦଣ୍ଡ ହେବ ବୋଲି ଆଶା କରାଯାଉଛି।
ନରମିଲେ ତାରା । ବଦଳିଗଲା ତାରାଙ୍କ ତେବର । ପିସିସି ସଭାପତିଙ୍କ ନାଁରେ ବିଷୋଦଗାର କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଏବେ ନରମି ଯାଇଛନ୍ତି । ଦିନେ ଅଯୋଗ୍ୟ କହୁଥିବା ନିରଞ୍ଜନଙ୍କୁ ଏବେ ସେ ବଡ଼ ଭାଇ ବୋଲି କହିଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଓପିସିଏଲ୍ ଖଣିରୁ କୋଇଲା ପରିବହନର ଉଦ୍ଘାଟନ ସମୟରେ ବିଜେଡି-ବିଜେପି ମୁହାଁମୁହିଁ । କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ବିଭିନ୍ନ ଜାତୀୟ ସଂପତ୍ତିର ମନିଟାଇସେଜନ ପାଇଁ ମୋଦି ସରକାରଙ୍କ ଯୋଜନାକୁ କଂଗ୍ରେସର ଜୋରଦାର ବିରୋଧ । ମୋଦି ସରକାର କାହିଁକି ଘରୋଇକରଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।
କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି।
ମୟୁରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଆଲୋଚନାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ।
ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ । କାରଣ ସିଦ୍ଧୁ ପଦବୀରେ ଥିଲେ ବି ପାୱାର କରିଡର ରହିଛି ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାଖରେ ।
ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ