Advertisment

ଠାବ ହେଲା ବିରଳ ପ୍ରଜାତିର ଧଳା କଙ୍ଗାରୁ

ନିକଟରେ ଜଣେ ମହିଳା ଏକ ଧଳା କଙ୍ଗାରୁକୁ ଦେଖିଛନ୍ତି । ଯାହାକୁ ଦେଖି ସେ ନିଜେ ବି ବିଶ୍ୱାସ କରିପାରିଲେ ନାହିଁ । ସେ କେବଳ ଏହି କଙ୍ଗାରୁକୁ ଦେଖିନଥିଲେ ତାର କିଛି ଫଟୋ ମଧ୍ୟ ନିଜ କ୍ୟାମେରାରେ କଏଦ୍‌ କରିଛନ୍ତି । ଯାହାକୁ ଆପଣ ବି ନିଜ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।

author-image
Otv Khabar Bureau
Rare white Kangaroo spotted in Australia, check out these PICS

Rare white Kangaroo spotted in Australia, check out these PICS

ନିକଟରେ ଜଣେ ମହିଳା ଏକ ଧଳା କଙ୍ଗାରୁକୁ ଦେଖିଛନ୍ତି । ଯାହାକୁ ଦେଖି ସେ ନିଜେ ବି ବିଶ୍ୱାସ କରିପାରିଲେ ନାହିଁ । ସେ କେବଳ ଏହି କଙ୍ଗାରୁକୁ ଦେଖିନଥିଲେ ତାର କିଛି ଫଟୋ ମଧ୍ୟ ନିଜ କ୍ୟାମେରାରେ କଏଦ୍‌ କରିଛନ୍ତି । କିଛି କ୍ଷଣ ମଧ୍ୟରେ ହିଁ ଫଟୋଟି ବେଶ୍ ଭାଇରାଲ ହୋଇଗଲା ।

Advertisment

ଅଷ୍ଟ୍ରେଲିଆ ନିବାସୀ ସାରା କିନୋନ୍‌ ନାମକ ଜଣେ ମହିଳା ବୁଲିବାକୁ ଯାଇଥିବା ସମୟରେ ଅଷ୍ଟ୍ରେଲିଆର ଆଉଟ୍‌ବ୍ୟାକ୍ କ୍ୟୁଇନ୍ସଲ୍ୟାଣ୍ଡରେ ଏକ ଧଳା କଙ୍ଗାରୁକୁ ଦେଖିଛନ୍ତି ।

ଏନେଇ ମହିଳା ଜଣକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ‘ମୁଁ ମୋର ସ୍ୱାମୀଙ୍କ ସହ ବାହାରକୁ ଯାଇଥିଲି ସେଠାରୁ ଘରକୁ ଫେରିବା ସମୟରେ ଏକ ଧଳା କଙ୍ଗାରୁକୁ ଦେଖିଥିଲୁ’ ।

Advertisment

ଏହାସହ ସେ କହିଛନ୍ତି ‘ଧଳା କଙ୍ଗାରୁକୁ ଦେଖିବା ଆମ ପାଇଁ ଅବିଶ୍ୱସନିୟ ଥିଲା । କଙ୍ଗାରୁଟି ସତେ ଯେପରି ଧଳା କାଗଜ ପରି ଧଳା ଦେଖାଯାଉଥିଲା । ସେ ଦୃତ ଗତିରେ ଦୈଡୁ ଥିବାରୁ ଆମେ ତାକୁ ଅଧିକ ସମୟ ଦେଖିପାରିନଥିଲୁ । ସେହି ସମୟରେ ମୁଁ କେବଳ ମୋ କ୍ୟାମେରାରେ ତାର କିଛି ଦୃଶ୍ୟକୁ କଏଦ କରିଦେଲି’ ।

ସୂଚନା ଅନୁସାରେ, ଆଉଟବ୍ୟାକ ପିୟୋନିଅର୍ସ ନାମକ ଏକ ଫେସବୁକ ପେଜରେ ଏହି ଧଳା କଙ୍ଗାରୁର ଫଟୋ ସେୟାର କରାଯାଇଛି ।

ସେୟାର ହୋଇଥିବା ଏହି ପୋଷ୍ଟକୁ ପ୍ରାୟ ୨୦୦୦ଥର ସେୟାର କରା ଯାଇଥିବାବେଳେ ଥେିରେ ୮୦୦ରୁ ଉର୍ଦ୍ଧ୍ୱ କମେଣ୍ଟ ଆସିଛି । ତେବେ ବିରଳ ପ୍ରଜାତିର ଏହି କଙ୍ଗାରୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

White Kangaroo
Advertisment
Advertisment