• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୁହଁରୁ ଉଡ଼ିଯାଇଥିଲା ହସ। ଆଖିରୁ ଶୁଖିଯାଇଥିଲା ଲୁହ । ତଥାପି ନ୍ୟାୟ ଅନ୍ୟାୟର ଲଢ଼େଇରେ ଭାଙ୍ଗିନଥିଲେ ସେ । ଖାକି ପୋଷାକ ପିନ୍ଧି ଚାକିରୀ କରିବାର ସ୍ୱପ୍ନ ଏବଂ ନ୍ୟାୟ ଉପରେ ଭରସା ରଖି ୧୨ ବର୍ଷ ଧରି ସେ କରିଥିବା ଲଢ଼େଇରେ ଶେଷରେ ସେ ଜିତିଲେ । ଏ କାହାଣୀ ସୋନପୁର ଜିଲ୍ଲା ମୁର୍ଷୁଣ୍ଡି ଗାଁର ୩୪ ବର୍ଷୀୟା ଗୀତାଞ୍ଜଳୀ ସାହୁଙ୍କର । ୨୦୦୧୧ ମସିହାରେ ରେଢ଼ାଖୋଲ କେନ୍ଦୁପତ୍ର ବିଭାଗରେ ୬ଟି ଫରେଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ଗୀତାଞ୍ଜଳି ଲିଖିତ ଓ ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ପଦବୀରୁ ବଞ୍ଚିତ ହେଲେ ।

ଏହାର କାରଣ ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନର ଆଶ୍ରା ନେଇଥିଲେ । ସେଥିରେ ଦେଖିଲେ ଯେ ଗଣିତରେ ଠିକ୍‌ ଉତ୍ତର ଲେଖି ମଧ୍ୟ ତାଙ୍କୁ ୨ ମାର୍କ ଦିଆଯାଇନାହିଁ । କିନ୍ତୁ ଅନ୍ୟଜଣେ ପ୍ରାର୍ଥୀଙ୍କର ଉତ୍ତର ଭୁଲ ଥାଇ ମଧ୍ୟ ତାଙ୍କୁ ମାର୍କ ମିଳିଛି । ଏହାକୁ ନେଇ ୨୦୧୧ ମସିହାରେ ଟ୍ରିବ୍ୟୁନାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାପରେ କେସ୍‌ ହାଇକୋର୍ଟରେ ପହଞ୍ଚିଥିଲା । ଶେଷରେ ଉଚ୍ଚତମ ନ୍ୟାୟାଳୟରୁ ତାଙ୍କୁ ନ୍ୟାୟ ମିଳିବା ସହ ସେ ଏବେ ରେଢାଖୋଲ ବନବିଭାଗ ଡିଏଫ୍‌ଓ ଅଫିସରେ ନିଯୁକ୍ତ ପାଇଛନ୍ତି ।

ଦୀର୍ଘଦିନର ଲଢ଼େଇ ପରେ ଗୀତାଞ୍ଜଳି ଓ ତାଙ୍କ ପରିବାର ଆଜି ଖୁସିରେ ଆତ୍ମବିଭୋର । ତେବେ ଏଠି ପ୍ରଶ୍ନ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ପାଇଁ ଆଇନର କାଠଗଢ଼ାକୁ ଟଣା ହେବେ କି ପ୍ରକ୍ରିୟାରେ ସାମିଲ ଥିବା କର୍ମଚାରୀମାନେ ? ଦୀର୍ଘ ୧୨ ବର୍ଷ ଧରି ଜଣେ ବେନିୟମ ଭାବେ ସରକାରୀ ଦରମା ପାଉଥିବାବେଳେ ଏପଟେ ଯୋଗ୍ୟତା ଥାଇ ମଧ୍ୟ ଗୀତାଞ୍ଜଳି ନ୍ୟାୟ ପାଇଁ ଲଢ଼ିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now