• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବହୁତ ସମୟରେ ଟ୍ରାଫିକ୍‌ ସମସ୍ୟାକୁ ନେଇ ଅନେକ ଲୋକ ହଇରାଣ ହୋଇଥା’ନ୍ତି । ନିଜର ଜରୁରୀ କାର୍ଯ୍ୟରେ ଯାତ୍ରା କରୁଥିବାବେଳେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହୋଇଥାଏ । ଯେପରିକି, ଅଫିସ କାର୍ଯ୍ୟ ଓ ମେଡିକାଲ ପରି କାମରେ ମଧ୍ୟ ଅନେକ ବିଳମ୍ବ କରିଥାଏ ଟ୍ରାଫିକ୍‌ ସମସ୍ୟା । ତେବେ ଆପଣ ଜାଣି ଖୁସି ହେବେ ଆଉ ଏହି ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ । କାରଣ ଏବେ ଆକାଶରେ ଉଡିବ ଉଡ଼ନ୍ତାକାର୍‌ । ଯାହାଫଳରେ ଆଉ ଅଟକାଇ ପାରିବନି ଟ୍ରାଫିକ୍‌ । ଟ୍ରାଫିକ୍‌ ପୋଷ୍ଟର ଉପର ଦେଇ ଉଡ଼ିଯିବ ଉଡନ୍ତା କର୍‌ । ଯାହାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିସାରଛି । ଆସନ୍ତୁ ଜାଣିବା...

ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍‌କୁ ଆକାଶରେ ଉଡ଼ିବା ନେଇ ଅନୁମତି ମିଳିଛି । ଆମେରିକା ସରକାରଙ୍କ ଠାରୁ ଉଡ଼ାଣ ପାଇଁ ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍‌କୁ ଆଇନଗତ ଅନୁମୋଦନ ଦିଆଯାଇଛି । ବିମାନ କମ୍ପାନୀ ଆଇନ ଅନୁଯାୟୀ ଆମେରିକାର ଫେଡେରାଲ୍ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ)ରୁ ଏକ ସ୍ୱତନ୍ତ୍ର ଏୟାରୱର୍ଥେସନ ସାର୍ଟିଫିକେଟ୍ ଗ୍ରହଣ କରିଥିବା କୁହାଯାଇଛି । ଯାହାକୁ କାର୍ କମ୍ପାନୀ ମଧ୍ୟ ଘୋଷଣା କରିଛି । ଆମେରିକାରେ ପ୍ରଥମ ଥର ପାଇଁ ଏହି କମ୍ପାନୀ ସାର୍ଟିଫିକେଟ୍ ହାସଲ କରିଛି ।

ଆଲେଫ୍ ଏରୋନେଟିକ୍ସ ଏକ ବିବୃତ୍ତିରେ କହିଛି ଯେ, ବୈଦୁତିକ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ପାଇଁ FAA କାର୍ଯ୍ୟ କରୁଛି । eVTOL ଏବଂ ଭୂତଳ ଭିତ୍ତିଭୂମି ମଧ୍ୟରେ ପାରସ୍ପରିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛି । ଏପରିକି କମ୍ପାନୀ ପକ୍ଷରୁ ତାର ବିବୃତ୍ତିରେ ଆହୁରି ଅନେକ କଥା କୁହାଯାଇଛି । କମ୍ପାନୀ ତା’ର ବିବୃତିରେ କହିଛି, ଆଲେଫ୍‌ର ସ୍ୱତନ୍ତ୍ର ଏୟାରୱର୍ଥେସନ ସାର୍ଟିଫିକେଟ୍ ରହିଛି । ସେ ସେହି ସ୍ଥାନରେ ଉଡିପାରିବ ଯେଉଁଠି ତାକୁ ଅନୁମତି ଦିଆଯାଇଛି ।

ଏଥି ସହିତ ଏହି କାର୍‌ଟି ସମ୍ପୂର୍ଣ୍ଣ ଭାବେ ବୈଦ୍ୟୁତିକ । ଏଥିରେ ଦୁଇ ଜଣ ଯାତ୍ରା କରିପାରିବେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି କାର୍‌ର ମୂଲ୍ୟ ପ୍ରାୟ ୩୦୦,୦୦୦ ଡଲାର୍ ରହିଛି ।

୨୦୨୨ ଅକ୍ଟୋବରରେ କମ୍ପାନୀ ପକ୍ଷରୁ ଦୁଇଟି ସ୍ପୋର୍ଟସ୍‌ କାର୍‌ ଉନ୍ମୋଚନ କରାଯାଇଥିଲା । ପରେ ୨୦୨୫ ଶେଷ ସୁଦ୍ଧା ଗ୍ରାହକଙ୍କୁ ଫ୍ଲାଇଙ୍ଗ କାର ବିତରଣ ଆରମ୍ଭ କରିବାକୁ କମ୍ପାନୀ ଆଶା ରଖିଥିବା କୁହଯାଇଛି। ଫ୍ଲାଇଙ୍ଗ କାର ବିତରଣ କରିବାକୁ ଆଲେଫ ଲକ୍ଷ୍ୟ ରଖିଛି । ଏହାର ୱେବସାଇଟ୍‌ରେ ମଧ୍ୟ କାର୍‌କୁ ନେଇ କିଛି ସୂଚନା ଦିଆଯାଇଛି । ନିୟମିତ ସହରାଞ୍ଚଳ କିମ୍ବା ଗାଁ ରାସ୍ତାରେ ଏହାକୁ ଚଳାଇବା ପାଇଁ ବିକଶିତ କରାଯାଉଥିବା କୁହାଯାଇଛି ।