Advertisment

ଭବିଷ୍ୟବାଣୀ- ଭାରତ ସମେତ ୩ ଦେଶକୁ ଆସିପାରେ ଏହି ବଡ଼ ବିପଦ !

ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Massive Earthquake In India

Earthquake Will Occur In India Afghanistan And Pakistan Predicts Dutch Researcher

ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି। ଗବେଷକ ଫ୍ରାଙ୍କ୍‌ ହୁଗ୍‌ବିଟ୍ସ (Frank Hoogerbeets)ଙ୍କ ଭବିଷ୍ୟବାଣୀ ଅନୁସାରେ, ଭାରତ ସମେତ ଆଫଗାନିସ୍ତାନ ଓ ପାକିସ୍ତାନର ଆଖପାଖରେ ବଡ଼ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇପାରେ। ତୁର୍କୀରେ ଭୂକମ୍ପ ନେଇ ହୁଗ୍‌ବିଟ୍ସଙ୍କ ଭବିଷ୍ୟବାଣୀ ସତ ହେବା ପରେ ପୁଣି ତାଙ୍କର ଏଭଳି ଭବିଷ୍ୟବାଣୀକୁ ନେଇ ଚିନ୍ତା ପ୍ରକଟ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ତୁର୍କୀରେ ସ୍ଥିତି ହାହାକାର: ପେଟ ପାଇଁ ଦାନା ନାହିଁ, ମୁଣ୍ଡ ଉପରେ ଛାତ ନାହିଁ

ତୁର୍କୀରେ ଗତ ଫେବୃଆରୀ ୬ରେ ଭୂକମ୍ପ ହୋଇଥିବା ବେଳେ ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ଫେବୃଆରୀ ୩ରେ ଫ୍ରାଙ୍କ୍‌ ହୁଗ୍‌ବିଟ୍ସ ଭବିଷ୍ୟବାଣୀ କରିଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ, ତୁର୍କୀ ଓ ସିରିୟାରେ ୭.୫ ତୀବ୍ରତାର ଭୂକମ୍ପ ଆସିପାରେ। ହେଲେ ସେହି ସମୟରେ ଲୋକମାନେ ତାଙ୍କର ଏହି କଥାକୁ ଗୁରୁତ୍ୱର ସହ ନେଇ ନଥିଲେ। ଯେତେବେଳେ ୩ ଦିନ ପରେ ତାଙ୍କର ଏହି ଭବିଷ୍ୟବାଣୀ ସତ ହୋଇଥିଲା ଲୋକମାନେ ତାଙ୍କ କଥାକୁ ମନେ ପକାଇଥିଲେ। ଏହି ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଓ ସିରିୟା ଛାରଖାର ହୋଇଯାଇଛି। ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା

Advertisment

ଗ୍ରହ ଚଳନକୁ ଆଧାର କରି ହୁଗ୍‌ବିଟ୍ସ ଭୂକମ୍ପର ଭବିଷ୍ୟବାଣୀ କରିଥାନ୍ତି ବୋଲି ଜଣାପଡ଼ିଛି। ସେ ସୋଲାର୍‌ ସିଷ୍ଟମ ଜ୍ୟୋମେଟ୍ରି ସର୍ଭେ (SSGEOS) ପାଇଁ କାମ କରୁଛନ୍ତି। SSGEOS ଏକ ରିସର୍ଚ୍ଚ ସଂସ୍ଥା, ଯାହାକି ଭୂକମ୍ପର ଗତିବିଧିକୁ ଅନୁମାନ ଲଗାଇବା ପାଇଁ ମହାକାଶୀୟ ବସ୍ତୁ ଉପରେ ନଜର ରଖିଥାଏ। ତେବେ ହୁଗ୍‌ବିଟ୍ସଙ୍କ ଦାବିକୁ ନେଇ ଅନେକ ବୈଜ୍ଞାନିକମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ହେଲେ ହୁଗ୍‌ବିଟ୍ସ କହିଛନ୍ତି, ଭୂକମ୍ପର ୩ ଦିନ ପୂର୍ବରୁ ଏହାର ପୂର୍ବାନୁମାନ ନେଇ ଏକ ଟ୍ୱିଟ୍‌ କରିଥିଲି। କାରଣ ଏହା ଉପରେ ମୁଁ ଅଧିକ ରିସର୍ଚ୍ଚ କରିଥିଲି। ରିସର୍ଚ୍ଚରୁ ଜଣାପଡ଼ିଥିଲା, ତୁର୍କୀରେ ବଡ଼ ଧରଣର ଭୂକମ୍ପ ଆସିପାରେ। ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ଲୋକଙ୍କ ପାଇଁ ଚେତାବନୀ ଜାରି କରିବାକୁ ଚାହିଁଥିଲି। ହେଲେ ଜଣାନଥିଲା ଭବିଷ୍ୟବାଣୀର ୩ ଦିନ ପରେ ବଡ଼ ଧରଣର ଭୂକମ୍ପ ଆସିବ। 

ଆଉ ଏବେ ଆଫଗାନିସ୍ତାନ, ପାକିସ୍ତାନ, ଭାରତ ସମେତ ଭାରତ ମହାସାଗର ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଆସିପାରେ ବୋଲି ହୁଗ୍‌ବିଟ୍ସ ଭବିଷ୍ୟବାଣୀ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଭୂକମ୍ପ ଆଫଗାନିସ୍ତାନରୁ ଆରମ୍ଭ ହୋଇ ଭାରତ ମହାସାଗର ପର୍ଯ୍ୟନ୍ତ ଯିବ ନା ନାହିଁ। ଏମିତି ବି ହୋଇପାରେ ଏହି ଭୂକମ୍ପ ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ଭଳି ଭାରତ ଉପରେ ଏହାର ପ୍ରଭାବ ପଡ଼ିପାରେ। ହେଲେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ିନି।

Earthquake
Advertisment
Advertisment