/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709380245.jpg)
Extreme Poverty
ଅତି ଗରିବୀ ସୀମାରେଖାରୁ ନିଜକୁ ମୁକ୍ତ କରିଛି ଭାରତ। ଅତି ଗରିବୀ ଅନୁପାତରେ ବଡ଼ ଧରଣର ପରିବର୍ତ୍ତନ ଆସିଛି । ଲୋକେ ଏବେ ନିଜର ଘରୋଇ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେଉଛନ୍ତି । ଘରୋଇ ଉତ୍ପାଦର ଉପଭୋକ୍ତାଙ୍କ ସଂଖ୍ୟା ମଧ୍ୟ ବଢିଛି । ଲୋକଙ୍କ ମଧ୍ୟରେ ସାମଗ୍ରୀ କ୍ରୟ କରିବାର କ୍ଷମତା ବଢିଛି। ଆମେରିକାର ଗବେଷଣା ସଂସ୍ଥା ବ୍ରୁକିଂସ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।
ଅର୍ଥନୀତି ବିଶେଷଜ୍ଞ ସୁରଜିତ ଭଲ୍ଲା ଓ କରନ ଭାସିନ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ଗତ ୧୦ ବର୍ଷରେ ଗରିବୀ କମାଇବାରେ ବଡ଼ ସଫଳତା ପାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଠିକ ବିନିଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛି ବ୍ରୁକିଂସ । ପ୍ରକୃତ ଗରିବ ଚିହ୍ନଟ କରିବା ଓ ସେମାନଙ୍କ ନିକଟରେ ସରକାରୀ ସାହାଯ୍ୟ ପହଞ୍ଚାଇବା ଯୋଗୁଁ ଏହା ସଫଳ ହୋଇପାରିଛି ।
ଭାରତରେ ଏବେ ଅତି ଗରିବ ସଂଖ୍ୟା ୩ ପ୍ରତିଶତ ରହିଛି । ଏଥିସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅସମାନତା ଦୂର ହୋଇପାରିଛି । ୨୦୧୯ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଗ୍ରାମାଞ୍ଚଳରେ ୧୬.୮ ପ୍ରତିଶତ ଲୋକ ପାଇପ ପାଣି ପିଉଥିଲେ । ଏବେ ଏହା ୭୪.୭ ପ୍ରତିଶତରେ ପହଞ୍ଚିଛି ବୋଲି ବ୍ରୁକିଂସ ରିପୋର୍ଟରେ କୁହାଯାଇଛି । ଶୁଦ୍ଧ ପିଇବା ପାଣି ଯୋଗୁଁ ଲୋକେ କମ୍ ରୋଗରେ ପଡ଼ୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)