• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଜନତାଙ୍କ ଉପରେ ଟିକସ ବୋଝ ଲଦିଲେ ସରକାର ।  ଘରଭଡ଼ା ଉପରେ ଲାଗିବ ଜିଏସ୍‌ଟି । ନୂଆ ନିୟମ ଅନୁସାରେ ଆବାସିକ ସମ୍ପତ୍ତି ଭଡ଼ାରେ ନେଲେ ଭଡ଼ାଟିଆଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏହି ନିଷ୍ପତ୍ତି ଗତ ମାସ ଜୁଲାଇ ୧୮ରୁ ଲାଗୁ ହୋଇଛି । ତେବେ ସବୁ ଭଡ଼ାଟିଆଙ୍କ ଠାରୁ ଜିଏସଟି ଆଦୟ କରାଯିବ ନାହିଁ । କେବଳ ବ୍ୟବସାୟ ଉଦ୍ଦେଶ୍ୟରେ ନିଆ ଯାଉଥିବା ଘରଭଡ଼ା ଉପରେ ଜିଏସଟି ଲାଗିବ। ଯେଉଁମାନେ ବ୍ୟବସାୟ ପାଇଁ ଘର ଭଡ଼ାରେ ନେଇଛନ୍ତି ତଥା ଜିଏସଟି ଦେୟ ବର୍ଗ ଅଧୀନରେ ଅଛନ୍ତି, ସେମାନଙ୍କ ଠାରୁ ହିଁ ଟିକସ ଦେବାକୁ ପଡିବ ।

ପ୍ରାଇଭେଟ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲେ ସେମାନଙ୍କୁ ବାଦ ଦିଆଯିବ । ରିଜର୍ଭ ଚାର୍ଜ ମେକାରନିଜିମ ଅଧୀନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଘର ମାଲିକ କିମ୍ବା ଜମି ମାଲିକଙ୍କୁ ଏହି ଜିଏସଟି ଦେବାକୁ ପଡ଼ିବନି। ଯେଉଁମାନେ ଆବାସିକ ସମ୍ପତ୍ତି ଭଡା କିମ୍ବା ବ୍ୟବସାୟ ପାଇଁ ଲିଜ୍ ନେଇଛନ୍ତି, ସେମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ସେହିପରି ଯେଉଁମାନେ ରେସିଡେନସିଆଲ ପ୍ରପର୍ଟିକୁ ଗେଷ୍ଟ ହାଉସ୍‌ ତଥା କର୍ମଚାରୀଙ୍କ ରହିବା ପାଇଁ ବ୍ୟବହାର କରନ୍ତି ତାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ । କର୍ମଚାରୀମାନଙ୍କୁ ମାଗଣା ଆବାସ ପ୍ରଦାନ କରୁଥିବା କମ୍ପାନୀ ଗୁଡିକର ଖର୍ଚ୍ଚ ବୃଦ୍ଧି ହେବ ।

ପୂର୍ବ ନିୟମ ଅନୁସାରେ , ଅଫିସ୍‌ କିମ୍ଭା ରିଟେଲ୍‌ ସ୍ପେସ୍‌ ପରି ସ୍ଥାନରେ ଘର ଭଡ଼ା ଲିଜ୍‌ରେ ନେଲେ ଜିଏସଟି ଦେବାକୁ ପଡ଼ୁଥିଲା । ଆବାସିକ ସମ୍ପତ୍ତିକୁ କୌଣସି କର୍ପୋରେଟ୍ ହାଉସ୍ କିମ୍ବା କୌଣସି ସାଧାରଣ ଭଡ଼ାଟିଆ ଭଡ଼ାରେ ନେଲେ ଜିଏସଟି ଦେବାକୁ ପଡ଼ୁନଥିଲା ।

କାରବାର ଉପରେ ଆଧାରିତ ହେବ ଜିଏସଟି

ନୂତନ ଜିଏସଟି ନିୟମ ଅନୁଯାୟୀ, ପଞ୍ଜୀକୃତ ଭଡ଼ାଟିଆ ବର୍ଗରେ ସମସ୍ତ ସାଧାରଣ ଏବଂ କର୍ପୋରେଟ୍ ସଂସ୍ଥା ଅନ୍ତର୍ଭୁକ୍ତ ହେବେ । ବାର୍ଷିକ ଟର୍ଣ୍ଣଓଭର ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ହେଲେ ମାଲିକ ଜିଏସଟି ପଞ୍ଜିକରଣ କରାଇବା ବାଧ୍ୟତାମୂଳକ ଅଟେ । ନିର୍ଦ୍ଧାରିତ ସୀମା ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟବସାୟ ଉପରେ ନିର୍ଭର କରେ । ଦ୍ରବ୍ୟ ଓ ସେବା କର ତଥା ଜିଏସଟି ପ୍ରଦାନ କରୁଥିବା ମାଲିକଙ୍କ ପାଇଁ ବାର୍ଷିକ ଆୟ ସୀମା ରହିଛି ୨୦ ଲକ୍ଷ ଟଙ୍କା । ସେହିପରି ସାମଗ୍ରୀ ବିକ୍ରୟ କିମ୍ବା ଯୋଗାଣ କରୁଥିବା ବ୍ୟବସାୟୀଙ୍କ ପାଇଁ ଏହି ସୀମା ହେଉଛି ୪୦ ଲକ୍ଷ ଟଙ୍କା ।