• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଧାରଣତଃ ପ୍ରାୟ ସମସ୍ତଙ୍କୁ ଭ୍ରମଣ କରିବାକୁ ଭଲଲାଗିଥାଏ । ବିଶ୍ୱରେ ଭ୍ରମଣ ପାଇଁ ଭଳି କି ଭଳି ସ୍ଥାନ ମଧ୍ୟ ରହିଛି । ଦୁନିଆରେ ଅନେକ ରୋମାଞ୍ଚକର ପର୍ଯ୍ୟଟନ ସ୍ଥଳୀ ରହିଛି ଯାହାକୁ ଜୀବନ କାଳ ମଧ୍ୟରେ ଥରେ ପରିଦର୍ଶନ କରିବା ନିହାତି ଆବଶ୍ୟକ । ଏଥିମଧ୍ୟରେ ଭାରତରେ ବି ଏମିତି ଅନେକ ସ୍ଥାନ ରହିଛି ଅଛି ଯାହା ବିଷୟରେ ଜାଣିଲେ ହୁଏତ ଆପଣ ବି ସେଠାକୁ ଯିବାକୁ ଆଗ୍ରହୀ ହେବେ ।

ଆମ ଦେଶରେ କିଛି ଏପରି ସ୍ଥାନ ରହିଛି ଯାହା ଭାରତର ଶେଷ ସ୍ଥାନ ନାମରେ ବେଶ୍‌ ଜଣାଶୁଣା । କେବଳ ଏତିକି ନୁହେଁ ଏହି ସ୍ଥାନ ଗୁଡିକ ଭ୍ରମଣ ପ୍ରିୟ ବ୍ୟକ୍ତିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫଳରେ ଏହା ଦେଶର କୋଣ ଅନୁକୋଣରୁ ଲୋକଙ୍କୁ ଆକର୍ଷିତ କରିପାରୁଛି ।

ତେବେ ଜାଣନ୍ତୁ ଭାରତରେ କେଉଁ ସବୁ ପର୍ଯ୍ୟଟନ ସ୍ଥଳୀ ରହିଛି -

୧. ଭାରତର ଶେଷ ଦୋକାନ 'ହିନ୍ଦୁସ୍ତାନ୍ କି ଅନ୍ତିମ୍ ଦୁକାନ୍'

  • “ହିନ୍ଦୁସ୍ତାନ୍ କି ଅନ୍ତିମ୍ ଦୁକାନ୍”: ଏହି ଦୋକାନର ନାମ ପରି ଦୋକାନ୍‌ଟି ଭାରତର ଶେଷ ଦୋକାନ । ଅର୍ଥାତ୍ ଚାଇନା ସୀମାବର୍ତ୍ତୀ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଇଣ୍ଡୋ-ଚାଇନା ସୀମାରେ ଏହି ଦୋକାନ୍‌ଟି ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୋକାନଟି ନିକଟ ଅଞ୍ଚଳର ଶେଷ ଦୋକାନ ଯାହା ପରଠାରୁ ସୀମା ଆରମ୍ଭ ହୋଇଛି ।
  • ଦି ବେଟର ଇଣ୍ଡିଆ ଦ୍ୱାରା ସେୟାର କରାଯାଇଥିବା ଏକ ଟୁଇଟ୍ ଅନୁଯାୟୀ, ଏହି ଚାହା ଦୋକାନଟି ଚାନ୍ଦ ସିଂ ବାଦୱାଲଙ୍କ ହୋଇଥିବାବେଳେ ୨୫ ବର୍ଷ ପୂର୍ବେ ଏହି ଗାଁରେ ସେ ଉକ୍ତ ଚା’ ଦୋକାନ ଖୋଲିଥିଲେ । ଏହି ଦୋକାନଟି ଚାଇନା ସୀମାଠାରୁ ମାତ୍ର କିଛି ମିଟର ଦୂରର ବ୍ୟବଧାନରେ ଅବସ୍ଥିତ ।

୨. ଭାରତର ଶେଷ ଗାଁ

  • ଉତ୍ତରାଖଣ୍ଡ ଚାମୋଲିରେ ଅବସ୍ଥିତ ମାନା ଗ୍ରାମକୁ 'ଭାରତର ଶେଷ ଗାଁ'ର ମାନ୍ୟତା ଦିଆଯାଇଛି । ବଦ୍ରିନାଥ ସହରରୁ ଏହି ଗାଁ ମାତ୍ର ୩ କିଲୋମିଟର ଦୂରରେ ଥିବା ସରସ୍ୱତୀ ନଦୀ କୂଳରେ ଅବସ୍ଥିତ । ଏହି ଗାଁଟି ବଦ୍ରିନାଥ ନିକଟସ୍ଥ ସର୍ବୋତ୍ତମ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ ସ୍ଥଳୀ ଥିବାବେଳେ ଗାଁଟି ପ୍ରାୟ ୨୩୧୯ ମିଟର ଉଚ୍ଚରେ ଅବସ୍ଥିତ । ହିମାଳୟ ପର୍ବତ ଘେରରେ ଥିବା ଏହି ଗାଁକୁ ଅନେକ ପର୍ଯ୍ୟଟକ ପ୍ରାୟ ମେ’ କିମ୍ୱା ଜୁନରେ ପରିଭ୍ରମଣ ପାଇଁ ଆସିଥାନ୍ତି ।

୩. ଭାରତର ଶେଷ ରାସ୍ତା

  • ଭାରତର ଶେଷ ରାସ୍ତା ଭାବରେ ଧନୁଷକୋଡି ଜଣାଶୁଣା । ଶ୍ରୀଲଙ୍କାଠାରୁ ଧନୁଷକୋଡି ମାତ୍ର ୩୧ କିଲୋମିଟର ଦୂରରେ ରହିଛି । ତାମିଲନାଡୁ ରାଜ୍ୟର ପମ୍ବାନ୍ ଦ୍ୱୀପର ଦକ୍ଷିଣ-ପୂର୍ବ ଦିଗରେ ଥିବା ଏକ ସହରରେ ଧନୁଷକୋଡି ରହିଛି । ଏହା ପମ୍ବାନର ଦକ୍ଷିଣ-ପୂର୍ବରେ ଏବଂ ଶ୍ରୀଲଙ୍କାର ତାଲାମନାନାର ଠାରୁ ପ୍ରାୟ୨୪ କିଲୋମିଟର ଦୂରରେ ଅବସ୍ଥିତ । ୧୯୬୪ ମସିହାରେ ଆସିଥିବା ଏକ ବାତ୍ୟା ଫଳରେ ଏହି ସହରଟି ଧ୍ୱଂସ ହୋଇଯାଇଥିଲା ଯାହା ପରବର୍ତ୍ତୀ ସମୟରେ ବାସହୀନ ହୋଇ ରହିଗଲା ।
  • ଶାସ୍ତ୍ର ଅନୁଯାୟୀ, ଧନୁଷକୋଡି ହେଉଛି ସେହି ସହର ଯେଉଁଠାରେ ପ୍ରଭୁ ରାମଚନ୍ଦ୍ର ପ୍ରଭୁ ହନୁମାନଙ୍କୁ ଏକ ସେତୁ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୪. ଭାରତର ଶେଷ ରେଳ ଷ୍ଟେସନ୍

  • ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ହାବିପୁର ଅଞ୍ଚଳରେ ନିର୍ମିତ ସିଙ୍ଗବାଡ ହେଉଛି ବାଂଲାଦେଶ ସୀମାରେ ଅବସ୍ଥିତ ଭାରତର ସର୍ବ ପୁରାତନ ତଥା ଶେଷ ରେଳ ଷ୍ଟେସନ । ସ୍ୱାଧୀନତା ପୂର୍ବରୁ ନିର୍ମିତ ଏହି ଷ୍ଟେସନ ଆଜି ପର୍ଯ୍ୟନ୍ତ ସେହିପରି ରହିଛି । ଏହି ରେଳ ଷ୍ଟେସନ ପରେ ଭାରତରେ ଅନ୍ୟ କୌଣସି ରେଳ ଷ୍ଟେସନ ନାହିଁ ।

୫. ଭାରତର ଶେଷ ବେଳାଭୂମି

  • କନ୍ୟାକୁମାରୀ ବେଳାଭୂମି ହେଉଛି ଭାରତର ସବୁଠାରୁ ସୁନ୍ଦର ଏବଂ ଶେଷ ବେଳାଭୂମି । ସ୍ଥାନୀୟ ଖାଦ୍ୟ ସହିତ, ଏଠାକାର ମନଲୋଭା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । 
  • ଏହି ସ୍ଥାନଟି ତିନୋଟି ସମୁଦ୍ର ତଥା ଆରବ ସାଗର, ବଙ୍ଗୋପସାଗର ଏବଂ ଭାରତ ମହାସାଗର ମିଳନ ସ୍ଥଳୀ ଅଟେ । ଏହା ଭାରତୀୟ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ।

OTV is now on Whatsapp

Join and get latest news update delivered to you via whatsapp

Join Now