ଟିଟିଲାଗଡ଼: ସଇଁତଳା ବ୍ଲକ୍ ଘୁନସର ପ୍ରାଥମିକ ବିଦ୍ୟାଳୟର୨୫ରୁ ଅଧିକ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ସଇଁତଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥାବସ୍ଥା ଅନୁଧ୍ୟାନ ପାଇଁ ପାଇଁ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି।
କଟକ: ରାସ୍ତା ଓସାର ହେଲେ ଗାଡ଼ି ଚଳାଚଳରେ ସୁବିଧା ହେବ। ଆଉ ଦିନକୁ ଦିନ ବଢୁଥିବା ଟ୍ରାଫିକ୍ ମସସ୍ୟାର ବି ସମାଧାନ ହେବ। ଏଥିପାଇଁ ମଙ୍ଗୁଳି ଛକଠାରୁ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଯାଏ ରାସ୍ତା ସଂପ୍ରସାରଣ ହେଉଛି। କିନ୍ତୁ ରାସ୍ତା ସଂପ୍ରସାରଣର ଖବର ପାଇବା ପରେ ଏବେ ଚୌଦ୍ୱାରର ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଓସାରିଆ ରାସ୍ତା ପାଇଁ ଭଙ୍ଗାହେବ ଦୋକାନ ଘର। ଓଟିଏମ୍ ବଜାର ବନ୍ଦ ହେବା ପରେ ଦୋକାନ କରି ଚଳୁଥିବା […]
କଟକ: ତୁଟି ପାରୁନି ଅଡ଼ୁଆ କି ବାହାରୁନି ସମାଧାନର ବାଟ। କଟକ ବାଲିଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ପ୍ଲଟ୍ ଆବଣ୍ଟନକୁ ନେଇ ମୁହାଁମୁହିଁ ଅବସ୍ଥାରେ ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ। ସଂଘର କହିବା କଥା ହେଉଛି, ପ୍ରଥମେ ପ୍ଲଟ୍ ଆବଣ୍ଟନ ପିଛା ଅଧିକ ମୂଲ୍ୟ ନେବାର ନିୟମ ଥିଲା, ପରେ ଗୋଟିଏ ଫର୍ମକୁ ଗୋଟିଏ ପ୍ଲଟ୍ର ନିୟମ, କୌଣସି ଖବର ନ ଦେଇ ଏହିପରି ପ୍ରଶାସନ ପ୍ରତିଦିନ ନୂଆ ନୂଆ ନିୟମ ଲାଗୁ କରୁଛି […]
ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା ଭିତରରୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ। ବିସ୍ଥାପିତ ତାଲିକାରୁ ଶତାଧିକ ଲୋକ ବାଦ ପଡ଼ିଥିବାରୁ ନୂଆ ସମସ୍ୟା ସମସ୍ୟା ସୃଷ୍ଟି ହୋଇଛି। ଏପରିକି ସମସ୍ତ ପ୍ରମାଣ ପତ୍ର […]
ଭୁବନେଶ୍ୱର: ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। କିଛି ସମୟ ତଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ ଶାହ। ଅଠରନଳାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୁରୀ ଶରଧାବାଲିରେ ଅାଜିଠାରୁ ଅାରମ୍ଭ ହେଉଥିବା ଦୁଇ ଦିନିଅା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହ ଟିପ୍ସ ଦେବେ। ଏହା ପୂର୍ବରୁ […]
ସୁନ୍ଦରଗଡ଼: ରାଜଗାଙ୍ଗପୁର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ୧୭ଜଣିଆ ହାତୀପଲ ଦିନରେ ଗାଁ ନିକଟ ପାହାଡ଼ରେ ରହୁଥିବାବେଳେ ରାତିରେ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେବ ହାତୀପଲ ରାଜଗାଙ୍ଗପୁର ସହର ନିକଟ ସୁନାଖଣ୍ଡି, ଭାଲୁଦୁମା, ଭିକାପଡ଼ା, ଜହରୁମାଲ, ସିଂଘାପଡ଼ି ଭଳି ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି। କ୍ରମାଗତ ଫସଲ ନଷ୍ଟ ସହ ଭାଲୁଦୁମାରେ ହାତୀପଲ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଅଙ୍ଗନବାଡ଼ି ଘର ଭାଙ୍ଗି […]
ଭୁବନେଶ୍ୱର: ସହରାଞ୍ଚଳର ବସ୍ତି ବାସିନ୍ଦାକୁ ଭୂମି ଅଧିକାର ଦେବାର ଭେଳିକି। ୬ ମାସ ତଳେ ‘ଜାଗା’ ମିଶନର ଶୁଭାରମ୍ଭ କରି ସରକାରଙ୍କ ହାତରୁ ପଟ୍ଟା ପାଇଥିବା ଲୋକ ଏବେ ଅଧିକାର ପାଇଁ ସଂଘର୍ଷ କରୁଥିବା ବେଳେ ଆଜି ସରକାର ପୁଣି ୬୫୦୦ ଲୋକଙ୍କୁ ପଟ୍ଟା ବାଣ୍ଟିଛନ୍ତି। ବିଶ୍ୱର ସର୍ବବୃହତ ଯୋଜନା ବୋଲି ପ୍ରଚାର କରି ଏଥିରେ ୧୮ ଲକ୍ଷ ଲୋକଙ୍କୁ ଭୂମି ଅଧିକାର ଦେବେ ବୋଲି ସରକାର ବିଜ୍ଞାପନରେ କହିଛନ୍ତି। ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରେ […]
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍ପଚର୍ ପାର୍କ। ଭୁବନେଶ୍ୱର ଡେଭଲ୍ପମେଣ୍ଟ୍ ଅଥରିଟି ଓ ଆନପିକ୍ ବା ଆଟିଷ୍ଟ ନେଟ୍ଓ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍ କଲ୍ଚର୍ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ଏହି ପାର୍କ ନିର୍ମାଣ କରାଯାଉଛି। ଆସନ୍ତା ୨୦ ତାରିଖରେ ଏହି ପାର୍କର ଉଦ୍ଘାଟନ କରାଯିବ। ରିଡିୟୁସ୍, ରିୟୁଜ୍ ଏବଂ ରିସାଇକଲ୍ ଏବଂ ଏଭଳି ଥିମ୍କୁ ନେଇ ଏହି ଏହି ସଂଗ୍ରହାଳୟ ବା ପାର୍କ ନିର୍ମାଣ କରାଉଛି। ହେଲେ ଏହି ପାର୍କରେ ଘାସ ଗାଲିଚା କି ଅନ୍ୟ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭରୁ ବିଭ୍ରାଟ ଉପୁଜିଛି। ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକଟ ନ ପାଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତି ଖେଳପ୍ରେମୀ। ଉତ୍ୟକ୍ତ ଲୋକେ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଷ୍ଟର୍ ଓ ବ୍ୟାନର୍ ସବୁ ଚିରି ଦେଇଛନ୍ତି। ସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ସେମାନଙ୍କୁ ତଡ଼ିବା ଲାଗି ପୁଲିସ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବ ପାଇଁ ଆଜିଠୁ ଟିକଟ ମିଳିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। […]
ରାୟଗଡ଼ା: ମରଣଯନ୍ତା ପାଲଟିଛି ରାୟଗଡ଼ାର ନାଗାବଳୀ ନଦୀ ଉପରେ ଥିବା ପର୍ଯ୍ୟଟନସ୍ଥଳୀ ଝୁଲାପୋଲ। ବର୍ଷ ତମାମ ଏହି ସ୍ଥାନରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପ୍ରତି ନା ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଛି, ନା ଲୋକେ ସଚେତନ ହେଉଛନ୍ତି। ଝୁଲାପୋଲ ଏବଂ ମାଆ ମଝିଘରିଆଣିଙ୍କ ଦର୍ଶନ କରିବାକୁ ଅନେକ ପର୍ଯ୍ୟଟକ ଆସୁଥିଲେ ବି ସେମାନଙ୍କ ସୁରକ୍ଷା ପାଇଁ କୌଣସି ଦୃଢ଼ ବ୍ୟବସ୍ଥା କରାଯାଇ ନାହିଁ। ଏପରିକି ନଦୀ ଭିତରକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ସତର୍କ ଫଳକ […]
କନ୍ଧମାଳ: ରାସ୍ତା ନିର୍ମାଣ ନ ହେଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତବାସୀ। ପଞ୍ଚାୟତର ସମିତି ସଭ୍ୟାଙ୍କ ସମେତ ୬୦ ଜଣ ମହିଳା ଏ ବାବଦରେ ଲିଖିତ ଭାବେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଖବର ଅନୁସାରେ, ଚକାପାଦଠାରୁ ନିଧିଆବେରଣା ଗାଁ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର୍ ରାସ୍ତା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଭଲ ରାସ୍ତ ଟିଏ ନ ଥିବାରୁ ଚାହାଳି ପଞ୍ଚୟାତ ଉପରେ ନିର୍ଭରଶୀଳ ୮ଟି ୱାର୍ଡର ବାସିନ୍ଦା […]
ପୁରୀ: ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜାଗା’ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜାଗା ପାଇଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉଛି। ସହରାଞ୍ଚଳରେ ବସ୍ତିର ଜମିହୀନ ବାସିନ୍ଦାଙ୍କୁ ପଟ୍ଟା ଦେବାକୁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି। ଏହି କ୍ରମରେ ଆଜି ପୁରୀର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପିର କର୍ମୀମାନେ ଏକ ଶୋଭାଯାତ୍ରା କରି କଳାପତାକା […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଚିକଟନାଳି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବିନତି ଓରାମ। ତାଙ୍କ ସ୍ୱାମୀଙ୍କ ନାଁ ଗାନ୍ଦୁର ଓରାମ। ପୁଲିସ୍ ଗାନ୍ଦୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଗାନ୍ଦୁର ଓ ବିନତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଅଳ୍ପ କିଛି ମାସ ଥିବାରୁ ଏଥର ସରଗରମ ହେବ ଦିନକ ପରେ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ। ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଏଥର ବିରୋଧୀଙ୍କ ହାତରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ। ଖାସ୍ କରି ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ବିଷୟ କରିପାରନ୍ତି ବିରୋଧୀ। ସମାବେଶ ଲାଗି ଚାଷୀଙ୍କୁ ରାଜଧାନୀରେ […]
ବାଲେଶ୍ୱର: ଦୁଃଖ ଦେଇଗଲା ଘୂର୍ଣ୍ଣିବାତ୍ୟା ‘ଡାଏ’। ଏହାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଓ ମାଲକାନଗିରି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟା ପାଣି ଘେରରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବଡପାଳ, କଲ୍ୟାଣପୁର ଆଦି ପଞ୍ଚାୟତର ଲୋକେ। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀର ପାଳପାଟଣା, ଶାଳଗାଁ, ନରଣଗାଁ ମଧ୍ୟ ଲୋକେ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ନଦୀରେ ବନ୍ୟାପାଣି ଆସି ଏହି […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ଆଜିଠାରୁ ଶିକ୍ଷକମାନେ ସ୍କୁଲ୍ରେ କଳାବ୍ୟାଜ୍ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିପରି ଜିଲ୍ଲାଓ୍ୱାରୀ ପାଳି କରି ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନକାରୀ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ସରକାର ଏଯାଏ ଦାବି ପୂରଣ କରି ନଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର […]
ଭୁବନେଶ୍ୱର: ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ନବୀନ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଢେଙ୍କାନାଳରେ ଏକାଥରକେ ୭ ହାତୀ ମୃତ୍ୟୁ ସହ ୨୦୧୧ରୁ ୧୭ ମସିହା ମଧ୍ୟରେ ଓଡ଼ିଶାରେ ୪୩୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରୁ ୧୨୪ଟି ହାତୀଙ୍କର ବିଦ୍ୟୁତ ଆଘାତରେ ଜୀବନ ଯାଇଛି। ବିଦ୍ୟୁତ ଆଘାତରୁ ହାତୀଙ୍କୁ ବଞ୍ଚାଇବାକୁ ଏ.କେ. ବିଶ୍ୱାଳ କମିଟି ସୁପାରିସକୁ […]
ଆନନ୍ଦପୁର: ଓଲଟି ପଡ଼ିଲା ଚୋରା କାଠ ବୋଝେଇ ବୋଲେରୋ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେଏକ ଚୋରା କାଠ ବୋଝେଇ ବୋଲେରୋ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ଭୁବନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର ପରେ ଦଳକୁ ଏବେ ଘାରିଛି ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା। ଏଠାରେ ବିଜେଡିର ସ୍ଥିତି ଜାହିର କରିବା ପାଇଁ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ବ୍ଲକର କର୍ମୀ ଓ ନେତାଙ୍କୁ ନେଇ ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳକୁ ଅଧିକ ମଜଭୁତ ପାଇଁ ଏହି ସମ୍ମିଳନୀର ଆୟୋଜନ ବୋଲି ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହୁଥିବା ବେଳେ କୌଣସି […]
ଭୁବନେଶ୍ୱର: ପାରାଦୀପରୁ ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବା ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି, ପାରାଦୀପ ଅନାବାଦି ନୁହେଁ, ଯିଏ ପାରିବ ଚାଷ କରିବ। ନବୀନଙ୍କ ଓଡ଼ିଆରେ ପାରାଦୀପ ଲୋକଙ୍କ ଛାତି ଫାଟି ପଡ଼ୁଥିବା କଟାକ୍ଷ କରିବା ସହ ବିଜୁ ବାବୁ ତାଙ୍କୁ ପାରାଦୀପର ଚୌକିଦାର କରିଥିବା କହିଛନ୍ତି ଦାମ। ପାରାଦୀପର ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଗତକାଲି ଇଛା […]
ବାଲେଶ୍ୱର: ଫେଲ୍ ମାରିଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା। ବର୍ଷ ସରିବାକୁ ବସିଲାଣି, ହେଲେ ପିଲାଙ୍କୁ ମିଳିପାରିନି ସ୍କୁଲ୍ ପୋଷାକ। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ଏବଂ ନୋଡାଲ୍ ସ୍କୁଲଗୁଡ଼ିକରେ ଏଭଳି ଘଟଣା ଘଟିଛି। ଜିଲ୍ଲାର ବଡ଼ ମନ୍ଦାରୁଣୀ ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ବିନା ସ୍କୁଲ ୟୁନିଫର୍ମରେ ପାଠ ପଢ଼ିବାକୁ ଆସୁଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପିଲାଙ୍କୁ ୟୁନିଫର୍ମ ଦିଆଯାଉଥିବାବେଳେ ଚଳିତ ବର୍ଷ ଜମା ଖାତାରେ […]
ରାୟଗଡ଼ା: ଗଲା ୨୦ ବର୍ଷ ହେଲା ରାସ୍ତାଟିଏ ପାଇଁ ନାନା ହନ୍ତସନ୍ତ ହେଉଛନ୍ତି ଶରଧାପୁର ପଞ୍ଚାୟବାସୀ। ଏଠାରେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିା ମାଟି ଗୋଡ଼ି ଯୁକ୍ତ ପାଦ ଚଲା ରାସ୍ତାଟି ଚାରିଆଡ଼େ ଖାଲ ଖମାରେ ଭରିଯାଇଛି। ଏହା ସହିତ ଗାଁକୁ ଯିବାକୁ ହେଲେ ୨ଟି ନାଳ ଅତିକ୍ରମ କରି ଯିବାକୁ ପଡ଼ୁଛି। ଏଠାରେ ଥିବା କୁଜିଙ୍ଗି, ଧୁଆପାଡ଼ି, ଓମଗୁଡ଼ା, ପାଲଝୋଡ଼, ନଙ୍ଗଳବେଡ଼ା ଭଳି ୫ଟି ଗାଁର ଗମନାଗମନ କହିଲେ […]
ରାୟଗଡ଼ା: ତିତିଲି ପରେ ଏବେ ଦାଉ ସାଧିଛି ପ୍ରକୃତି। କେତେବେଳେ ପାଣି ଅଭାବରୁ ମରୁଡ଼ି ତ ଆଉ କେତେବେଳେ ଲଘୁଚାପ ଜନିତ ବର୍ଷା। ଆଉ ଏବେ ରୋଗ ପୋକ ଦାଉରେ ଫସଲ ନଷ୍ଟ ହେଉଛି। ଧାନ ଗଛ ମୂଳରେ ଭୟଙ୍କର ଭାବେ ଲାଗିଛି ଚକଡ଼ା ପୋକ। ଧାନ କେଣ୍ଡା ପାଲିଟିଛି ଅଗାଡ଼ି। ଫଳରେ ଉଜୁଡ଼ି ଯାଉଛି ସୁନାର ଫସଲ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅଞ୍ଚଳରେ। ପ୍ରତିକୂଳ ପାଗ ସତ୍ତ୍ୱେ ଚଳିତ ବର୍ଷ […]
ଭୁବନେଶ୍ୱର: ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ଛଟ୍ ପର୍ବ। ଉତ୍ତର ଭାରତରେ ଏହା ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ଉତ୍ତର ଭାରତୀୟମାନେ ଏହାକୁ ଖୁବ୍ ନିଷ୍ଠାର ସହ ପାଳନ କରିଛନ୍ତି। ସମ୍ବଲପୁର, ରାଉରକେଲା ସହ ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅସ୍ତଗାମୀ ସୂର୍ଯ୍ୟାଙ୍କୁ ଅର୍ଘ୍ୟ ଦିଆଯାଇଥିଲା। ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଛଟ୍ ପର୍ବ ଶେଷ ହୋଇଛି। ପରିବାରରେ ସୁଖଶାନ୍ତି କାମନା କରି ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବା ପରେ ବିଭିନ୍ନ […]