• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗ୍ରୀଷ୍ମର ପ୍ରବଳ ରୌଦ୍ର୍ୟତାପ ଭିତରେ ଅଟୋ ଉପରେ ବଗିଚା । ଅଟୋ ଭିତର ଲାଗୁଛି ଥଣ୍ଡା ଥଣ୍ଡା କୁଲ୍ କୁଲ୍। ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ ଯୋଗୁ ଗରମରୁ ରକ୍ଷା ପାଉଛନ୍ତି ଯାତ୍ରୀ । ଅଟୋ ଗଡିଲା ବେଳେ ଦେଖିବାକୁ ମିଳେ ସତେ ଯେମିତି ଚାଲୁଛି ପାର୍କ । ତେବେ ଏପରି ଅଟୋରେ ବସିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହୋଇଯାଇଛି । କାରଣ ଏଥିରେ ଭ୍ରମଣ ସହିତ ପାର୍କର ମଜା ଏକାବେଳେ ଉଠାଇ ହେଉଛି ।

ଦିଲ୍ଲୀର ଅଟୋ ଡ୍ରାଇଭର ମହେନ୍ଦ୍ର କୁମାର ଏହି ନିଆରା ବଗିଚା କରିଛନ୍ତି । କୁହାଯାଏ ଅସୁବିଧା ସବୁବେଳେ ନୂଆ ରାସ୍ତା ଦେଖାଏ । ସେଇଥି ପାଇଁ ଗରମରୁ ବର୍ତ୍ତିବା ପାଇଁ ଅଟୋକୁ ଏଭଳି ରୂପରେ ସଜାଇଛନ୍ତି ମହେନ୍ଦ୍ର। ଦୀର୍ଘ ୨୫ ବର୍ଷ ଦିଲ୍ଲୀରେ ଅଟୋ ଚଳାଇ ଆସୁଛନ୍ତି ମହେନ୍ଦ୍ର। ଯାତ୍ରୀଙ୍କୁ ଗରମରୁ ମୁକ୍ତି ଦେବାକୁ ନିଜ ଅଟୋ ଛାତ ଉପରେ ବଗିଚା କରିଛନ୍ତି। ଏଥିଯୋଗୁ ପ୍ରବଳ ଗରମ ବେଳେ ମହେନ୍ଦ୍ର ଗଛ ତଳେ ନ ବସି ଅଟୋରେ ବିଶ୍ରାମ ନେଇ ପାରୁଛନ୍ତି। ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ମୁକ୍ତି ଦେବାକୁ ଜଣେ ଅଟୋ ଡ୍ରାଇଭରଙ୍କ ଏଭଳି ଉଦ୍ୟମକୁ ଅନେକ ପ୍ରଶଂସା କରୁଛନ୍ତି।

ପ୍ରାୟ ଦୁଇ ବର୍ଷ ତଳେ ଖରାଦିନେ ମହେନ୍ଦ୍ରଙ୍କ ମୁଣ୍ଡକୁ ଆସିଥିଲା ଏଭଳି ଚିନ୍ତାଧାରା। ସେତେବେଳେ ସେ ନିଜ ଅଟୋରେ ଛୋଟ ଗଛ ଲଗାଇବା ଆରମ୍ଭ କରି ଦେଇଥିଲେ। ପ୍ରଥମେ କିଛି ଘାସ ଓ ଛୋଟ ଗଛ ଲଗାଇଥିଲେ। ଏବେ ଅଟୋ ଛାତ ଉପରକୁ ଏକ ମିନି ବଗିଚାରେ ପରିଣତ କରି ଦେଇଛନ୍ତି। ଅଟୋ ଉପରେ ଟମାଟୋଠାରୁ ଆରମ୍ଭ କରି ମକା ଭଳି୨୩ ପ୍ରକାର ଗଛ ଲଗାଇଛନ୍ତି। କିଛି ଫୁଲ ଗଛ ମଧ୍ୟ ଅଟୋ ଉପରେ ଦେଖିବାକୁ ମିଳୁଛି।ଯଦି କେବେ ଆପଣ ରାଜଧାନୀ ଦିଲ୍ଲୀ ଯାଆନ୍ତି, ତେବେ ମହେନ୍ଦ୍ରଙ୍କ ଅଟୋର ମଜା ଉଠାଇବାକୁ କେବେ ହେଲେ ଭୁଲିବେ ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now