• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

perth
ଭାରତ-ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ; ପରାଜୟ ଦ୍ୱାରରେ ଟିମ୍ ଇଣ୍ଡିଆ

ପର୍ଥ  : ପର୍ଥ ଟେଷ୍ଟରେ ୨୮୭ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ। ଅଷ୍ଟ୍ରେଲିଆ ଦେଇଥିବା ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦଳ ଚତୁର୍ଥ ଦିନ ଖେଳ ସୁଦ୍ଧା ୫ ଓ୍ୱିକେଟ ହରାଇ ୧୧୨ ରନ କରିଛି। ଆଜି ପୁଣି ଥରେ ଭାରତୀୟ ବ୍ୟାଟ୍‌ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ଆହୁରି ୧୭୫ରନ ସଂଗ୍ରହ କରିବାକୁ ପଡିବ। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ […]

tej prata
ପୁଣିଥରେ ରାଜନୀତିରେ ସକ୍ରିୟ ହେଲେ ତେଜପ୍ରତାପ ଯାଦବ

ପାଟନା : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର୍‌ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଗତକାଲି ପୁଣିଥରେ ରାଜନୀତିରେ ସକ୍ରିୟ ହୋଇଥିବା ଘୋଷଣା କରିଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନପତ୍ର ଦାଖଲ କରିବା ପରେ, ସେ ରାଜନୀତି ଠାରୁ ଦୂରେଇଯାଇଥିଲେ। ହେଲେ ଗତକାଲି ଦ୍ୱିପହରରେ ହଠାତ୍ ପାଟଣାର ଆର୍‌ଜେଡି ପାର୍ଟି ଅଫିସ୍‌ରେ ପହଞ୍ଚି ସେଠାରେ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ଏକ ପ୍ରେସ୍‌ କନ୍‌ଫରେନ୍ସରେ ତେଜପ୍ରତାପ ପାର୍ଟିର ବିରୋଧିମାନଙ୍କୁ ଭୋଟ୍‌ର […]

kk
ହକି ବିଶ୍ୱକପ୍‌ : ବେଲଜିୟମ ଚାମ୍ପିଅନ୍‌

ଭୁବନେଶ୍ୱର :  ବେଲଜିୟମ୍ ହକି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ସଂଘର୍ଷ ପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନେଦରଲାଣ୍ଡସ୍‌କୁ ପେନାଲ୍‌ଟି ସୁଟ୍ ଆଉଟରେ ପରାସ୍ତ କରି ଇତିହାସ ରଚିଛି ବେଲଜିୟମ୍। ପ୍ରଥମ ଥର ପାଇଁ ବିଶ୍ୱକପ୍ ହକି ଫାଇନାଲରେ ପ୍ରବେଶ କରିଥିବା ବେଲ୍‌ଜିୟମ୍ ଶେଷରେ ସମସ୍ତ ଦେଶକୁ ପଛରେ ପକାଇ ଚାମ୍ପିଅନ୍ ହୋଇଛି। ଆରମ୍ଭରୁ ହିଁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ପେନାଲ୍‌ଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା।