Advertisment

Special Story: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, ବଖାଣିଲେ ଲୋମ ଟାଙ୍କୁରା କାହାଣୀ

ଗତ ଶୁକ୍ରବାର ଦିନ ଏ.କୃଷ୍ଣା ରାଓ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ହେଲେ ସେଠାରେ ଏକ କାରରେ ୫ ଜଣ ଆସି ତାଙ୍କୁ ଅପହରଣ କରି ବିଶିଂପୁର୍ ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲାକାର ଏକ ଘରେ ନେଇ ରଖିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ମୋତେ ପାହାଡ଼ ଉପରକୁ  ଟେକିନେଲେ, ୧୪ ଘଣ୍ଟା ପରେ...

ମୋତେ ପାହାଡ଼ ଉପରକୁ ଟେକିନେଲେ, ୧୪ ଘଣ୍ଟା ପରେ...

୫ ଜଣ କାରରେ ଆସି ମତେ ଟେକି ନେଲେ । ଆଖିରେ ପଟି ବାନ୍ଧି ୧୪ ଘଣ୍ଟା ପାହାଡ଼ ଉପରରେ ରଖିଲେ । ରାତି ଅଧରେ ସୁନା ଚେନରୁ ଆରମ୍ଭ କରି ସବୁ ଲୁଟିନେଲେ । ଶୌଚ ହେବା ବାହାନାରେ ମୁଁ ଯମ କବଳରୁ ଖସି ଆସିଲି । ଫିଲ୍ମର କାହାଣୀ ପରି ଲାଗୁଥିବା ଘଟଣାଟି ପୂରା ସତ । କୋରାପୁଟ ଜୟପୁର ସହରର ଅପହୃତ ବ୍ୟବସାୟୀ ଏ.କୃଷ୍ଣା ରାଓ ଦୀର୍ଘ ୧୪ ଘଣ୍ଟା ପରେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଛନ୍ତି । ଆଉ ବଖାଣିଛନ୍ତି ଅପହରଣର ସେହି ଭୟାନକ କାହାଣୀ ।

Advertisment

ଅଧିକ ପଢ଼ନ୍ତୁ: ନୃଶଂସତାର ଟପିଲା ସୀମା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲା

ଗତ ଶୁକ୍ରବାର ଦିନ ଏ.କୃଷ୍ଣା ରାଓ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ହେଲେ ସେଠାରେ ଏକ କାରରେ ୫ ଜଣ ଆସି ତାଙ୍କୁ ଅପହରଣ କରି ବିଶିଂପୁର୍ ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲକାର ଏକ ଘରେ ନେଇ ରଖିଥିଲେ । ଆଉ ତାଙ୍କ ଚେନ୍‌, ମୁଦି ସବୁକିଛି ଲୁଟି ନେଇଥିଲେ । ହେଲେ ରାତି ପାହୁ ପାହୁ ସେ ଶୌଚ ଯିବା ବାହାନାରେ ଖସି ଆସିଥିଲେ । ଆଉ ସ୍ଥାନୀୟ ବିଶ୍ଵନାଥ ମୁଦୁଲିଙ୍କ ସହାୟତାରେ ବୋରିଗୁମ୍ମା ଯାଏଁ ଆସି ପରିବାର ଓ ପୋଲିସକୁ ସୂଚନା ଦେଇଥିଲେ।

ସେପଟେ ବ୍ୟବସାୟୀ କ୍ରିଷ୍ଣା ରାଓ ଅପହରଣକାରୀଙ୍କ ନିକଟରୁ ବାହାରି ଆସିବା ପରେ ବୋରିଗୁମ୍ମା ଥାନାରେ କୋରାପୁଟ ଏସପି ରୋହିତ ବର୍ମା ପଚରା ଉଚୁରା କରିବା ସହ ବ୍ୟବସାୟୀଙ୍କୁ ନେଇ ସେଇ ଦୁର୍ଗମ ପାହାଡିଆ ଗାଁରେ ସିନ ରିକ୍ରିଏସନ୍ କରିଥିଲେ । କ୍ରିଷ୍ଣା ରାଓ ମୁକୁଳିଲେ ସତ ହେଲେ କେଉଁ ପରିସ୍ଥିତିରେ ତାଙ୍କୁ ଅପହରଣ କରାଗଲା ଓ କାହିଁକି ? ବ୍ୟାବସାୟିକ ଶତ୍ରୁତା କାରଣରୁ ତାଙ୍କୁ ଅପହରଣ କରାଯାଇଥିଲା କି ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହିପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ । ସେପଟେ ଅପହରଣକାରୀ ପୋଲିସକୁ ବାରମ୍ବାର ଖୋଲା ଚାଲେଞ୍ଜ ଦେଉଛନ୍ତି । ଏପରି ଘଟଣାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଏଥିରେ ରୋକ୍ ଲଗାଇବା ଏବେ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚାଲେଞ୍ଜ ।

Advertisment

Odisha Koraput Kidnapping Case Special Story
Advertisment
Advertisment