Advertisment

ପୃଥିବୀପୃଷ୍ଠରୁ ଲୁଚାଇ ଦିଆଯିବ ସୂର୍ଯ୍ୟକିରଣ ! ବିଶ୍ୱତାପନ ବୃଦ୍ଧିରୁ ମୁକ୍ତି ପାଇବାକୁ ଆମେରିକାର ଯୋଜନା

ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜ ର ମୁକାବିଲା କରାଯାଇପାରିବ କି ନାହିଁ, ସେନେଇ ଖୋଲା ମତ ଲୋଡ଼ିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

author-image
Chandan Shishu
ଅଦ୍ୟତନ ହୋଇଛି
Solar Geo Engineering

Solar Geo Engineering

ସୂର୍ଯ୍ୟକିରଣକୁ ଲୁଚାଇ ଦିଆଯିବ ! ପୃଥିବୀପୃଷ୍ଠକୁ ଆସିବାକୁ ଦିଆଯିବନି। ଏହା ଉପରେ ବିଚାର କରୁଛନ୍ତି ବୈଜ୍ଞାନିକ, ଯାହାକୁ ସମର୍ଥନ ଜଣାଇଛି ବାଇଡେନ୍ ପ୍ରଶାସନ। ବିଶ୍ୱ ତାପନ ବୃଦ୍ଧି ପାଉଥିବାରୁ ଏପରି ଉଦ୍ୟମ ଉପରେ ସହମତି ପ୍ରକାଶ କରିଛି ଆମେରିକା। ସୂର୍ଯ୍ୟର ବିକିରଣ ପ୍ରକ୍ରିୟାକୁ କିପରି ଅଟକାଯାଇପାରିବ ସେ ଉପରେ ବୈଜ୍ଞାନିକ ଅନୁସନ୍ଧାନ ଚଳାଇଛନ୍ତି। ଏହାକୁ Solar GEO engenieering କୁହାଯାଉଛି। ଏଥିରେ ସୂର୍ଯ୍ୟରଶ୍ମିକୁ ପ୍ରତିଫଳିତ କରାଇ ପୁଣି ମହାକାଶକୁ ପଠାଇ ଦିଆଯିବ। 

Advertisment

ଏବେ ସାରା ବିଶ୍ୱରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଦେଖାଇଛି। ବିଶ୍ୱରେ ତାପମାତ୍ରା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ସୂର୍ଯ୍ୟାଲୋକର ପ୍ରଖର କିରଣ ଅଟକାଇବାକୁ ଯୋଜନା ରଖିଛନ୍ତି ବୈଜ୍ଞାନିକ।

ଅଧିକ ପଢ଼ନ୍ତୁ: ଏଣିକି ରହିବନି ମରୁଡ଼ି ଭୟ ! ଆବଶ୍ୟକ ପଡ଼ିଲେ କରାଯିବ କ୍ରୁତ୍ରିମ ବର୍ଷା

Advertisment

ପୃଥିବୀପୃଷ୍ଠକୁ ଆସୁଥିବା ସୂର୍ଯ୍ୟାଲୋକକୁ ରୋକି କିପରି ତାହାର ମାତ୍ରା ହ୍ରାସ କରାଯାଇପାରିବ, ସେଥିପାଇଁ ବୈଜ୍ଞାନିକଙ୍କ ଠାରୁ ଉପାୟ ଓ ମତ ଲୋଡ଼ିଛି ଆମେରିକା । ହ୍ୱାଇଟହାଉସର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଏଭଳି ଏକ ସରକାରୀ ରିପୋର୍ଟ ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜର ମୁକାବିଲା କରାଯାଇପାରିବ କି ନାହିଁ, ସେନେଇ ଖୋଲା ମତ ଲୋଡ଼ିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

ତେବେ ରିପୋର୍ଟ ଅନୁସାରେ ବାଇଡେନ୍‌ ପ୍ରଶାସନ ''ଷ୍ଟାଟୋସ୍ପିୟରିକ୍‌ ଏରୋସଲ୍‌ ଇଂଜେକ୍ସନ(SAI) ଏବଂ ମେରାଇନ୍‌ କ୍ଲାଉଡ୍‌ ବ୍ରାଇଟେନିଂ'' ଯୋଜନା କରୁଛନ୍ତି। ଏହାସହ "cirrus cloud thinning'' ଉପରେ ଗବେଷଣା କରୁଛନ୍ତି।   

ଅଧିକ ପଢ଼ନ୍ତୁ: ମିଳିଲା ସରକାରଙ୍କ ଅନୁମତି; ଏହି ଦେଶରେ ଏବେ ଉଡ଼ିବ କାର୍‌ !

Solar Geo Engineering(Solar Geo Engineering)

ଷ୍ଟ୍ରାଟୋସ୍ଫିୟରିକ ଏରୋସୋଲ୍ ଇଞ୍ଜେକ୍ସନର ଅର୍ଥ କଣ ? 

ବାୟୁମଣ୍ଡଳର ଉପରସ୍ତରରେ କ୍ଷୁଦ୍ର କଣିକା ସିଂଚନ କରିବା, ସମୁଦ୍ର ଉପରେ ମେଘମାଳାର ପରିମାଣ ବୃଦ୍ଧି କରିବା ଏବଂ ପୃଥିବୀରୁ ବାୟୁମଣ୍ଡଳକୁ ପ୍ରତିଫଳିତ ସୂର୍ଯ୍ୟାଲୋକକୁ ରୋକୁଥିବା ଏକପ୍ରକାର ମେଘର ପରିମାଣ ହ୍ରାସ କରିବା। ଏହିସବୁ ଉପାୟରେ ପୃଥିବୀକୁ ଆସୁଥିବା ସୂର୍ଯ୍ୟାଲୋକକୁ କିଛିମାତ୍ରାରେ ରୋକିହେବ ବୋଲି ଆଶା ରଖିଛି ଆମେରିକା।

ତେବେ ଏଭଳି ପରୀକ୍ଷଣ ବିପଦ ଆଣିବ ବୋଲି ଅନେକ ବୈଜ୍ଞାନିକ ଦାବି କରିଛନ୍ତି। ଏହା ପୃଥିବୀର ଜୀବଜଗତ ପାଇଁ କ୍ଷତିକାରକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏଥିରେ ଲାଭ ନୁହେଁ ବରଂ କ୍ଷତି ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ସେପଟେ ଏସବୁ କେବଳ ଜଳବାୟୁ ଅନୁସନ୍ଧାନ ଓ ଗବେଷଣା ପାଇଁ କରାଯାଉଛି। ଏହାକୁ ପ୍ରୟୋଗ କରାଯିବ ନାହିଁ ବୋଲି କୁହାଯାଉଛି।

Joe Biden White House US President Joe Biden
Advertisment
Advertisment