Advertisment

ମଣିଷ ଜାତି ପାଇଁ ମାଡି ଆସୁଛି ବଡ଼ ବିପଦ, ଅକାଳରେ ବର୍ଷକୁ ଯିବ ଅଢେଇ ଲକ୍ଷ ଲୋକଙ୍କ ଜୀବନ !

ମଣିଷ ଜାତି ପାଇଁ ମାଡି ଆସୁଛି ବଡ଼ ବିପଦ। କରୋନା ନ ଯାଉଣୁ ଏମିତି ଖବର ଶୁଣି ସ୍ତବ୍ଧ ହୋଇ ଯାଇଛନ୍ତି ବିଶ୍ୱବାସୀ। ଭୟଙ୍କର ହେବ ମ୍ୟାଲେରିଆ ଓ ଡାଇରିଆ ରୋଗ। ବର୍ଷକୁ ଅତି କମରେ ଅଢେଇ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା କରାଯାଉଛି। ଆଜିଠୁ ଏଥିପ୍ରତି ସତର୍ତ ନ ରହିଲେ ସମସ୍ତେ ପ୍ରାଣ ହରାଇବା ନିଶ୍ଚିତ...

author-image
Prangyan Parimita
climate change

climate change

ବିଶ୍ୱ ପାଇଁ ବଡ଼ ବିପଦ। ଜଳିବ ପୃଥିବୀ। ବୁଡିଯିବ ସହର। ଦେଖା ଦେବ ଅନାହାର। ସବୁଆଡେ ରୋଗ ଭୟ। ଧୂଆଁରେ କଲବଲ ହେବ ମଣିଷ। ପାଣି ପାଇଁ ହାହାକାର ପଡିବ। ଏମିତି ସ୍ଥିତିବେ ବଂଚିବା ହୋଇପଡିବ କଷ୍ଟକର। ସତର୍ତ ନ ରହିଲେ କେହି ବି ବଂଚି ପାରିବେନି। ବର୍ଷକୁ ବର୍ଷ ପ୍ରାଣ ହରାଇବେ ଲକ୍ଷ ଲକ୍ଷ ଲୋକ। ମାଟି ବଦଳରେ ଭୁପୃଷ୍ଟ ହୋଇ ପଡିବ କଙ୍କାଳମୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉପରେ ମାଡି ଆସୁଛି ଏମିତି ବଡ଼ ବିପଦ। ଜଳବାୟୁରେ ହେଉଥିବା ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧିଯୋଗୁଁ ଗ୍ଲୋବାଲ ଓ୍ବାର୍ମିଂ ବଢିବାରେ ଲାଗିଛି। ବର୍ଷାଦିନରେ ଠିକ୍ ଭାବରେ ବର୍ଷା ନହେବା, ଶୀତଦିନେ ଗରମ ଲାଗିବା କିମ୍ବା ଖରାଦିନେ ପ୍ରବଳ ଗରମ ହେବାକୁ ହିଁ ଗ୍ଲୋବାଲ ଓ୍ୱାର୍ମିଂ କୁହାଯାଏ। ଏହି ଗ୍ଲୋବାଲ ଓ୍ୱାର୍ମିଂ ବିଶ୍ୱ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି।

Advertisment

ମଣିଷର ଗତିବିଧି ଓ କାର୍ଯ୍ୟକଳାପ ହେତୁ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି। ଆଉ ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତାର ପ୍ରତ୍ୟେକ ଦିଗ ପାଇଁ ବିପଦ ପାଲଟିଛି। ଯଦି ଏଥିପ୍ରତି ଧ୍ୟାନ ଦିଆନଯାଏ କିମ୍ୱା କେହି ସତର୍କ ନ ହୁଇନ୍ତି ତେବେ ଆଗାମୀ ଦିନରେ ତାପମାତ୍ରା ଏତେ ମାତ୍ରାରେ ବୃଦ୍ଧି ପାଇବ ଯେ ମାନବ ଜାତି ବଂଚିବା ଅସମ୍ଭବ ହୋଇ ପଡିବ ଜୀବନ ପ୍ରତି ସୃଷ୍ଟି ହୋଇପାରେ ମସ୍ତ ବଡ଼ ବିପଦ। ଏମିତିକି ସାରା ବିଶ୍ୱରେ ମରୁଡ଼ି ପରିସ୍ଥିତି ଦେଖାଦେବା। ସମୁଦ୍ରର ଜଳ ପତ୍ତନ ବୃଦ୍ଧି ପାଇବା ସହ ପ୍ରାକୃତିକ ଦୁର୍ବିପାକ ଘଟିପାରେ। ଫଳରେ ପୃଥିବୀରୁ ଅନେକ ପ୍ରଜାତିର ଜୀବ ଲୋପ ପାଇବାର ଆଶଙ୍କା ଉପୁଜିଛି।

ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ପାଇଁ ମାନବୀୟ କାର୍ଯ୍ୟକଳାପ ହେଉଛି ମୁଖ୍ୟ କାରଣ। ଘରୋଇ କାର୍ଯ୍ୟ ପାଇଁ କୋଇଲା ବ୍ୟବହାର, କଳକାରଖାନାରୁ ନିର୍ଗତ ଧୂଆଁ, ଗ୍ୟାସ ଆଦି କାରଣରୁ ଜଳବାୟୁରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଏମିତି ଜୀବାଷ୍ମ ଇନ୍ଧନ ଜଳିବା ଦ୍ୱାରା ଗ୍ରୀନ୍ ହାଉସ୍‌ରୁ ଗ୍ୟାସ୍ ର୍ନିଗତ ହେଉଛି। ଯେଉଁଥିରେ ସର୍ବାଧିକ ପରିମାଣର କାର୍ବନ ଡାଇଅକ୍ସାଇଡ୍ ରହିଛି। ବାୟୁମଣ୍ଡଳରେ ଏହି ଗ୍ୟାସର ପ୍ରଭାବ ଅଧିକ ରହିବା ଯୋଗୁଁ ସୂର୍ଯ୍ୟଙ୍କ ଉତ୍ତାପ ପୃଥିବୀରୁ ବାହାରକୁ ବିକିରଣ ହୋଇ ପାରୁନାହିଁ। ଏଥିଯୋଗୁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

Advertisment

ପୃଥିବୀର ତାପମାତ୍ରା ବଢିବା ସହିତ ଗ୍ଲେସିୟର ବି ତରଳିବାରେ ଲାଗିଛି। ସମୁଦ୍ରର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ଏମିତିକି ପୃଥିବୀର କିଛି ଦ୍ୱୀପପୁଞ୍ଜ ପାଣିରେ ବୁଡ଼ିବାକୁ ଲାଗିଲେଣି। ଯାହାର ଉଦାହରଣ ଜାକର୍ତ୍ତା। ଜଳବାୟୁର ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ସମୁଦ୍ର ମଧ୍ୟରେ ଲୀନ ହେବାକୁ ବସିଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ୨୦୫୦ ସୁଦ୍ଧା ସମୁଦ୍ର ତଟବର୍ତ୍ତୀ ପୃଥିବୀର ଅନେକ ସହର ଜଳପ୍ଲାବନର ଶିକାର ହେବାର ଆଶଙ୍କା ରହିଛି।

ସେହିପରି ଆମ ଦେଶ ଭାରତର ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଏବଂ ପଶ୍ଚିମବଙ୍ଗ ଭଳି ତଟୀୟ କ୍ଷେତ୍ରଗୁଡ଼ିକ ଜଳପ୍ଲାବନର ଶିକାର ହେବାର ଆଶଙ୍କା ରହିଛି। ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ମଧୁର ଜଳ ଦୂଷିତ ହେବ ଏବଂ ସ୍ୱଚ୍ଛ ପିଇବା ପାଣି ମିଳିବାରେ ସଙ୍କଟ ଦେଖା ଦେବ। ଉନବିଂଶ ଶତାବ୍ଦୀ ତୁଳନାରେ ପୃଥିବୀର ତାପମାତ୍ରା ପ୍ରାୟ ୧.୨ ସେଲସିୟସ ବୃଦ୍ଧି ପାଇଛି। ୱାର୍ଲ୍ଡ ମେଟ୍ରୋଲୋଜିକାଲ୍ ଅର୍ଗାନାଇଜେସନ୍ ଡବ୍ଲୁଏମ୍ଓ ରିପୋର୍ଟ ଅନୁଯାୟୀ, ତାପମାତ୍ରରେ ରେକର୍ଡ କରିଛି ବର୍ଷ ୨୦୨୧। ସର୍ବୋଚ୍ଚ ତାପମାତ୍ରା ଥିବା ସାତୋଟି ତାପମାତ୍ରା ବର୍ଷ ତାଲିକାରେ ୨୦୨୧ ବର୍ଷ ଯୋଡ଼ି ହୋଇ ଯାଇଛି।

ଭୂତ୍ତ୍ୱବିତଙ୍କ ମତରେ ୨୦୩୦ରୁ ୨୦୫୨ ମସିହା ମଧ୍ୟରେ ବିଶ୍ୱର ତାପମାତ୍ରା ବୃଦ୍ଧି ହେତୁ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଯାହା ବିଗତ ୧୦୦ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧ ଡିଗ୍ରୀ ଫାରେନାଇଟ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସଂଖ୍ୟା ଦୃଷ୍ଟିରୁ ପୃଥିବୀର ତାପମାତ୍ରାରେ ଏହି ପରିବର୍ତ୍ତନ ବହୁତ ଛୋଟ ହୋଇପାରେ, କିନ୍ତୁ ଏହିପରି କୌଣସି ପରିବର୍ତ୍ତନ ମାନବ ଜାତି ଉପରେ ବଡ ପ୍ରଭାବ ପକାଇପାରେ। କୁପୋଷଣ, ମ୍ୟାଲେରିଆ, ଡାଇରିଆ ଆଦି ସମସ୍ୟା ଯୋଗୁ ବର୍ଷକୁ ପ୍ରାୟ ଅଢେଇ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା ରହିଛି।

ଗ୍ଲୋବାଲ୍ କ୍ଲାଇମେଣ୍ଟ ରିସ୍କ ଇଣ୍ଡେକ୍ସ ୨୦୧୮ ଅନୁଯାୟୀ, ଭାରତର ଜଳବାୟୁ ପରିବର୍ତ୍ତନ ହେତୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଦେଶଗୁଡ଼ିକ ତାଲିକାରେ ଭାରତ ରହିଛି। ସେହିପରି ଗ୍ଲୋବାଲ୍ ଜଳବାୟୁ କ୍ଲାଇମେଣ୍ଟ ଇଣ୍ଡେକ୍ସ ୨୦୧୬ ଅନୁଯାୟୀ, ବିପର୍ଯ୍ୟୟପ୍ରବଣ ଦଶଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ଏତେସବୁ ପରେବି ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକ ଏହାର ସମାଧାନ ବାହାର କରିବା ପାଇଁ କୌଣସି ଆନ୍ତରିକତା ଦେଖାଉ ନାହାଁନ୍ତି। ଯାହାକି ଭବିଷ୍ୟତରେ ଜଟିଳ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି।

Climate Change
Advertisment
Advertisment