/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724992634.jpg)
Gold Sezied
ଅନାମଧେୟ କ୍ରେତାଙ୍କ ପାଖକୁ ଯାଉଥିଲା ଭୁବନେଶ୍ୱର ବିମାନବନ୍ଦରରୁ ଜବତ ସୁନା ଓ ରୂପା । ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ସିଟି ଜିଏସଟି ଅଧିକାରୀଙ୍କ ଯାଞ୍ଚ ବେଳେ, ୪ କେଜି ସୁନା ଓ ୮୦ କେଜି ରୁପାର ମାଲିକାନା ନେଇ ହିସାବ ମିଳିନି। ଯାହାର କେହି ଦାବିଦାର ନାହାନ୍ତି କି ବିଲ୍ ଥିବା ନାମଧାରୀଙ୍କୁ ଖୋଜି ପାଉନି ସିଟି ଜିଏସଟି ବିଭାଗ ଅଧିକାରୀ ।
Advertisment
ଯାହାକୁ ନେଇ ଲଜିଷ୍ଟିକ୍ ସଂସ୍ଥାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ସୁନା ଓ ରୁପା ବିକ୍ରି କରିଥିବା କଂପାନକୁ ତଥ୍ୟ ମାଗିଛି ତଦନ୍ତକାରୀ ଟିମ୍। ଅନ୍ୟପଟେ ଏ ସଂପର୍କରେ ମହାରାଷ୍ଟ୍ର ଜିଏସଟି ବିଭାଗକୁ ଚିଠି ଲେଖାଯିବ। ଜବତ ସୁନା ଓ ରୁପାର କେହି ଦାବିଦାର ନଆସିଲେ ବାଜ୍ୟାପ୍ତି କରିବା ସହ ସରକାରୀ ତହବିଲକୁ ପଠାଇ ଦିଆଯିବ। ଅନ୍ୟପଟେ ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)