• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଟ୍ୟୁବ୍‌ରୁ ମଦ ତିଆରି କୌଶଳ ଶିଖି ହସ୍ପିଟାଲରେ ନାବଳକ । କେରଳର ଥିରୁବନନ୍ତପୁରମରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ୧୨ ବର୍ଷର ବାଳକ ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ମଦ ପ୍ରସ୍ତୁତ କରି ନିଜ ସ୍କୁଲ ସାଙ୍ଗକୁ ଦେଇଥିଲା । ଦୁଇ ସିପ୍ ମଦ୍ୟପାନ କରିବା ପରେ ତା’ର ବନ୍ଧୁ ଅସୁସ୍ଥ ହୋଇପଡ଼ିବା ସହ ବାନ୍ତି କରିବା ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ବୋଲି କୁହାଯାଉଛି ।

ଶୁକ୍ରବାର ଏକ ସରକାରୀ ବିଦ୍ୟାଳୟରେ ଏପରି ଘଟଣା ଘଟିଛି । ପୋଲିସ୍‌ ପଚରାଉଚରା କରିବା ପରେ ମଦ ତିଆରି କରିଥିବା କଥା ସ୍ୱୀକାର କରିଛି ଛାତ୍ର । ସଂପୃକ୍ତ ନାବାଳଙ୍କ ବାପାମା’ ଘର ପାଇଁ କିଛି ଅଙ୍ଗୁର କିଣି ଆଣିଥିଲେ । ଆଉ ସେହି ଅଙ୍ଗୁର ବ୍ୟବହାର କରି ସେ ମଦ ତିଆରି କରିଥିଲେ । ତେବେ ମଦ ତିଆରି କରିବା ପାଇଁ କୌଣସି ପ୍ରକାର ଅନ୍ୟ ମାଦକଦ୍ରବ୍ୟ ବ୍ୟବହାର କରିନଥିବା ସେ କହିଛନ୍ତି । ୟୁଟ୍ୟୁବ୍ ଭିଡିଓ ଦେଖି ସେ ଅଙ୍ଗୁରରୁ ତିଆରି କରିଥିଲା, ଆଉ ତା’ପରେ ମଦକୁ ମାଟି ତଳେ ପୋତି ଦେଇଥିଲେ ।

ପୋଲିସ ଅନୁସାରେ ନାବାଳକଙ୍କ ମା ଜାଣିଥିଲେ ପୁଅ ମଦ ତିଆରି କରିବା ପାଇଁ ଚେଷ୍ଟା କରୁଛି । ହେଲେ ସେ ଏକଥାକୁ ଗମ୍ଭୀରତାର ସହ ନେଇନଥିଲେ । ବର୍ତ୍ତମାନ ପୋଲିସ ବୋତଲରୁ ମଦ ନମୁନା ସଂଗ୍ରହ କରିଛି । ଏହାପରେ କୋର୍ଟଙ୍କ ଅନୁମତି ମଦ ନମୁନାକୁ ରାସାୟନିକ ପରୀକ୍ଷା ପାଇଁ ପଠାଇଛି ।

ଫଳ ରସରେ ନାବାଳକ ଜଣକ ଯଦି ଅନ୍ୟ କୌଣସି ପ୍ରକାଶ ନିଶାଦ୍ରବ୍ୟ ମିଶାଇ ଥାଆନ୍ତି, ତେବେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ଏହି ମାମଲା ସହ ଜଡିତ ଆଇନଗତ ପରିଣାମ ସମ୍ପର୍କରେ ନାବାଳକର ବାପାମା’ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୋଲିସ ସୂଚନା ଦିଆଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now