• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

murder
ଗୁଳି କରି ପୋଲିଂ କର୍ମଚାରୀଙ୍କୁ ହତ୍ୟା

ଫୁଲବାଣୀ (ତ୍ରିନାଥ ସାହୁ) : ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି। ପୋଲିଂ ଡ୍ୟୁଟିରେ ମୁତୟନ ହୋଇଥିବା ‘ଗ୍ରାମ ରୋଜଗାର’ ସେବିକା […]

  • Friday, 16 July 2021
amit saha
ଢେଙ୍କାନାଳରେ ଅମିତ ଶାହ

ଢ଼େଙ୍କାନାଳ  ( ରାଜଶ୍ରୀ ଶତପଥୀ) : ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ମାରାଥନ୍ ପ୍ରଚାର କରିଛନ୍ତି। ଢେଙ୍କାନାଳ ଓ ବଡ଼ମ୍ବାରେ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଖାସକରି ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ଶାହ। ସେ କହିଛନ୍ତି-“ଚିଟଫଣ୍ଡ ଘୋଟାଲାରେ ଗରିବ ଲୋକେ ତଳିତଳାନ୍ତ ହୋଇଛନ୍ତି। ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ନବୀନ ସରକାରଙ୍କ ମିଲିଭଗତ ଚାଲିଥିଲା। ବିଜେପି କ୍ଷମତାକୁ ଆସିଲେ ୯୦ ଦିନରେ […]

  • Friday, 16 July 2021
bjp attack
ବିଜେପି ପ୍ରାର୍ଥୀଙ୍କ ଗାଡ଼ିକୁ ଆକ୍ରମଣ

ବରଗଡ଼(ଦୀପକ ଶର୍ମା): ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ ହୋଇଛି। ଢେଲା ମାଡ଼ରେ ଗାଡିର କାଚ ଭାଙ୍ଗି ଯାଇଛି। ଆକ୍ରମଣ ସମୟରେ ଗାଡ଼ି ଭିତରେ ସନତ ଓ ତାଙ୍କ ସମର୍ଥକ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଆକ୍ରମଣ ବିଜେଡି କର୍ମୀମାନେ କରିଥିବା ବିଜେପି ଅଭିଯୋଗ କରିଛି। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ବିପକ୍ଷରେ ବିଜେପିରୁ ସନତ ଗଡ଼ତିଆ ପ୍ରାର୍ଥୀ […]

  • Friday, 16 July 2021
bjp
ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ବିଶାଳ ସମାବେଶ

ପାଟକୁରା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର କରିଲୋପାଟଣାରେ ବିଜେପିର ବିଶାଳ ସମାବେଶ। ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ନବୀନ ପଚାରିଲେ ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଏଥିରୁ ସ୍ପଷ୍ଟ, ନବୀନଙ୍କ ମନ ଭିତରେ ଆସିଲାଣି ବିଜେପି ସରକାର କରିବ। ନବୀନ କହି ବୁଲୁଛନ୍ତି […]

  • Friday, 16 July 2021
poll
୧୮ ତାରିଖରେ ୨ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର : ୧୮ ତାରିଖରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇ ନିର୍ବାଚନ ଆୟୋଗ ମାଲକାନଗିରି ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ସାନି ମତଦାନ କରିବା ପାଇଁ ନୋଟିସ କରିଛନ୍ତି। ଗତ ୧୧ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ମତଦାନ ଶାନ୍ତିଶୃଙ୍ଖଳାରେ ସରିଥିବା ବେଳେ […]

  • Friday, 16 July 2021
modi--0
ଭୁବନେଶ୍ୱର ସାମାବେଶରେ ନବୀନ ସରକାରକୁ ମୋଦିଙ୍କ ଟାର୍ଗେଟ

ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ ଦିନ ତଳେ ବିଜେଡିର ଗୁଣ୍ଡାଲୋକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ବିଜେପି ସରକାର ଆସିଲେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ଓଡ଼ିଶାରୁ ଗୁଣ୍ଡାରାଜ ଦୂର କରିବା ପାଇଁ ଆମେ ବଦ୍ଧ ପରିକର। ମୋଦି ଅଛି, ତେଣୁ ବିଜେଡି ଗୁଣ୍ଡାଙ୍କୁ ଡରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତାସହ […]

  • Friday, 16 July 2021
keonjara
କେନ୍ଦୁଝରରେ ନବାଗତ ବନାମ ଭେଟେରାନ ଲଢ଼େଇ

କେନ୍ଦୁଝର( ପ୍ରଣୟ ପାଣି) : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଲୋକସଭା ଆସନକୁ ନେଇ ଏଥର ଜୋରଦାର ଚର୍ଚ୍ଚା। କାରଣ ଏଠାକାର କେମେଷ୍ଟ୍ରି ସୃଷ୍ଟି କରିପାରେ ନୂଆ ରାଜନୈତିକ ସମୀକରଣ। ପୂର୍ବରୁ କଂଗ୍ରେସର ଗଡ଼ ଥିଲା କେନ୍ଦୁଝର। ତେବେ ୧୯୯୮ମସିହାରେ କଂଗ୍ରେସ ହାତରୁ ଏହି ଆସନକୁ ଛଡାଇ ନେଇଥିଲା ବିଜେପି ବିଜେଡି ମେଣ୍ଟ। ୨୦୦୦ ଓ ୨୦୦୪ରେ ଏଠାରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ। ତେବେ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଏହି ଆସନକୁ ଅକ୍ତିଆର […]

  • Friday, 16 July 2021
modi4
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ। ବିମାନବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଆସୁଛନ୍ତି ମୋଦି। ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି। ସନ୍ଧ୍ୟା ପାଖାପାଖି ସାଢ଼େ ୫ଟାରୁ ବିମାନବନ୍ଦରରୁ ଆରମ୍ଭ ହୋଇଥିଲା ମୋଦିଙ୍କ ରୋଡ୍ ଶୋ। ଏୟାରପୋର୍ଟରୁ ଶିରିପୁର ରାସ୍ତା ଦେଇ ରୋଡ୍ ଶୋ’ରେ ଆସି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛନ୍ତି ମୋଦି। ଶେଷରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ […]

  • Friday, 16 July 2021
egg
ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼

ବଲାଙ୍ଗିର(ମନୋରଂଜନ ଯୋଶି) : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼। ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଉପରକୁ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିରରୁ ରୋଡ୍ ସୋ ସାରି ବରଗଡ଼ ଯିବା ବାଟରେ ସାଲେଭଟା ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ ହୋଇଛି। ଏହି ଘଟଣା ପରେ ପୁଲିସ୍ ପକ୍ଷରୁ ସେଠାରେ ଲାଠିଚାର୍ଜ ସହ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କୁ ତାଙ୍କ ସମର୍ଥକଙ୍କ ସହ ଅଟକ ରଖାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

  • Friday, 16 July 2021
nav
ହିଞ୍ଜିଳି ସହ ବିଜେପୁର ଅକ୍ତିଆର ଦୌଡ଼ରେ ବିଜେଡି ସୁପ୍ରିମୋ

ବରଗଡ଼/ହିଞ୍ଜିଳି (ଦୀପକ ଶର୍ମା/ଅଶୋକ ବ୍ରହ୍ମା) : ଏପ୍ରିଲ ୧୮। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡିବ ରାଜ୍ୟର ଦୁଇ ଚର୍ଚ୍ଚିତ ବିଧାନସଭା ଆସନ ବିଜେପୁର ଓ ହିଞ୍ଜିଳିରେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡି ଇତିହାସରେ ପ୍ରଥମ ଥର ଲାଗି ନବୀନ ଏକାଠି ଏ ଦୁଇଟି ଆସନରୁ ନିର୍ବାନ ଲଢୁଛନ୍ତି। ସବୁଠି ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବି ଟାଣୁଆ ଅଛନ୍ତି। ବିଜେପୁରରେ ଚାଷୀ ଓ ହିଞ୍ଜିଳିରେ ଦାଦନ ପ୍ରସଙ୍ଗକୁ ବିରୋଧୀ […]

  • Friday, 16 July 2021
vote
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ହାଇଭୋଲ୍‌ଟେଜ୍‌ ପ୍ରଚାର

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ହାତରେ ଆଉ ୨୪ ଘଣ୍ଟାରୁ କମ୍ ସମୟ ଥିବାରୁ ରାତି ଦିନ ଏକ କରି ଦେଇଛନ୍ତି ନେତା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବିଜେପି ଓ ବିଜେଡି ପକ୍ଷରୁ ଆଜି ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ୍‌ ପ୍ରଚାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା କାର୍ଡ ସହ କେନ୍ଦ୍ର ଅବହେଳାକୁ ନେଇ ଭୋଟ୍ ଭିକ୍ଷା କରିଥିବାବେଳେ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ […]

  • Friday, 16 July 2021
ns
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଇଲେକ୍ସନ ଓ୍ୱାଚ୍‌ ଓ ଏଡିଆର ପକ୍ଷରୁ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟ। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମୋଟ୍‌ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭୦ ଜଣ କୋଟିପତି ପ୍ରାର୍ଥୀ। ଧନୀ ତାଲିକାର ସବୁଠୁ ଆଗରେ ଅଛନ୍ତି ନବୀନ ପଟ୍ଟନାୟକ ଓ ସଙ୍ଗିତା ସିଂହଦେଓ। ବଲାଙ୍ଗିର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ସବୁଠାରୁ […]

  • Friday, 16 July 2021
ghadai9
ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର : ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କୁ ଆଜି ପୁଣିଥରେ ଦଳର ଉପସଭାପତି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ମଧ୍ୟ ୩ଟି ବିଧାନସଭା ଆସନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଘଡ଼େଇଙ୍କୁ ଦଳର ଉପସଭାପତି ପଦ ସହିତ ଖୋର୍ଦ୍ଧା, […]

  • Friday, 16 July 2021
jay panda
ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତ ପଣ୍ଡାଙ୍କ ରାଲି

ସାଲେପୁର( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରାଲି। ଗଡିଜଙ୍ଗ ହାଟ ନରେନ୍ଦ୍ରପୁରରୁ ବାହାରିଥିବା ଏହି ରାଲି  ହରଚଣ୍ଡୀ ମନ୍ଦିର , ତରତ, ଗୌରୀଶଙ୍କର ପାର୍କ, ଅମରେଶ୍ୱର ବ୍ୟାଙ୍କ୍‌ ଛକ ହୋଇ ରାଣୀପଡ଼ା, ନିଶ୍ଚିନ୍ତକୋଇଲି, ବୁହାଳ ଏବଂ ଶେଷରେ ସୋମନାଥ ମନ୍ଦିର ବରପଡ଼ାରେ ଶେଷ ହେବ। ଏହି ରାଲିରେ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଛନ୍ତି।

  • Friday, 16 July 2021
nayagada
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ନୟାଗଡ଼ ଦଶପଲ୍ଲା

ନୟାଗଡ଼ : ଚଳିତ ଥର ନିର୍ବାଚନରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ତ୍ରୀମୁଖି ଲଢେଇ ଦେଖିବାକୁ ମିଳିଛି।  ନିର୍ବାଚନୀ ପ୍ରଚାରକୁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର କରାଯାଇଛି। ନିର୍ବାଚନରେ ବିଜେଡ଼ି ଦଳ ଡ଼େବ୍ୟୁଟାଣ୍ଟ ରମେଶ ବେହେରାଙ୍କ ଉପରେ ଭରଷା କରିଛି। ଗାଁ ଗାଁ ବୁଲି ନିଜ ପାଇଁ ସମର୍ଥନ ମାଗୁଛନ୍ତି ରମେଶ। ବିଜେଡିର ଲୋକପ୍ରିୟତା ତାଙ୍କୁ ବହୁ ଭୋଟରେ ବିଜୟ କରିବ ବୋଲି ବିଶ୍ୱାସ ରଖିଛନ୍ତି ରମେଶ। ସେପଟେ ନିର୍ବାଚନୀ ପ୍ରଚାରରେ […]

  • Friday, 16 July 2021
navven
ଇଣ୍ଡିଆ ଟୁଡେକୁ ସାକ୍ଷାତକାର ବେଳେ ବଦଳିଲା ନବୀନଙ୍କ ସ୍ୱର

ଭୁବନେଶ୍ୱର : ଇତିହାସ ପାଲଟିଯାଇପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମଦୂରତା ମନ୍ତବ୍ୟ। ସର୍ବଦା କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହୁଥିବା ନବୀନଙ୍କ ସ୍ୱର ଏବେ ବଦଳିଛି। ଜାତୀୟ ଟେଲିଭିଜନ ଚ୍ୟାନେଲ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତ୍‌କାର ବେଳେ ସମଦୂରତା ପ୍ରସଙ୍ଗରେ ନବୀନ ଭିନ୍ନ ମତ ପୋଷଣ କରିଛନ୍ତି। ଏହି ସାକ୍ଷାତକାରରେ ନବୀନ କହିଛନ୍ତି, ଯିଏ ଓଡ଼ିଶାକୁ ଲାଭ ଦେବେ, ଯିଏ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବେ, ତାକୁ ସମର୍ଥନ ଦେବୁ। ସିଏ ଏନ୍‌ଡିଏ […]

  • Friday, 16 July 2021
vvpat
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଇଭିଏମ୍ ଓ ଭିଭିପାଟ୍‌ର କମିଶନିଂ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ୱର, କଟକ ସହ ୬ଟି ସଂସଦୀୟ ଲୋକସଭା କ୍ଷେତ୍ରରେ ଏହି ନିର୍ବାଚନ ହେବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ମତଦାନ ଲାଗି ଇଭିଏମ୍ ଓ ଭିଭିପାଟ୍‌ର କମିଶନିଂ ହୋଇଛି।  ଏଥିରେ  ପୋଲିଂ କର୍ମଚାରୀ ଯୋଗ ଦେଇ ମକ୍ ପୋଲିଂ ମାଧ୍ୟମରେ ମେସିନ୍‌କୁ ଯାଞ୍ଚ କରାଯାଇଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୫ଟି ବିଧାନସଭା ମଣ୍ଡଳୀ ଭୁବନଶ୍ୱର ଉତ୍ତର, ମଧ୍ୟ, ଏକାମ୍ର, ଜୟଦେବ […]

  • Friday, 16 July 2021
photo
ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ

ଟିଟିଲାଗଡ଼ (ମାନସ ମହାନ୍ତି): ଭୋଟ୍ ଦିନ ଯେତିକି ପାଖେଇ ଆସୁଛି ଟିଟିଲାଗଡ଼ର ବିଜେଡି ବିଧାୟକ ଟୁକୁନି ସାହୁଙ୍କ ପ୍ରତି ଭୋଟରଙ୍କ ଅସନ୍ତୋଷ ସେତିକି ବଢୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ତାଙ୍କୁ ଭୋଟର ବିରୋଧ କରୁଥିବା ଦେଖାଯାଉଛି। ଟିଟିଲାଗଡ଼ର ଶିଭ୍ରଟାପଡ଼ା ପରେ ୧୪ ନମ୍ବର ୱାର୍ଡରେ ତାଙ୍କୁ ଭୋଟରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥର ବି ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ଟୁକୁନି ସାହୁ ଆଜି ଟିଟିଲାଗଡ଼ର ୧୪ ନମ୍ବର ୱାର୍ଡକୁ ପ୍ରଚାର କରିବାକୁ ଯାଇଥିଲେ। […]

  • Friday, 16 July 2021
bharthuhari
ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ : ଭର୍ତ୍ତୃହରି ମହତାବ

କଟକ (ବିବର୍ତ୍ତନ ପଣ୍ଡା) : ଏକ ଟଙ୍କାରେ ଖାଦ୍ୟସାଗ୍ରୀ ଦେବା ନେଇ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି। ବିଜେପିର ଏହି ଘୋଷଣା ଆକାଶ କଇଆଁ, ଚିଲିକା ମାଛ ସଦୃଶ ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରିବେନାହିଁ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଟଙ୍କାକରେ ୫ କେଜି ଚାଉଳ ସହ ଅଧ କିଲୋ ଡାଲି […]

  • Friday, 16 July 2021
baijayanta panda---1
ଦରିଆ ରାମଚଣ୍ଡୀଙ୍କ ପୀଠରେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଦରିଆ ରାମଚଣ୍ଡୀ ପୀଠର ଝାମୁଯାତ୍ରାରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ଶତାଧିକ କର୍ମୀଙ୍କ ସହିତ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଏହା ସହିତ ସେ ରାମନଗର ଅଞ୍ଚଳ ବୁଲି ଦେଖିଛନ୍ତି। ଲୋକଙ୍କ ସହିତ ମିଶି ଚା ପିଇବା ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ବୈଜୟନ୍ତ। ଏହି ଅବସରରେ ତାଙ୍କ ସହିତ ମହାକାଳପଡ଼ାର ବିଜେପି […]

  • Friday, 16 July 2021
leader 13
ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ନେତାଙ୍କୁ ରିଲାକ୍ସ ପରିବର୍ତ୍ତେ ଟାସ୍କ

ଭୁବନେଶ୍ୱର : ଘମାଘୋଟ ପ୍ରଚାର ପରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କିନ୍ତୁ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଥିବା ବିଭିନ୍ନ ଦଳର ନେତାଙ୍କ ନିର୍ବାଚନ ପରିଚାଳନା କାମ ଏଯାଏ ସରିନି। ନିଜ ଅଞ୍ଚଳରେ ଭୋଟ୍ ସରିବାପରେ ଦଳ ସେମାନଙ୍କୁ ଦେଇଛି ଅନ୍ୟ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ। ଖାସ୍ କରି ସଙ୍ଗଠନ ଦୁର୍ବଳ ଥିବା ଓ ଅଧିକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀକୁ ଫୋକସ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ି ସାରିଥିବା ବିଜେଡି ନେତାଙ୍କୁ […]

  • Friday, 16 July 2021
sunil
ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍

ଝାରସୁଗୁଡ଼ା (ଭାଗୀରଥି ସାହୁ) : ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ସାମିଲ ହେଲା ବଲିଉଡ୍। ଅଭିନେତା ସୁନିଲ ସେଠୀ ଓ ଅଭିନେତ୍ରୀ ମହିମା ଚୌଧୁରୀ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରାରେ ବିଜେଡିର ନିର୍ବାଚନ ପ୍ରଚାର କରିଛନ୍ତି। ବିଧାୟକ ପ୍ରାର୍ଥୀ ନବ ଦାଶ ଓ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସପକ୍ଷରେ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଏହି ଦୁଇ ତାରକା। ସେହିପରି ବ୍ରଜରାଜନଗରରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ […]

  • Friday, 16 July 2021
dharmendra chodwar
ବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ଚୌଦ୍ୱାର ( ପ୍ରକାଶ) : ନିର୍ବାଚନର ଘମାଘୋଟ୍ ମଧ୍ୟରେ ଭୋଟରଙ୍କୁ ଆକର୍ଷିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ପ୍ରତିଶ୍ରୁତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। କଟକ ଚୌଦ୍ୱାର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଧର୍ମେନ୍ଦ୍ର ଏହି ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା […]

  • Friday, 16 July 2021
naveen nayagarh
ନବୀନ ପଚାରିଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ

ନୟାଗଡ଼ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନୟାଗଡ଼ ଦଶପଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ ବିଜେପିକୁ ଏ ପ୍ରଶ୍ନବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିର ଡବଲ ଇଞ୍ଜିନ୍ ଥିଓରୀକୁ ସମାଲୋଚନା କରିବା ସହ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ସେ କେଉଁଠୁ ଲଢୁଛନ୍ତି ପ୍ରଶ୍ନ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ନବୀନ ପଚାରିଛନ୍ତି। ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି, ଜୋର୍‌ରେ ପାଟି […]

  • Friday, 16 July 2021
bjp rally
ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ପଣ୍ଡାଙ୍କ ରାଲି

ପଟ୍ଟାମୁଣ୍ଡାଇ ( ପ୍ରବୀର କୁମାର ନାୟକ) : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ପଟ୍ଟାମୁଣ୍ଡାଇରେ ନିର୍ବାଚନୀ ରାଲି କରୁଛନ୍ତି। ପଟ୍ଟାମୁଣ୍ଡାଇ ପୋହଳ ହାଇସ୍କୁଲ ପଡ଼ିଆରୁ ବାହାରିଥିବା ଏହି ରାଲି ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଦେଇ ଖଡିଅନ୍ତା, ଅରଡପଲ୍ଲୀ, କାଠିଆପଡ଼ା, ଚନ୍ଦନନଗର ଆଦି ସ୍ଥାନ ଦେଇ ଆସିବା ପରେ ରାଜନଗର ବଜାରରେ ପହଞ୍ଚିବ। ଏହି ରାଲିରେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଅଲେଖ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି।

  • Friday, 16 July 2021