ନୂଆଦିଲ୍ଲୀ: ମହୁମାଛିକୁ ଦେଖିବା ମାତ୍ରେ ସାଧାରଣ ଲୋକଟିଏ ଦୌଡି ପଳାଇବା ସ୍ୱଭାବିକ କଥା। କିନ୍ତୁ ଜଣେ ୨୪ ବର୍ଷର ଯୁବକଟି ନିଜ ମୁହଁରେ ୪ଘଣ୍ଟା ପାଇଁ ୬୦ହଜାର ମହୁମାଛିକୁ ରଖି ଗିନିଜ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଯୁବକଙ୍କ ନାଁ ନେଚର ଏମ୍ଏସ୍। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକଟିର ପେସା ହେଉଛି ମହୁମାଛି ପାଳିବା। ସେ ମହୁମାଛିଙ୍କୁ ନେଇ […]
ରାୟଗଡ଼ା : ଭାଙ୍ଗିଯାଇଛି ୪୦ ଫୁଟ୍ର କେନାଲ । ତିଅାରି ହୋଇଛି ୨୦ ଫୁଟ୍ର ଖାଇ। ଅାଡିବନ୍ଧ ପାଣିର ବଦଳିଯାଇଛି ଗତିପଥ । ଫଳରେ ପ୍ରାୟ ୪ ଏକର ଜମିରେ ମାଡିଯାଇଛି ବାଲି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ହାତିମୁଣ୍ଡା ଅାଡିବନ୍ଧରେ ଗତ ୫ ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ କେନାଲ ଭାଙ୍ଗିଯାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଧାର କରଜ କରି ଜମିରେ ଧାନ ଫଳାଇବାକୁ ଉଦ୍ୟମ କରୁଥିବାବେଳେ ଏଭଳି ସମସ୍ୟା ଯେମିତି ବଢାଇ ଦେଇଛନ୍ତି ଚାଷୀଙ୍କ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଖାଲି ଯେ ଭାରତ ତାହା ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ବ୍ରିଟେନ୍ର ୧୦୦ ବର୍ଷ ବୟସ୍କ ସାର୍ ଥୋମାସ୍ ମୋର୍ ୟୁକେର ନ୍ୟାସନାଲ୍ ହେଲଥ୍ ସର୍ଭିସ୍ (ଜାତୀୟ ସ୍ୱାସ୍ଥ୍ୟ ସେବା) ପାଇଁ ୩୦ ନିୟୁତ ଟଙ୍କା ସଂଗ୍ରହ କରିଥିଲେ। ଥୋମାସ୍ଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ବ୍ରିଟେନ୍ରେ ରହୁଥିବା ୫ବର୍ଷର ତେଲୁଗୁ ବାଳକ କରୋନା ମୁକାବିଲା ନିମନ୍ତେ ଭାରତ […]
ମିଜୋରାମ: ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୋକାନ ତ ଅଛି କିନ୍ତ ପାଉଣା ଆଦାୟ କରିବା ପାଇଁ ଦୋକାନୀ ନାହାନ୍ତି। ଗ୍ରାହକ ଜିନିଷ କିଣିବା ପରେ ନିଜେ ହିସାବ କରି ଟଙ୍କା ଦେଇ ଯାଆନ୍ତି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ। ଏହି ସ୍ଥାନଟି କେଉଁଠି ଅଛି ତାହା ଜାଣିବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେବଣି। ବ୍ୟସ୍ତ ହୁଅନ୍ତୁନି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ […]
ଉତ୍ତରପ୍ରଦେଶ: ପିଲାଦିନେ କଣ୍ଢେଇ ସହିତ ମିଛିମିଛିକା ବାହାଘର ଖେଳ ଅନେକ ଖେଳିଥିବେ। କିନ୍ତୁ ସତରେ ଯଦି ଆପଣଙ୍କୁ କଣ୍ଢେଇ ସହିତ ବାହା ହେବାକୁ କୁହାଯିବ ତେବେ…। ଆପଣ ଭାବୁଥିବେ ଏ କେମିତି କା କଥା ମ ! ସେଇଟା ପିଲାଳିଆମି, ହେଲେ ବାସ୍ତବ ଜୀବନରେ କଣ ଏମିତି ହୁଏ ? ହଁ, ହେଇଛି, ବାସ୍ତବ ଜୀବନରେ ବି ଠିକ୍ ଏମିତି ହେଇଛି। ପୁଅ ବାହା ହେବ ବାହା ହେବ ବୋଲି ଜିଦ୍ ଧରିବାରୁ ବାପା ବୁଦ୍ଧି ଶିଖେଇବା […]
ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହୁଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶ ବୁନ୍ଦେଲ୍ଖଣ୍ଡର ହମିର୍ପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଘାଟମ୍ପୁର ଗାଁରେ ରୁହନ୍ତି ଏହି ଝିଅ। ଯାହାଙ୍କୁ ସମସ୍ତେ ‘ବିଷକନ୍ୟା’ ବୋଲି କୁହନ୍ତି। ସୂଚନା ମୁତାବକ, ୮ବର୍ଷୀୟା କାଜୋଲ୍ ନାମ୍ନୀ ଏହି ଝିଅକୁ ‘ବିଷକନ୍ୟା’ କୁହାଯାଉଛି କାରଣ ସେ ଭୟଙ୍କର ବିଷାକ୍ତ ଅହିରାଜ ସାଥିରେ ରହନ୍ତି। ଏକାଠି ଖାଇବା ପିଇବା ଓ ଶୋଇବା ସଙ୍ଗେ ସଙ୍ଗେ ସାଥିରେ ଖେଳିଥା’ନ୍ତି । […]
କଟକ : ମାତ୍ର ୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡ ଅାଡମ୍ବରରେ ଉଦ୍ଘାଟିତ ହେଲା ମହାନଦୀ ସେତୁ। ଗମନାଗମନ ସୁବିଧାର ସ୍ୱପ୍ନ ବି ଦେଖିଲେ ଲୋକେ। ମହାନଦୀ ଉପରେ ତିଅାରି ହୋଇଥିବା ଏହି ପୋଲଟି କଟକ ବାଙ୍କି ଜାତ ମୁଣ୍ଡିଅା ଏବଂ ସୁବର୍ଣ୍ଣପୁର ସମେତ ଅାଠଗଡ଼, ଢେଙ୍କାନାଳ, ଅନୁଗୁଳ ସମ୍ବଲପୁରକୁ ସଂଯୋଗ କରୁଥିବାବେଳେ ପ୍ରତିଦିନ ଏହି ବ୍ରିଜ୍ ଉପରେ ଯାଅାସ କରୁଛି ଶହଶହ ଗାଡ଼ି ମୋଟର। ଦୂରରୁ ସବୁ ଠିକ୍ ଲାଗୁଥିଲେବି ଏହାର ବାସ୍ତବ ଚିତ୍ର ଅବସ୍ଥା। […]
ଜଲନ୍ଦର: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି କରାଯାଇଥିଲା। ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ର ନିୟମକୁ କୋହଳ କରାଯାଇଛି। ଯଦି କୌଣସି ଶୁଭକାର୍ଯ୍ୟ କରୁଛନ୍ତି। ଯେମିତି ବାହାଘର ଭଳି ଶୁଭ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ଏଥିସହ ସାମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ପଞ୍ଜାବର ଲୋକମାନେ ବାହାଘର ନିମନ୍ତେ କିଛି ନୂଆ ନିୟମ କରିବା ପାଇଁ ଜିଲ୍ଲା ପ୍ରଶାସନକୁ […]
ଢେଙ୍କାନାଳ : ତଳି ବୁଢ଼ା ହେଲାଣି ବିଲରେ ନାହିଁ ପାଣି। ଏବେ କଣ କରିବେ, ସେ ନେଇ ଚିନ୍ତାରେ ଚାଷୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡ଼ିଶ ଅଞ୍ଚଳର ବାରୁଆଁ, ଗଡ଼ନୃସିଂହପ୍ରସାଦର ଶହ ଶହ ଏକର ଜମିରେ ପାଣି ଯୋଗାଇବାକୁ ଡମଶାଳା କେନାଲରେ ପାଣି ଛଡାଯାଉଥିଲା। ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲକୁ ରେଙ୍ଗାଳୀ ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିରେ ଜମିକୁ ପାଣି ମାଡ଼ୁଥିବା କେନାଲର ବାଟବନ୍ଦ କରାଯିବା ସହ […]
କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି ଦେଶରେ ଲକ୍ଡାଉନ୍ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି। ଲକ୍ଡାଉନ୍ ସମୟରେ ଅର୍ଥାତ୍ ଗତ ମେ’ ମାସରେ ଏକ ପରିବାର ତାମିଲନାଡୁରୁ ଉତ୍ତରପ୍ରଦେଶର କନୌଜକୁ ଫେରିଥିଲେ। ୟୁପିରେ ପହଞ୍ଚିବା ପରେ ପରିବାର ଲୋକଙ୍କ ପାଖରେ କିଛି ଖାଇବାକୁ ନଥିଲା। ଖାଦ୍ୟ […]
ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କରୋନା ହେବା ସେନ୍ଦହ କରି ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ସୋଲାପୁରର ନୂଆ ବୁଦ୍ଧ ପେଠ ଅଞ୍ଚଳରେ ରହୁଥିବା ସାରଦାବାଇ ଦୁଇ ଦିନ […]
କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି ଦୁଇ ଗାଁ ଲୋକଙ୍କ ପାଇଁ ସାମାଜିକ ଯୋଜନା ଆରମ୍ଭ କରି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗ ପରେ କୋରାପୁଟ ଉପଜିଲ୍ଲାପାଳ ଏହି ଦୁଇ ଗାଁକୁ […]
ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା । ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା […]
ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ କହିଛନ୍ତି ଯେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରିଥିବାରୁ ତାଙ୍କୁ ଖୁସି ଲାଗୁଛି। ଅକ୍ଷୟ ବାହାଘର ପାଇଁ ଦୁଇଲକ୍ଷ ଟଙ୍କା […]
ପୁରୀ: ଯୋଜନା ହେଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ଓ କୋଣାର୍କରେ ହସ୍ପିଟାଲ୍ ବି ତିଆରି ହେଲା। ହେଲେ ବିଡମ୍ବନାର ବିଷୟ ଯେ ୩ ବର୍ଷ ହେବ ସରକାର ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ନବକଳେବର ବେଳେ ଆରମ୍ଭ ହୋଇଥିବା ୨୦୦ ବେଡ୍ ହସ୍ପିଟାଲର ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି। ପୁରୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ତିଆରି ହୋଇଛି। ଯାହାକୁ […]
ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ। ବୈଶାଖ ମାସରୁ ଅାସି କାର୍ତ୍ତିକ ଯାଏ ସେମାନେ ରହନ୍ତି ଏହି ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ସହିତ ଏହି ବିଦେଶୀ ପକ୍ଷୀଙ୍କ ଏକ ନିଅାରା ସଂପର୍କ ହୋଇଗଲାଣି। ତେଣୁ ଏହି ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସ୍ଥାନୀୟ ଲୋକେ। ବଡ଼ି ଭୋର୍ରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କର୍ଲାଜୋରି ଗାଁରେ ବିଦେଶୀ ଅତିଥିଙ୍କ କିଚିରି ମିଚିର ଶବ୍ଦ ଶୁଭେ। ସେମାନଙ୍କ କଳରବରେ ହିଁ […]
ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ। ପ୍ରକୃତରେ […]
ନୂଆଦିଲ୍ଲୀ: ଯେଉଁଠି ଦିନେ ମା ଅନେକ ଝଡ଼ ଝଞ୍ଜା ସହି ତାର ପୁଅକୁ ପଣତକାନିରେ ବାନ୍ଧି ରଖିଥିଲା, ଆଜି ସେହି ପୁଅ କରୋନା ଭୟରେ ତାର ୮୦ ବର୍ଷର ବୁଦ୍ଧା ମାକୁ ଘରେ ପୂରାଇବାକୁ ଦେଇନଥିଲା। ଶେଷରେ ପ୍ରଶାସନ ଓ ପଡୋଶୀ ଲୋକଙ୍କ ହସ୍ତକ୍ଷେପ ମାକୁ ଘର ଭିତରେ ରହିବା ପାଇଁ ଜାଗାଟିଏ ଦେଇଥିଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣାଟି ଘଟିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ। ଖବର ଅନୁଯାୟୀ, ବୃଦ୍ଧା ଜଣକ ମହାରାଷ୍ଟ୍ରର ଶୋଲାପୁରରେ ଥିବା […]
ନୂଆଦିଲ୍ଲୀ:ସେ ବୁଝେନି କାହାରି ଆକଟ କି ଅନୁରୋଧ। କିଏ କ’ଣ କହୁଛି ତା’ର ସେଥିପ୍ରତି ଖାତିର ନାହିଁ। ସେ ଜାଣିଛି, ମାଲିକ ତା’ର ଡାକ୍ତରଖାନା ଯାଇଛନ୍ତି। ନିଶ୍ଚୟ ଫେରିବେ। ଆଉ ଦୁହେଁ ମିଶି ଘରକୁ ଯିବେ। ହେଲେ ନା ମାଲିକ ଫେରୁଛନ୍ତି..ନା ସେ ଘରକୁ ଯାଇ ପାରୁଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ତଥାପି ତା‘ ଅପେକ୍ଷାର ଅନ୍ତ ନାହିଁ। ମଣିଷ ନୁହେଁ, ଏକ ବଫାଦାର କୁକୁରର ଏମିତି ଦୁଃଖଦ କାହାଣୀ, ଯାହା ଶୁଣିଲେ […]
ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଈ ପାଲଟିଛି ଚଲାରାସ୍ତା। ବର୍ଷା ଋତୁରେ ୩ ମାସ ଏମାନେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏଠାରେ ପୋଲ ନିର୍ମାଣ ଲାଗି […]
ନୋଏଡା: ଛାତିରେ ଜାକି ଧରିଥିଲେ ରୋଗାକ୍ରାନ୍ତ ନବଜାତ ଶିଶୁକୁ। ରାତିର ଘନ ଅନ୍ଧାରରେ ଘୁରି ବୁଲୁଥିଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା । କେଉଁ ଡାକ୍ତରଖାନାରେ ଭେଣ୍ଟିଲେଟର ନ ଥିଏଲା ତ କେଉଁଠି ଡାକ୍ତରଙ୍କ ଦାବି ମୁତାବକ ବାପାଙ୍କ ପର୍ସରେ ନ ଥିଲା ଟଙ୍କା । କେଉଁଠି ଡାକ୍ତର ନ ଥିଲେ, ପୁଣି କେଉଁଠି ଡାକ୍ତର ଥିଲେ ବି ଶୋଇ ପଡ଼ିଥିଲେ। ଏମିତି ଅସହାୟ ଅବସ୍ଥାରେ ବାପା ସାରା ରାତି ଘୁରି ବୁଲିବା ପରେ ଶେଷରେ ଡାକ୍ତରଖାନାରେ […]
ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ, ଏଠାରେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ଥିଲା। ମାତ୍ରାଧିକ ତାପମାତ୍ରା ଯୋଗୁ ମଣିଷ ରହିବା ସମ୍ଭବ ନୁହେଁ। ସମୁଦ୍ର ପତ୍ତନଠାରୁ ୧୯୦ ଫୁଟ ତଳେ ଅବସ୍ଥିତ ଏହି […]
ରାୟଗଡ଼ା: ଦୁନିଆକୁ ଜାଣିବା ଆଗରୁ ପର କରି ଚାଲିଗଲେ ବାପା ମାଆ। ଆଉ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରିବା ବେଳକୁ ଦଇବ ଦାଉ ସାଧିଲା। ଆଉ ଅସ୍ୱାଭାବିକ ଭାବେ ବଢ଼ି ଚାଲିଲା ଡାହାଣ ହାତ। ଏମିତି ଦୁର୍ଦ୍ଦଶା ଭୋଗି ସପ୍ତମ ଶ୍ରେଣୀରେ ପାଠ ପଢ଼ାରେ ଡୋରି ବନ୍ଧାହେଲା। ଏହି କରୁଣ କାହାଣୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ପେରୁପାଙ୍ଗ ଗାଁର ୧୯ ବର୍ଷୀୟ ମିତା ଶବରଙ୍କର। ଯେଉଁ ହାତରେ ନିଜ ଭାଗ୍ୟ […]
ସୁବର୍ଣ୍ଣପୁର : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା […]
ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ କିଛିଦିନ ଭିତରେ ସର୍ମ୍ପକରେ କେମିତି ବଦଳିଗଲା, ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା। କାନପୁରରେ ହେଇଥିବା ଏହି ବାହାଘର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିବାବେଳେ ଭାଇରାଲ ମଧ୍ୟ ହେବାରେ ଲାଗିଛି। […]