• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ୍ ହାତରେ ଧରାପଡ଼ିଲା ବିଧାୟକଙ୍କ ଟଙ୍କା ଭର୍ତ୍ତି କାର । ପୁଳାପୁଳା ଟଙ୍କା ସହ ଅଟକ ତିନି କଂଗ୍ରେସ ବିଧାୟକ । ପଶ୍ଚିମବଙ୍ଗ ପୋଲିସ ଝାଡଖଣ୍ଡର ୩ ବିଧାୟକଙ୍କ ଠାରୁ ବିପୁଳ ପରିମାଣର କ୍ୟାସ୍‌ ଜବତ କରିଛି । ସେମାନଙ୍କ ଠାରୁ ଏତେ ପରିମାରଣ ମିଳିଛି ଯେ ଗଣିବା ପାଇଁ ଏକ ମେସିନ୍ ଡକାଯାଇଛି । କଂଗ୍ରେସ ବିଧାୟକଙ୍କ ଟୟୋଟା ପର୍ଚୁନର୍‌ କାର୍‌ରୁ ବିଡା ବିଡା ଟଙ୍କା ଜବତ କରିବା ପରେ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ୍।

ଜାମତରା ବିଧାୟକ ଇରଫାନ ଅନସାରୀ, ଖିଜରି ବିଧାୟକ ରାଜେଶ କଚ୍ଚାପ ଏବଂ କୋଲେବିରା ବିଧାୟକ ନମନ ଭିକ୍ସେଲଙ୍କ ଠାରୁ ନଗଦ ଟଙ୍କା ଜବତ କରାଯାଇଛି । ଏହି ତିନିଜଣ ଝାଡ଼ଖଣ୍ଡର କଂଗ୍ରେସର ନେତା । ଶନିବାର ରାତିରେ ତିନି କଂଗ୍ରେସ ବିଧାୟକ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଅଭିମୁଖେ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ଗାଡି ଅଟକାଇ ଯାଞ୍ଚ କରିଥିଲା । ଏହି ସମୟରେ ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି ।

ତେବେ ଏତେ ଟଙ୍କା ଦେଖିବା ପରେ ପୋଲିସ୍‌ର ବି ଆଖି ଖୋସି ହୋଇଯାଇଥିଲା । ଗାଡ଼ି ଭର୍ତ୍ତି ଟଙ୍କାକୁ ମଣିଷ ଗଣିବା ସମ୍ଭବପର ନହେବାରୁ ମେସିନ୍‌ ଆଣି ଗଣାହେଉଛି । ଟଙ୍କା ଗଣା ହେବା ପରେ କେତେ ଟଙ୍କା ଜବତ ହୋଇଛି ଜଣାପଡ଼ିବ ।

ପୋଲିସ୍‌ ସୂଚନା ଅନୁସାରେ ବିଧାୟକ ମାନଙ୍କୁ ପଚରାଉଚରା କରାଯାଉଛି । ଏହି ଟଙ୍କା କେଉଁଠୁ ଆସିଲା ଏବଂ କେଉଁଠିକୁ ନିଆଯାଉଥିଲା, ବିଧାୟକଙ୍କୁ ପ୍ରଶ୍ନ କରୁଛି ପୋଲିସ୍ ।