• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

snake
ଭାରତର ‘ବିଷକନ୍ୟା’ ; ୫ଟି ବିଷାକ୍ତ ସାପ ସହ ରହନ୍ତି ଏହି ଝିଅ

ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହୁଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶ ବୁନ୍ଦେଲ୍‌ଖଣ୍ଡର ହମିର୍‌ପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଘାଟମ୍‌ପୁର ଗାଁରେ ରୁହନ୍ତି ଏହି ଝିଅ। ଯାହାଙ୍କୁ  ସମସ୍ତେ ‘ବିଷକନ୍ୟା’ ବୋଲି କୁହନ୍ତି। ସୂଚନା ମୁତାବକ, ୮ବର୍ଷୀୟା କାଜୋଲ୍‌ ନାମ୍ନୀ ଏହି ଝିଅକୁ ‘ବିଷକନ୍ୟା’ କୁହାଯାଉଛି କାରଣ ସେ ଭୟଙ୍କର ବିଷାକ୍ତ ଅହିରାଜ ସାଥିରେ ରହନ୍ତି। ଏକାଠି ଖାଇବା ପିଇବା ଓ ଶୋଇବା ସଙ୍ଗେ ସଙ୍ଗେ  ସାଥିରେ ଖେଳିଥା’ନ୍ତି । […]

  • Monday, 19 July 2021
road
ବିପଦ ସଙ୍କୁଳ ଅବସ୍ଥାରେ ବାଙ୍କିର ମହାନଦୀ ସେତୁ

କଟକ : ମାତ୍ର ୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡ ଅାଡମ୍ବରରେ ଉଦ୍‌ଘାଟିତ ହେଲା ମହାନଦୀ ସେତୁ। ଗମନାଗମନ ସୁବିଧାର ସ୍ୱପ୍ନ ବି ଦେଖିଲେ ଲୋକେ। ମହାନଦୀ ଉପରେ ତିଅାରି ହୋଇଥିବା ଏହି ପୋଲଟି କଟକ ବାଙ୍କି ଜାତ ମୁଣ୍ଡିଅା ଏବଂ ସୁବର୍ଣ୍ଣପୁର ସମେତ ଅାଠଗଡ଼, ଢେଙ୍କାନାଳ, ଅନୁଗୁଳ ସମ୍ବଲପୁରକୁ ସଂଯୋଗ କରୁଥିବାବେଳେ ପ୍ରତିଦିନ ଏହି ବ୍ରିଜ୍ ଉପରେ ଯାଅାସ କରୁଛି ଶହଶହ ଗାଡ଼ି ମୋଟର। ଦୂରରୁ ସବୁ ଠିକ୍ ଲାଗୁଥିଲେବି ଏହାର ବାସ୍ତବ ଚିତ୍ର ଅବସ୍ଥା। […]

  • Monday, 19 July 2021
marraie
ପାଳି କରି ଭୋଜିକୁ ଆମନ୍ତ୍ରଣ କରିବା ପାଇଁ ପ୍ରଶାସନଠୁ ଅନୁମତି ମାଗିଲେ ଲୋକେ

ଜଲନ୍ଦର: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଇଛି। ଯଦି କୌଣସି ଶୁଭକାର୍ଯ୍ୟ କରୁଛନ୍ତି। ଯେମିତି ବାହାଘର ଭଳି ଶୁଭ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ଏଥିସହ ସାମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ପଞ୍ଜାବର ଲୋକମାନେ ବାହାଘର ନିମନ୍ତେ କିଛି ନୂଆ ନିୟମ କରିବା ପାଇଁ ଜିଲ୍ଲା ପ୍ରଶାସନକୁ […]

  • Monday, 19 July 2021
bhuban
ତଳି ବୁଢ଼ା ହେଲାଣି, ବିଲକୁ ଅାସୁନି ପାଣି

ଢେଙ୍କାନାଳ : ତଳି ବୁଢ଼ା ହେଲାଣି ବିଲରେ ନାହିଁ ପାଣି। ଏବେ କଣ କରିବେ, ସେ ନେଇ ଚିନ୍ତାରେ ଚାଷୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ଓଡ଼ିଶ ଅଞ୍ଚଳର ବାରୁଆଁ, ଗଡ଼ନୃସିଂହପ୍ରସାଦର ଶହ ଶହ ଏକର ଜମିରେ ପାଣି ଯୋଗାଇବାକୁ ଡମଶାଳା କେନାଲରେ ପାଣି ଛଡାଯାଉଥିଲା। ଏବେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲକୁ ରେଙ୍ଗାଳୀ ପକ୍ଷରୁ ନୂତନ ଭାବେ ନିର୍ମାଣ କରାଯାଇଛି। ଏଥିରେ ଜମିକୁ ପାଣି ମାଡ଼ୁଥିବା କେନାଲର ବାଟବନ୍ଦ କରାଯିବା ସହ […]

  • Monday, 19 July 2021
ice
ପ୍ରବାସୀଙ୍କ ଦୁର୍ଦ୍ଦଶା: ଦୁଇମୁଠା ଆହାର ପାଇଁ ବିକି ଦେଲେ ଗହଣା

କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି  ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି। ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ଗତ ମେ’ ମାସରେ ଏକ ପରିବାର ତାମିଲନାଡୁରୁ ଉତ୍ତରପ୍ରଦେଶର କନୌଜକୁ ଫେରିଥିଲେ। ୟୁପିରେ ପହଞ୍ଚିବା ପରେ ପରିବାର ଲୋକଙ୍କ ପାଖରେ କିଛି ଖାଇବାକୁ ନଥିଲା। ଖାଦ୍ୟ […]

  • Monday, 19 July 2021
wife
ସ୍ତ୍ରୀଙ୍କୁ ହେଲା ଜ୍ୱର, କରୋନା ଭୟରେ ଆତ୍ମହତ୍ୟା କଲେ ସ୍ୱାମୀ

ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କରୋନା ହେବା ସେନ୍ଦହ କରି ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ସୋଲାପୁରର ନୂଆ ବୁଦ୍ଧ ପେଠ ଅଞ୍ଚଳରେ ରହୁଥିବା ସାରଦାବାଇ ଦୁଇ ଦିନ […]

  • Monday, 19 July 2021
vlcsnap-error499
କୋରାପୁଟର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ନଜର

କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି ଦୁଇ ଗାଁ ଲୋକଙ୍କ ପାଇଁ ସାମାଜିକ ଯୋଜନା ଆରମ୍ଭ କରି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗ ପରେ କୋରାପୁଟ ଉପଜିଲ୍ଲାପାଳ ଏହି ଦୁଇ ଗାଁକୁ […]

  • Monday, 19 July 2021
elephant
ଭୁଲ୍‌ ରାସ୍ତାରେ ଗଲା ପୁଅ, ହାତୀ ହେଲା ସମ୍ପତ୍ତିର ମାଲିକ

ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।  ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା । ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା […]

  • Monday, 19 July 2021
auto
ବାହାଘର ପାଇଁ ରଖିଥିଲେ ଟଙ୍କା, କରୋନା ପ୍ରଭାବିତଙ୍କୁ ବାଣ୍ଟିଦେଲେ ଅଟୋ ଡ୍ରାଇଭର

ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ କହିଛନ୍ତି ଯେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରି ପାରିଥିବାରୁ ତାଙ୍କୁ ଖୁସି ଲାଗୁଛି। ଅକ୍ଷୟ ବାହାଘର ପାଇଁ ଦୁଇଲକ୍ଷ ଟଙ୍କା […]

  • Monday, 19 July 2021
vlcsnap-error755
ଅନ୍ଧାରରେ ୨ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ପୁରୀ: ଯୋଜନା ହେଲା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ। ଏଥିପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇ ପୁରୀ ଓ କୋଣାର୍କରେ ହସ୍ପିଟାଲ୍ ବି ତିଆରି ହେଲା। ହେଲେ ବିଡମ୍ବନାର ବିଷୟ ଯେ ୩ ବର୍ଷ ହେବ ସରକାର ହସ୍ପିଟାଲ୍‌କୁ କାର୍ଯ୍ୟକ୍ଷମ କରିପାରୁ ନାହାନ୍ତି। ନବକଳେବର ବେଳେ ଆରମ୍ଭ ହୋଇଥିବା ୨୦୦ ବେଡ୍ ହସ୍ପିଟାଲର ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି। ପୁରୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ତିଆରି ହୋଇଛି। ଯାହାକୁ […]

  • Monday, 19 July 2021
birds
ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ସ୍ଥାନୀୟ ଲୋକେ

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ। ବୈଶାଖ ମାସରୁ ଅାସି କାର୍ତ୍ତିକ ଯାଏ ସେମାନେ ରହନ୍ତି ଏହି ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ସହିତ ଏହି ବିଦେଶୀ ପକ୍ଷୀଙ୍କ ଏକ ନିଅାରା ସଂପର୍କ ହୋଇଗଲାଣି। ତେଣୁ ଏହି ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସ୍ଥାନୀୟ ଲୋକେ। ବଡ଼ି ଭୋର୍‌ରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କର୍ଲାଜୋରି ଗାଁରେ ବିଦେଶୀ ଅତିଥିଙ୍କ କିଚିରି ମିଚିର ଶବ୍ଦ ଶୁଭେ। ସେମାନଙ୍କ କଳରବରେ ହିଁ […]

  • Monday, 19 July 2021
bollywood actress
ଦେହଜୀବୀଙ୍କ ଦୁଃଖ କାହାଣୀ...କାମ ସରିବା ପରେ ଫିଙ୍ଗି ଦିଅନ୍ତି ନାରୀମାଂସ ଲୋଭୀ ରାକ୍ଷସ

ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ। ପ୍ରକୃତରେ […]

  • Monday, 19 July 2021
old
କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

ନୂଆଦିଲ୍ଲୀ: ଯେଉଁଠି ଦିନେ ମା ଅନେକ ଝଡ଼ ଝଞ୍ଜା ସହି ତାର ପୁଅକୁ ପଣତକାନିରେ ବାନ୍ଧି ରଖିଥିଲା, ଆଜି ସେହି ପୁଅ କରୋନା ଭୟରେ ତାର ୮୦ ବର୍ଷର ବୁଦ୍ଧା ମାକୁ ଘରେ ପୂରାଇବାକୁ ଦେଇନଥିଲା। ଶେଷରେ ପ୍ରଶାସନ ଓ ପଡୋଶୀ ଲୋକଙ୍କ ହସ୍ତକ୍ଷେପ ମାକୁ ଘର ଭିତରେ ରହିବା ପାଇଁ ଜାଗାଟିଏ ଦେଇଥିଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣାଟି ଘଟିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ। ଖବର ଅନୁଯାୟୀ, ବୃଦ୍ଧା ଜଣକ ମହାରାଷ୍ଟ୍ରର ଶୋଲାପୁରରେ ଥିବା […]

  • Monday, 19 July 2021
dogg
୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ନୂଆଦିଲ୍ଲୀ:ସେ ବୁଝେନି କାହାରି ଆକଟ କି ଅନୁରୋଧ। କିଏ କ’ଣ କହୁଛି ତା’ର ସେଥିପ୍ରତି ଖାତିର ନାହିଁ। ସେ ଜାଣିଛି, ମାଲିକ ତା’ର ଡାକ୍ତରଖାନା ଯାଇଛନ୍ତି। ନିଶ୍ଚୟ ଫେରିବେ। ଆଉ ଦୁହେଁ ମିଶି ଘରକୁ ଯିବେ। ହେଲେ ନା ମାଲିକ ଫେରୁଛନ୍ତି..ନା ସେ ଘରକୁ ଯାଇ ପାରୁଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ତଥାପି ତା‘ ଅପେକ୍ଷାର ଅନ୍ତ ନାହିଁ। ମଣିଷ ନୁହେଁ, ଏକ ବଫାଦାର କୁକୁରର ଏମିତି ଦୁଃଖଦ କାହାଣୀ, ଯାହା ଶୁଣିଲେ […]

  • Monday, 19 July 2021
vlcsnap-error380
ନଦୀ ପାଲଟିଛି ଚଲାପଥ

ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଈ ପାଲଟିଛି ଚଲାରାସ୍ତା। ବର୍ଷା ଋତୁରେ ୩ ମାସ ଏମାନେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏଠାରେ ପୋଲ ନିର୍ମାଣ ଲାଗି […]

  • Monday, 19 July 2021
photo
ନବଜାତକର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲେ ବାପା, କେହି ଶୁଣିଲେନି

ନୋଏଡା: ଛାତିରେ ଜାକି ଧରିଥିଲେ ରୋଗାକ୍ରାନ୍ତ ନବଜାତ ଶିଶୁକୁ। ରାତିର ଘନ ଅନ୍ଧାରରେ ଘୁରି ବୁଲୁଥିଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା । କେଉଁ ଡାକ୍ତରଖାନାରେ ଭେଣ୍ଟିଲେଟର ନ ଥିଏଲା ତ କେଉଁଠି ଡାକ୍ତରଙ୍କ ଦାବି ମୁତାବକ ବାପାଙ୍କ ପର୍ସରେ  ନ ଥିଲା ଟଙ୍କା । କେଉଁଠି ଡାକ୍ତର ନ ଥିଲେ, ପୁଣି କେଉଁଠି ଡାକ୍ତର ଥିଲେ ବି ଶୋଇ ପଡ଼ିଥିଲେ। ଏମିତି ଅସହାୟ ଅବସ୍ଥାରେ ବାପା ସାରା ରାତି ଘୁରି ବୁଲିବା ପରେ ଶେଷରେ ଡାକ୍ତରଖାନାରେ […]

marubhumi
ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍‌ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ, ଏଠାରେ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ଥିଲା। ମାତ୍ରାଧିକ ତାପମାତ୍ରା ଯୋଗୁ  ମଣିଷ ରହିବା ସମ୍ଭବ ନୁହେଁ। ସମୁଦ୍ର ପତ୍ତନଠାରୁ ୧୯୦ ଫୁଟ ତଳେ ଅବସ୍ଥିତ ଏହି […]

  • Monday, 19 July 2021
vlcsnap-error123
ଦାଉ ସାଧିଛି ଦଇବ; ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ଡାହାଣ ହାତ

ରାୟଗଡ଼ା: ଦୁନିଆକୁ ଜାଣିବା ଆଗରୁ ପର କରି ଚାଲିଗଲେ ବାପା ମାଆ। ଆଉ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କରିବା ବେଳକୁ ଦଇବ ଦାଉ ସାଧିଲା। ଆଉ ଅସ୍ୱାଭାବିକ ଭାବେ ବଢ଼ି ଚାଲିଲା ଡାହାଣ ହାତ। ଏମିତି ଦୁର୍ଦ୍ଦଶା ଭୋଗି ସପ୍ତମ ଶ୍ରେଣୀରେ ପାଠ ପଢ଼ାରେ ଡୋରି ବନ୍ଧାହେଲା। ଏହି କରୁଣ କାହାଣୀ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ପେରୁପାଙ୍ଗ ଗାଁର ୧୯ ବର୍ଷୀୟ ମିତା ଶବରଙ୍କର। ଯେଉଁ ହାତରେ ନିଜ ଭାଗ୍ୟ […]

  • Monday, 19 July 2021
dibyanga
ଦିବ୍ୟାଙ୍ଗ ସନ୍ତାନଙ୍କୁ ବଞ୍ଚାଇବା ଲାଗି ମାଅାର ସଂଘର୍ଷ

ସୁବର୍ଣ୍ଣପୁର  : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା […]

  • Monday, 19 July 2021
nilam
ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିଲେ, ଭିକ୍ଷାବୃତ୍ତି କରୁଥିବା ଯୁବତୀ ସହ ହେଲା ପ୍ରେମ, ଆଉ ତା’ପରେ...

ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ  କିଛିଦିନ ଭିତରେ ସର୍ମ୍ପକରେ କେମିତି ବଦଳିଗଲା, ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା। କାନପୁରରେ ହେଇଥିବା ଏହି ବାହାଘର ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବାବେଳେ ଭାଇରାଲ ମଧ୍ୟ ହେବାରେ ଲାଗିଛି। […]

  • Monday, 19 July 2021
mask222
ଡରାଉଛି ମୃତ୍ୟୁର କରାଳ ରୂପ, ତଥାପି ଥକି ପଡ଼ିନି ସହାୟତାର ହାତ

ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି।  ଆଖି ଆଗରେ  ରାଜସ୍ଥାନର ଅଜମେର ଜିଲ୍ଲାରେ ‘ମାର୍ବଲ ସିଟି’ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି କ୍ୟାନସର ରୋଗରେ ପୀଡିତ । ହେଲେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। କରୋନା ରୋଗୀଙ୍କ ପାଇଁ ମାସ୍କ ନିଜ ହାତରେ ତିଆରି କରୁଛନ୍ତି ଏବଂ ମାଗଣାରେ […]

  • Monday, 19 July 2021
ias
ଯୁବତୀଙ୍କୁ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି। ପ୍ରବାସୀଙ୍କ ପାଖରେ ନାଁ […]

  • Monday, 19 July 2021
84man
୪୫ବର୍ଷ ପରେ ଫେରିଲେ ଘରକୁ, ଗ୍ରହଣ କଲେ ନାହିଁ ପରିବାର

ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍‌ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି। ଏନେଇ […]

  • Monday, 19 July 2021
doctor
ବଞ୍ଚିପାରିଲାନି ପୁଅ କିନ୍ତୁ ପରିବାର ଲୋକଙ୍କ ଇଚ୍ଛାକୁ ପୂରଣ କରିଦେଲେ ଅପରିଚିତ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍‌ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ […]

  • Monday, 19 July 2021
mask
ମାସ୍କ ନଥିବାରୁ ଏମିତି ଉପାୟ ଆପଣାଇଲେ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏଭଳି ପରିସ୍ଥିତରେ କିଛି ଅମାନିଆ ଲକ୍‌ଡାଉନ୍‌ର ନିୟମକୁ ମାନୁନଥିବା ଜଣାପଡିଛି।  ଏହି ସମୟରେ ଉତ୍ତରପ୍ରଦେଶର ମେରଠ ଠାରେ ଦୁଇଜଣ ଯୁବକ ମୁହଁରେ ମାସ୍କ ପିନ୍ଧିନଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସେମାନଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଦୁଇଜଣ ଯୁବକଙ୍କ ମୁହଁରେ ମାସ୍କ ନଥିଲା, ସେମାନଙ୍କୁ ଯେତେବେଳେ ପୋଲିସ ଧରିବାକୁ […]

  • Monday, 19 July 2021