ଅବିବାହିତ ମହିଳାଙ୍କୁ ଗର୍ଭପାତରୁ ବଞ୍ଚିତ କରାଯାଇପାରିବ ନାହିଁ। ୨୪ ସପ୍ତାହର ଜଣେ ଅବିବାହିତା ଗର୍ଭବତୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦେବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଅବିବାହିତ ଗର୍ଭବତୀଙ୍କ ଜୀବନକୁ ବିପଦ ନ ଆସି କିଭଳି ସୁରକ୍ଷିତ ଭାବେ ଗର୍ଭପାତ କରିପାରିବେ ଏନେଇ AIIMS ମେଡିକାଲ ବୋର୍ଡକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଖଣ୍ଡପୀଠରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ରାୟ କହିଛନ୍ତି ଯେ ଜଣେ ଅବିବାହିତା ଅବାଞ୍ଛିତ ଗର୍ଭଧାରଣ ଭୋଗିବା ଆତ୍ମା ବିରୁଦ୍ଧ ଅଟେ।
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ୨୦୨୧ ଗର୍ଭପାତ ଆଇନ୍ ସଂଶୋଧନ ପରେ, ଧାରା 3ରେ “ସ୍ୱାମୀ” ପରିବର୍ତ୍ତେ “ସାଥୀ” ଶବ୍ଦ ବ୍ୟବହାର କରେ।ଏହି ନିୟମ ଅନୁଯାୟୀ ଅବିବାହିତା ମହିଳାଙ୍କୁ ଇଚ୍ଛାଧିନ ନିଷ୍ପତ୍ତି ପାଇଁ ଆଇନଗତ ଉଦ୍ଦେଶ୍ୟ ଦର୍ଶାଉଛି। ସର୍ବୋଚ୍ଚ କୋର୍ଟ AIIMS ନିର୍ଦ୍ଦେଶକଙ୍କୁ MTP ଆକ୍ଟର ବ୍ୟବସ୍ଥା ଅନୁଯାୟୀ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ କହିଥିଲେ ଏବଂ ଯଦି ବୋର୍ଡ ସିଦ୍ଧାନ୍ତ ନେଇଥାଏ ଯେ ଆବେଦନକାରୀଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥାଇ ଗର୍ଭସ୍ଥ ଶିଶୁକୁ ଗର୍ଭପାତ କରାଯାଇପାରିବ, ତେବେ AIIMS ଏହାକୁ କାର୍ଯ୍ୟକାରୀ କରିବା ଉଚିତ।
ପ୍ରକାଶଥାଉକି ଗର୍ଭପାତ ଆଇନ ଆଇନ୍-୨୦୦୩ର ୩ବି-ନିୟମକୁ ଚାଲେଂଜ କରିଥିଲେ ଆବେଦନକାରୀ। ଯାହା ଏହି ନିୟମ କେବଳ ନିର୍ଦ୍ଦିଷ୍ଟ ବର୍ଗର (୨୦ରୁ ୨୪ ସପ୍ତାହ) ଗର୍ଭବତୀଙ୍କ ପାଇଁ ଅନୁମତି ରହିଛି। ୨୦୦୩ର ମେଡିକାଲ୍ ଟର୍ମିନେସନର ନିୟମ 3Bକୁ ଚ୍ୟାଲେଞ୍ଜ କରିଥିଲେ, ଯାହାକି କେବଳ କିଛି ବର୍ଗର ମହିଳାମାନଙ୍କୁ ୨୦ ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ଦେଇଥାଏ। ଆବେଦନକାରୀ କୋର୍ଟକୁ ନିବେଦନ କରିଥିଲେ ଯେ ସେ ଅବିବାହିତା ଓ ତାଙ୍କର ସାଥୀ ବିବାହ କରିବାକୁ ମନା କରିଦେଇଛନ୍ତି। ଏଭଳି ସ୍ଥିତିରେ ତାଙ୍କ ଗର୍ଭରେ ଥିବା ପିଲାକୁ ଜନ୍ମ ଦେଇପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଇଥିଲେ।
ସେ ଆହୁରି କହିଥିଲେ ଯେ ପିଲାକୁ ଜନ୍ମ ଦେବାପରେ ସେ ମାନସିକ ଚିନ୍ତାରେ ରହିବେ। ସେ ବି ଏ ଗ୍ରାଜୁଏଟ୍, ଚାକିରି କରିନଥିବାରୁ ପିଲାର ଭବିଷ୍ୟତ ଦେଖିବାରେ ଅସମର୍ଥ ହେବେ। ସେ ଜଣେ ମା ଭାବେ ପ୍ରସ୍ତୁତ ନାହାନ୍ତି, ଗର୍ଭଧାରଣ ତାଙ୍କୁ ମାନସିକ ଆଘାତ ଦେଉଥିବା ଆବେଦନରେ ଦର୍ଶାଇଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଶେଷରେ ୨୪ ସପ୍ତାହ ଥିବା ଜଣେ ଅବିବାହିତା ଗର୍ଭବତୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।