Advertisment

ମହିଳାଙ୍କ ପ୍ରତି ଅନ୍ୟାୟକୁ ଦେଖି ବଦଳିଗଲା ମନ ! ଅଜୟରୁ ହେଲେ ରିଙ୍କି

ପୋଷାକ-ପରିଧାନ ସହ ମାନସିକତାରେ ଆଣିଲେ ପରିବର୍ତ୍ତନ । ଦିଲ୍ଲୀରେ ହେଲା ‘ସେକ୍ସ ଚେଞ୍ଜ ଅପରେସନ୍’  ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Boy Changes Gender For Fights For Women's Rights

LGBT

କିଛିଦିନ ତଳେ ଆମେ କହିଥିଲୁ, LGBT କମ୍ୟୁନିଟିରେ, ବଢ଼ିବାରେ ଲାଗିଛି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଟ୍ରେଣ୍ଡ୍ । ପୂର୍ବରୁ ପୁରୁଷ ଭାବେ ଜନ୍ମ ହୋଇଥିଲେ ବି, ଅନେକେ ଯୁବତୀ ବା ମହିଳାଙ୍କ ଭଳି ବଞ୍ଚିବା ଇଚ୍ଛାରେ ଶାଢ଼ୀ ଓ ସାଲୱାର ପିନ୍ଧି ଶାରିରୀକ ପରିବର୍ତ୍ତନ କରାଉଛନ୍ତି । ଠିକ୍‌ ସେମିତି ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ଭିନ୍ନ କାହାଣୀ । ଯିଏ ଜନ୍ମ ହୋଇଥିଲେ ପୁଅ ହୋଇ। କିନ୍ତୁ ସର୍ଜରୀ କରି ବନିଗଲେ ଝିଅ। ଜନ୍ମ ନେଇଥିଲେ ପୁଅ ହୋଇ.. ବେଶଭୂଷା ବି ଥିଲା ପୁଅଙ୍କ ଭଳି । ପୁଅଟିଏ ହେଲା ବୋଲି ବାପା-ମା’ବି ସରାଗରେ ନାଁ ରଖିଥିଲେ ଅଜୟ। କିନ୍ତୁ ସେହି ଅଜୟ ଏବେ, ମନରୁ.. ଶରୀରରୁ.. ପାଲଟିଛନ୍ତି ପୂରାପୁରି ଝିଅ । ଅଜୟରୁ ବନିଯାଇଛନ୍ତି ରିଙ୍କି।

Advertisment

ହଁ, ରିଙ୍କି ବାରିକ। ବୟସ ୩୮। ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ନମକାନା ଗାଁ। ପୁଅରୁ ଝିଅ ପାଲଟି ରିଙ୍କି ଏବେ ରିଟ୍ରାନ୍ସ ୱିମେନ। ଦିଲ୍ଲୀର ଏକ ଘରୋଇ ହସପିଟାଲରେ ସର୍ଜରୀ କରି ସେ ପାଇଛନ୍ତି ନୂଆ ପରିଚୟ ସହ ନୂଆ ଅନୁଭବ। କହିଛନ୍ତି, ସମାଜରେ ନାରୀଙ୍କୁ ଅତ୍ୟାଚାର ଏବଂ କନ୍ୟାଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ନମକାନା ଗାଁର ରବିନ୍ଦ୍ର ବାରିକଙ୍କ ୩ ପୁଅଙ୍କ ମଧ୍ୟରୁ ମଝିଆ ପୁଅ ଥିଲେ ରିଙ୍କି । ପାଠପଢା ସାରି କୋଲକାତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କିନ୍ତୁ ମହିଳାଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାରକୁ ନେଇ ବିଦ୍ରୋହଭାବ ସୃଷ୍ଟି ହେବା ସହ ଘଟିଥିଲା ମାନସିକ ପରିବର୍ତ୍ତନ। ତେଣୁ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨, ଡିସେମ୍ବରରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏବଂ ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ବାବଧାନରେ ସର୍ଜରୀ କରାଇଥିଲେ। ଏଥିପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ରିଙ୍କି। ଆଉ ଏବେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇବା ସହ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତିକରଣ ଏବଂ ଅବହେଳିତ, ନିଷ୍ପେଷିତ ନାରୀଙ୍କୁ ନ୍ୟାୟ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ, ସୋସିଆଲ ମିଡିଆରୁ ହୋଇଥିଲା ପ୍ରେମ

LGBT କମ୍ୟୁନିଟିରେ ଧୀରେ ଧୀରେ କେମିତି ବଢ଼ିବାରେ ଲାଗିଛି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଟ୍ରେଣ୍ଡ୍, ତାହାର ଏକ ରିପୋର୍ଟ ଦେଖାଇଥିଲୁ ଆମେ। କେବଳ ପୋଷାକ-ପରିଧାନ କି ପ୍ରସାଧନ-ପରିପାଟୀ ନୁହେଁ, ମନ ଓ ଶରୀରର ଅସାମଞ୍ଜସ୍ୟତା ଭିତରେ ଘାଣ୍ଟି ହେବା ଅପେକ୍ଷା, ଚିକିତ୍ସା ବିଜ୍ଞାନ ବଳରେ ଲିଙ୍ଗ ବଦଳାଇବାକୁ ପସନ୍ଦ କରୁଛନ୍ତି ଏମାନେ। ତେବେ ଲିଙ୍ଗ ପରିବର୍ତ୍ତନ ସର୍ଜରୀ ବା SRS ଏକ ଦୀର୍ଘ ଓ ଜଟିଳ ପ୍ରକ୍ରିୟା। ଏଥିପାଇଁ ମନୋଚିକିତ୍ସକଙ୍କ ଅନୁମୋଦନ ପରେ ବର୍ଷକ ପାଇଁ ଦିଆଯାଏ ହରମୋନ୍ ଥେରାପି। ତା’ପରେ ଗୋଟିଏ କିମ୍ବା ଏକାଧିକ ପର୍ଯ୍ୟାୟରେ ହୁଏ ଅସ୍ତ୍ରୋପଚାର। ସ୍ତନ ସର୍ଜରୀ ପାଇଁ ଜଣେ ଏବଂ ଯୌନାଙ୍ଗ ପରିବର୍ତ୍ତନ ପାଇଁ ୨ ଜଣ ମନୋ ଚିକିତ୍ସକଙ୍କ ସାର୍ଟିଫିକେଟ୍ ସହ ବାପାମାଆଙ୍କ ଅନୁମତି ଆବଶ୍ୟକ। ଏହି ସର୍ଜରୀ ଅପେକ୍ଷାକୃତ ବ୍ୟୟବହୁଳ। ଏହାର ପାର୍ଶ୍ୱପ୍ରତିକ୍ରିୟା ଆଶଙ୍କା ବି ରହିଛି। ଥରେ କଲେ ଆଉ ପୂର୍ବାବସ୍ଥାକୁ ଫେରିବା ଅସମ୍ଭବ। 

Odisha News
Advertisment
Advertisment