• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାହାଯ୍ୟ କର ସାହାଯ୍ୟ କର . . .. ଶୁଭୁଥିଲା ବିକଳ ଚିତ୍କାର ଆଉ କରୁଣ କାନ୍ଦଣା । ମୃତ୍ୟୁକୁ ସାମ୍ନାରେ ଦେଖି ନିଆଁ ଭିତରକୁ ସାହାଯ୍ୟ କରିବାକୁ ଅନୁରୋଧ କରୁଥିଲେ ନୀରହିତ । ଆଉ ଏହି ସମୟରେ ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ ଜଣେ ପୋଲିସ୍‌ ବାବୁ । ନିଜ ଜୀବନ ପ୍ରତି ଭୟ ନଥାଏ, ପ୍ରଚଣ୍ଡ ନିଆଁ ଭିତରୁ ଜୀବନ ଖୋଜି ଆଣିଲେ ପୋଲିସ୍‌ ବାବୁ । ପରିବାର ସମେତ କୁନି ପୁଅକୁ ନୂଆ ଜୀବନ ଦେଲେ । ରାଜସ୍ଥାନର କରୋଲି ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ନିଆଁର ଆଁ ଭିତରୁ କାନ୍ଧରେ ଜଣେ ନିରୀହ ଶିଶୁକୁ ଧରି କନେଷ୍ଟବଳ ଜଣକ ଦଉଡ଼ି ଆସୁଥିବା ଦେଖିବାକୁ ମିଳୁଛି । କନଷ୍ଟେବଳ ଜଣକ ନିଜ ଜୀବନରେ ଖେଳି ହିଂସାକାଣ୍ଡ ଘଟିଥିବା ଅଞ୍ଚଳରୁ ନିରୀହଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରିଛନ୍ତି । ଆଉ ତାଙ୍କର ସାହସିକତା ତଥା ମାନବିକତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସାରେ ପୋତି ପକାଉଛନ୍ତି ।

ରାଜସ୍ଥାନର କରୋଲିରେ ନବ ସମ୍ବତ୍ସର ଅବସରରେ ଆୟୋଜିତ ହୋଇଥିବା ଏକ ରାଲିରେ ହିଂସାକାଣ୍ଡ ଘଟିଥିଲା । ଧୀରେ ଧୀରେ ସ୍ଥିତି ଅଣାୟତ ହେବା ପରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଚାରିଆଡ଼େ ଖାଲି ନିଆଁ ନିଆଁ ଦେଖିବାକୁ ମିଳୁଥିଲା । ତେବେ ହିଂସା ଏବଂ ଅଗ୍ନିକାଣ୍ଡ ମଧ୍ୟରେ ବିସ୍ଫୋରଣ ହୋଇଥିବା କୋଟ ଅଞ୍ଚଳରେ ଥିବା ଏକ ଦୋକାନରେ ଏକ ନିରୀହ ଶିଶୁ ଏବଂ ଦୁଇଜଣ ମହିଳା ମଧ୍ୟ ଫସି ରହିଥିଲେ । ଜଳୁଥିବା ନିଆଁ ଭିତରେ ଦୁଇ ମହିଳା ଏବଂ ନିଜ କୋଳରେ ଥିବା ନିରୀହକୁ ଧରି ଚିତ୍କାର କରୁଥିଲେ ।

ହେଲେ ନିଆଁର କରାଳ ରୂପ ଦେଖି କେହି ଭିତରକୁ ଯିବାକୁ ସାହସ କରୁନଥିଲେ । ଲୋକଙ୍କ ଚିତ୍କାର ଶୁଣି ନିକଟରେ ମୁତୟନ ଥିବା କନଷ୍ଟେବଲ ନେତ୍ରେଶ ନିଆଁ ଜଳୁଥିବା ସ୍ଥାନକୁ ଦୌଡ଼ିଥିଲେ । ନିଜ ଜୀବନକୁ ଖାତିର ନକରି ନିଆଁକୁ ଧାସ ଦେଇଥିଲେ । ନିରୀହ ଶିଶୁକୁ ଏକ ଚୁନରୀ ଘୋଡ଼ାଇ କୋଳରେ ଧରି ଫିଲ୍ମ ଷ୍ଟାଇଲରେ ନିଆଁ ଭିତରୁ ବାହାରିଥିଲେ । ଦୁଇ ମହିଳାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ ।

ତେବେ ଏହି ଛବି ଦେଖିବା ପରି ଲାଗୁଛି ଯେପରି ଏକ ଫିଲ୍ମ ସୁଟିଂ ହେଉଛି, ଯେଉଁଠି ହିରୋ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦକୁ ଠେଲି ଦେଉଛି । ହେଲେ ରିଲ୍ ହିରୋ ନୁହେଁ ନେତ୍ରେଶ୍ ଏବେ ସତସତିକା ହିରୋ ପାଲଟି ଯାଇଛନ୍ତି । ହିଂସା ମଧ୍ୟରେ ସାହସ ଦେଖାଇଥିବା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି ସୋସିଆଲ ମିଡିଆ ବ୍ୟବହାକାରୀ ।

କନଷ୍ଟେବଲ ନେତ୍ରେଶଙ୍କ ସାହସିକତା ଦେଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ତାଙ୍କୁ ଡକାଇ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ତାଙ୍କର ପଦୋନ୍ନତି କରାଇ କନଷ୍ଟେବଳରୁ ହେଡ କନଷ୍ଟେବଲ କରାଯାଇଛି । ନେଟ୍ରେଶ୍ ୨୦୧୩ରେ ଜଣେ କନଷ୍ଟେବଳ ଭାବରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ କରାଲି ସିଟି ଆଉଟପୋଷ୍ଟରେ ପୋଷ୍ଟ କରାଯାଇଛି ।