/odishatv-khabar/media/post_attachments/uploadimage/library/16_9/16_9_0/s_1685950270.jpg)
Train Accident In Odisha: Did cricketer MS Dhoni donate Rs 60 crore to accident victims Know the fact
ନିକଟରେ ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଛାତିଥରା ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୧ ଶହ ୭୫ ଜଣ ଆହତ ହୋଇଛନ୍ତି। ଏସବୁ ଭିତରେ ଅନେକ ରିପୋର୍ଟ ସାମ୍ନାକୁ ଆସୁଛି ଯେ, ଅନେକ ସେଲିବ୍ରେଟି ଓ କ୍ରୀଡାବିତ୍ମାନେ ବିପୁଳ ପରିମାଣର ଟଙ୍କା ଦାନ କରୁଛନ୍ତି।
ଏସବୁ ଭିତରେ ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଫେକ୍ ମେସେଜ୍ ଭାଇରାଲ୍ ହେଉଛି। ଚେନ୍ନାଇ ସୁପର କିଙ୍ଗସ୍ ଷ୍ଟାର ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନି ଓଡ଼ିଶା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଦାନ କରୁଥିବା ଭଳି ଏକ ଖବର ଭାଇରାଲ୍ ହେଉଛି। ତେବେ ଓଟିଭି ଦ୍ୱାରା କରାଯାଇଥିବା ଏକ ଫ୍ୟାକ୍ଟ-ଚେକ୍ରୁ ଜଣାପଡ଼ିଛି, ଓଡ଼ିଶା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଧୋନି ଦାନ କରିଥିବା ଖବର ମିଥ୍ୟା। ଏନେଇ ଧୋନି କୌଣସି ଘୋଷଣା କରି ନାହାନ୍ତି। ଏହା ଏକ ଫେକ୍ ମେସେଜ, ଯାହାକି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ- ଟେଲିଗ୍ରାମ୍, ହ୍ୱାଟ୍ସଆପ୍ ଇତ୍ୟାଦିରେ ଭାଇରାଲ୍ ହେଉଛି।
ଅନ୍ୟପକ୍ଷେ, କିଛି ଟ୍ୱିଟର ୟୁଜର ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ 'ସାମ୍ପ୍ରଦାୟିକ ରଙ୍ଗ' ଦେଉଛନ୍ତି। ଫେକ୍ ଟ୍ୱିଟ୍କୁ ଦୃଷ୍ଟିରେ ରଖି ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ପୋଲିସ୍ ଚେତାବନୀ ଦେଇଛି। ଟ୍ୱିଟ୍ କରି ଓଡ଼ିଶା ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାକୁ କିଛି ସୋସିଆଲ୍ ମିଡିଆ ୟୁଜର୍ସ 'ସାମ୍ପ୍ରଦାୟିକ ରଙ୍ଗ' ଦେଉଛନ୍ତି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ମିଥ୍ୟା ଖବର ପ୍ରଚାର ନକରିବାକୁ ସମସ୍ତଙ୍କୁ ନିବେଦନ କରୁଛୁ।’
‘ଯଦି ବି କେହି ମିଥ୍ୟା ଖବର ପ୍ରଚାର କରି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶା ପୋଲିସ୍ ପକ୍ଷରୁ କୁହାଯାଇଛି।
It has come to notice that some social media handles are mischievously giving communal colour to the tragic train accident at Balasore. This is highly unfortunate.
Investigation by the GRP, Odisha into the cause and all other aspects of the accident is going on.
— Odisha Police (@odisha_police) June 4, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)