• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମା’କୁ ମନେ ପକାଇଲା ପିଲା। ଗାଇଲା ଭାବବିହ୍ୱଳ ଗୀତ। କଥାରେ ଅଛି ମା’ ନାହିଁ ଯାହାର, ସାହା ନାହିଁ ତାହାର । ଆଜିର ଦୁନିଆରେ କେହି ମାଆ’ର ସ୍ଥାନ ନେଇ ପାରିବ। ମା’କୁ ନେଇ ଅନେକ ଚଳଚ୍ଚିତ୍ର ବି ହୋଇଛି। ଦେଖିଲା ବେଳେ ଅନେକ ଭାବବିହ୍ୱଳ ହୋଇ ପଡନ୍ତି।

ହେଲେ ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ମା’ ପ୍ରତି ପିଲାର ଭଲ ପାଇବା ସୂଚାଇ ଦେଉଛି। ଯିଏ ଏହାକୁ ଦେଖୁଛି, ତା ଆଖି ଛଳ ଛଳ ହୋଇଯାଉଛି। କୁନି ପିଲାଟି ନିଜ ମା’କୁ ମନେ ପକାଇ କୋହଭରା କଣ୍ଠରେ ଗୀତଟି ଗାଉଛି।

ଭିଡିଓରେ ପିଲାଟି ଗୋଟିଏ କାଠ ଖଟ ଉପରେ ବସି ଗୀତ ଗାଉଥିବା ଦେଖିବାକୁ ମିଳୁଛି । କୋହ ଭରା କଣ୍ଠ ଓ ଆଖିର ଲୁହରୁ ଜଣାଯାଉଛି, ପିଲାଟି ତାର ମା’କୁ କେତେ ମନେ ପକାଉଛି । ଭୋଜପୁରୀ ଭାଷାର ଏ ଗୀତରୁ ସ୍ପଷ୍ଟ ଭାବେ ବୁଝି ହେଉଛି ମା’ ବିନା ସବୁକିଛି ଅଧୁରା ।

କହିବାକୁ ଗଲେ, ଗୀତ ଗାଉଥିବା ଏ କୁନି ପିଲାଟି କେଉଁଠୁ କେବେ ହେଲେ ଗୀତ ଶିକ୍ଷା ନେଇନାହିଁ। ତେବେ ଗୀତର ତାଳ ଓ ଲୟ କୌଣସି ସିଙ୍ଗରଠାରୁ କମ୍ ନୁହେଁ।