• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତୁତି । ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ବୈଠକ ପରେ ସେ କହିଛନ୍ତି, ଭଗବାନ କରନ୍ତୁ ବାତ୍ୟା ନହେଉ । ତଥାପି ସମସ୍ତ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ । ବିଭିନ୍ନ ସ୍ଥାନକୁ ବିଭିନ୍ନ ଅଫିସର ମାନଙ୍କ ପଠାଯାଇଛି । ସାରା ରାଜ୍ୟ ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି । ତାଙ୍କ ନିର୍ଦ୍ଦେଶକ୍ରମେ କଳାବଜାରୀ ରୋକିବା ଲାଗି ପଦକ୍ଷେପ ନିଆଯାଇଛି ।

ଏହାସହ ବାତ୍ୟାକୁ ଲକ୍ଷ୍ୟ କରି ହୋଡିଂ କରିବା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ସେ କହିଛନ୍ତି । ବିଭିନ୍ନ ସାମଗ୍ରୀ ହୋଡିଂ କରି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରହିଛି ଆବଶ୍ୟକ ପଡ଼ିଲେ ଦିଆଯିବ । ଏଣୁ ରାଜ୍ୟବାସୀଙ୍କୁ ସେ ହାତଯୋଡ଼ି ଅନୁରୋଧ କରି କହିଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ କି ଆଗୁଆ କିଣିବା ଲାଗି ଅଯଥାରେ ବ୍ୟସ୍ତ ହୁଅନ୍ତୁ ନାହିଁ ।

ସେପଟେ ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ପରେ ସ୍ପଷ୍ଟ ଜଣାପଡ଼ିବ । ଓଟିଭିକୁ ଏନେଇ ସୂଚନା ଦେଇଛନ୍ତି IMD ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ୮ ସୁଦ୍ଧା ଅବପାତରେ ପରିଣତ ହେବ । ସେଠାରେ ଆସନ୍ତାକାଲି ୪୦ରୁ ୫୦ ଓ ୮ରେ ୫୫ରୁ ୭୫ କିମି ପବନ ବହିପାରେ । ଆଣ୍ଡାମାନ ସାଗରର ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶା ଠାରୁ ବହୁତ ଦୂରରେ ଥିବାରୁ ଏହାର ପ୍ରଭାବ ଏବେ ପଡ଼ିବନି ।