/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649749124.jpg)
BJP MLA’s Car Attacked Near Bolangir-Sambalpur NH; PSO, Driver Injured
ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ବଲାଙ୍ଗିର-ସମ୍ବଲପୁର NH-୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ ଢେଲାମାଡ କରିଛନ୍ତି । ପଥର ମାଡ଼ରେ ବିଧାୟକଙ୍କ PSO ଓ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି । ଉଭୟଙ୍କୁ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଡିର ପଛ ସିଟରେ ବସିଥିବାରୁ ବିଧାୟକ ମୁକେଶ ମହାଲିଙ୍ଗ ସୁରକ୍ଷିତ ଥିବା ସୂଚନା ମିଳିଛି ।
ଆଜି ମୁକେଶ ମହାଲିଙ୍ଗ ବାଦିବାହାଲ ଗାଁରେ ଏକ କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ଆସି ବିଧାୟକଙ୍କ ଗାଡ଼ି ସାମ୍ନାରେ ବାଇକ୍ ରଖି ଦେଇଥିଲେ । ଏହା ଦେଖିବା ପରେ ପିଏସ୍ଓ ଗାଡ଼ିରୁ ଓହ୍ଲାଇ ବିଧାୟକଙ୍କ ଗାଡ଼ି ହୋଇଥିବାରୁ ରାସ୍ତା ଛାଡ଼ି ଦେବାକୁ କହିଥିଲେ । ହେଲେ ସେହି ଦୁଇ ଜଣ ଯୁବକ ପିଏସ୍ଓଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଏହା ଦେଖି ଡ୍ରାଇଭର ଗାଡ଼ିରୁ ବାହାରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଦୁଇ ଯୁବକ । ସେମାନଙ୍କ ଆକ୍ରମଣରେ ବିଧାୟକଙ୍କ ପିଏସ୍ଓ ଓ ଡ୍ରାଇଭର ତଳେ ପଡ଼ି ଯାଇଥିଲେ ।
ଜଣକର ମୁହଁରେ ଷ୍ଟିଚ୍ ପଡ଼ିଥିବା ବେଳେ ଆର ଜଣକ ମଧ୍ୟ ଆହତ ହୋଇଛନ୍ତି । ପିଏସ୍ଓ ଓ ଡ୍ରାଇଭରଙ୍କ ଉପରେ ଆକ୍ରମଣକୁ ଦେଖି ବିଧାୟକ ନିଜେ ଗାଡ଼ିରୁ ବାହାରିଥିଲେ । ତାଙ୍କୁ ଦେଖି ଜଣେ ଯୁବକ ମାଡ଼ ଆସିଥିଲା ତାକୁ ମୁକେଶ ପଚାରିଥିଲେ, ମତେ ଚିହ୍ନିଛୁ କି ନାହି । ଏହା ପରେ ସେହି ଯୁବକ ନିଜ ସହଯୋଗୀ ସହିତ ସେଠାରୁ ପଳାୟନ କରିଥିବା କହିଛନ୍ତି ବିଧାୟକ । ବର୍ତ୍ତମାନ ପିଏସ୍ଓ ଏବଂ ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡ଼ିଛି । ବିଧାୟକ ନିଜେ ମଧ୍ୟ ସୁରକ୍ଷିତ ଅଛନ୍ତି ।
କିଭଳି ଦିନ ଦି ପହରରେ ସବୁଆଡ଼େ ଦୋକାନ ବଜାର ଖୋଲା ଥିବା ବେଳେ କିପରି ଦୁଇ ଜଣ ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ସାହାସ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ । ଏହି ଘଟଣାକୁ ନିନ୍ଦା କରିବା ସହିତ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି । ଆଇଆଇସି ତୁରନ୍ତ ସେଠାରେ ପହଞ୍ଚି ତନାଘନା କରୁଛି । ତେବେ ଏହା ପଛରେ ରାଜନୈତିକ ଶତ୍ରୁତା ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)