ନୂଆଦିଲ୍ଲୀ : ୨୦୦୮ ମସିହା ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତାହାଓ୍ୱର ହୁସେନ ରାଣା। କାନାଡ଼ା ଜନ୍ମିତ ଏହି ପାକିସ୍ତାନୀ ତାହାଓ୍ୱର ହୁସେନ ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକାରେ ବନ୍ଦୀ ଥିବା ରାଣାକୁ ୨୦୨୧ମସିହା ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇପାରେ ବୋଲି କୁହାଯାଉଛି। ୨୦୨୧ମସିହାରେ ରାଣାର ଜେଲ ଦଣ୍ଡକୁ ୧୪ ବର୍ଷ ପୂରଣ ହେବ। ଏଣୁ ଏହା ପୂର୍ବରୁ ତାକୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସରକାର ଯୋଜନା […]
ଏବେ ଶୀତ ଦିନ ସରିଯାଇଛି। ଆଉ ଧିରେ ଧିରେ ଖରାର ପ୍ରକୋପ ବଢ଼ିବାରେ ଲାଗିଲାଣି। ସୂର୍ଯ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ ଆଗରୁ ଆପଣ ଏହି କିଛି ବିଷୟ ଉପରେ ଧ୍ୟାନ ଦେବା ସହ ସତର୍କ ରହିଲେ ସମସ୍ୟାକୁ ଏଡ଼ାଇବା ସହ ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଉପଯୋଗୀ ଟିପ୍ସ ଖରାଦିନେ କେତେ ପାଣି ପିଇବା ଆବଶ୍ୟକ ଖରାଦିନେ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇଥାଏ। ଶରୀରରେ ପାଣିର ପରିମାଣ କମ୍ […]
ଭୁବନେଶ୍ୱର : ରିଲିଜ୍ ହୋଇଛି ସାଇଶ୍ରଦ୍ଧା ଟେଲିପ୍ରଡକସନ୍ର ନୂଆ ଓଡ଼ିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ୍’। ଏହି ଫିଲ୍ମ ଜରିଆରେ ଦୀର୍ଘ ବର୍ଷ ପରେ ଏକାଠି ନଜରକୁ ଆସିଛନ୍ତି ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ଅର୍ଚ୍ଚିତା। ଏହା ସହ ମିହିର ଦାସ, ଅପରାଜିତା, ପ୍ରଦ୍ୟୁମ୍ନ ଲେଙ୍କା ଓ ବବି ମିଶ୍ରଙ୍କ ଭଳି କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ। ଲଭ୍ ଓ କମେଡି ମିକ୍ସ ଥିବା ଏହି ଫିଲ୍ମର ପ୍ରିମିୟର ସୋ’ କଟକ ବୃନ୍ଦାବନ ସିନେମା […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏକାକୀ ଲଢ଼ିବାକୁ ଯୋଜନା କରିଛି। ରାଜ୍ୟର ୮୦ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ବିଜେପିକୁ ମାତ୍ ଦେବା ଲାଗି ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟର ୧୩ଟି ଜୋନ୍ରେ ୧୩ଟି ସଭା ଓ ଶୋଭାଯାତ୍ରା କରିବେ। ପ୍ରତି ଜୋନ୍ରେ ୬ଟି ଲୋକସଭା ଆସନ ରହିବ। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଆଜି […]
ନୂଆଦିଲ୍ଲୀ: ରିୟଲ୍ ଇଷ୍ଟେଟ୍ କ୍ଷେତ୍ରକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି)ର କେଉଁ ଥାକରେ ରଖାଯିବ ତାହା ଏ ଯାଏ ସ୍ଥିର ହୋଇ ପାରିନାହିଁ। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦ ବୈଠକ ବସିଥିବା ବେଳେ ଏ ସମ୍ପର୍କିତ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନାହିଁ। ବୈଠକ ପରେ ଜେଟ୍ଲୀ କହିଛନ୍ତି, ରିୟଲ ଇଷ୍ଟେଟ୍ ଏବଂ ଲଟେରି ଉପରେ କେତେ ପ୍ରତିଶତ ଜିଏସ୍ଟି ଲାଗୁ ହେବ […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଏସ୍ପି ଓ ବିଏସ୍ପି ମେଣ୍ଟ ଏବଂ କଂଗ୍ରେସ ୮୦ ଆସନରେ ଲଢ଼ିବାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ନେତା ତଥା ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ସପା, ବସପା ଓ କଂଗ୍ରେସ ମିଶିକି ଗୋଟିଏ ଦଳ ଯାହା କଲେ ବି ମୋଦିଙ୍କ ନେତୃତ୍ୱରେ ବିଜେପି ୨୦୧୯ରେ ପୁଣି ସଫଳତା ପାଇବ। ଉତ୍ତରପ୍ରଦେଶରୁ ୭୩ରୁ ଅଧିକ ଆସନରେ ଦଳ ଜିତିବ।
ରାଜସ୍ଥାନ : ହନିଟ୍ରାପ୍ରେ ଫସିଲେ ଜଣେ କାର୍ଯ୍ୟରତ ସେନା ଯବାନ। ଜାତୀୟ ସୁରକ୍ଷା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ମହିଳାଙ୍କ ଦେଇ ଗିରଫ ହୋଇଛନ୍ତି। ଏଭଳି ଅଭିଯୋଗରେ ସଂପୃକ୍ତ ସେନା ଯବାନଙ୍କୁ ରାଜସ୍ଥାନର ଜୈସଲମେର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୋଶାଲ ମିଡିଆ ଦ୍ୱାରା ସେ ସେନାର ଗୁରୁତ୍ତ୍ୱପୂର୍ଣ୍ଣ ଖବର ଆଇଏସ୍ଆଇକୁ ପ୍ରଦାନ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି। କୁହାଯାଉଛି ଯେ, ISIର […]
ନୂଆଦିଲ୍ଲୀ : ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ଅବସରରେ ଏକ ସ୍ମାରକୀ ମୁଦ୍ରାର ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଦ୍ରାର ଶୁଭାରମ୍ଭ କରିବା ସହ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଯେ, ଶିଖ୍ମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହି ଆସିଛନ୍ତି। ମୋଦି ଆହୁରି କହିଛନ୍ତି ଯେ, କରତାରପୁର କରିଡର ଫଳରେ ଶିଖ୍ମାନେ […]