• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆପ୍ ହାତକୁ ଗଲା ଦିଲ୍ଲୀ ମହାନଗର ନିଗମ। ୧୩୪ଟି ସିଟ୍‌ରେ ଜିତିଲା ଆମ୍ ଆଦମୀ ପାର୍ଟି। ମୋଟ ୨୫୦ ଓ୍ୱାର୍ଡରୁ ଆପ୍ ୧୩୪ଟି ଆସନରେ ଜିତି ପ୍ରଥମ ଥର ପାଇଁ ଏମସିଡି ଦଖଲ କରିଥିବା ବେଳେ, ଗତ ୧୫ ବର୍ଷ ଧରି ସେଠାରେ କ୍ଷମତାରେ ଥିବା ବିଜେପି ୧୦୪ଟି ଓ୍ୱାର୍ଡରେ ଏବଂ କଂଗ୍ରେସ ମାତ୍ର ୯ଟି ଓ୍ୱାର୍ଡରେ ବିଜୟୀ ହୋଇଛି।

ଏମସିଡି ବିଜୟ ପରେ ଆପ୍ ପକ୍ଷରୁ ଜୋରଦାର ସେଲିବ୍ରେସନ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସବୁ ଦଳର ବିଜୟୀ କର୍ପୋରେଟରମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ, ଦିଲ୍ଲୀର ବିକାଶ ପାଇଁ  ସବୁ ଦଳର ସହଯୋଗ କାମନା କରିଛନ୍ତି। ତେବେ ଏମସିଡି ନିର୍ବାଚନରେ ଆପ୍‌କୁ ଲାଗିଛି ୨ଟି ବଡ଼ ଝଟକା।  ବିବାଦରେ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତିହାର ଜେଲ୍‌ରେ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚାନ ମଣ୍ଡଳୀରେ ଦଳକୁ ନିରାଶ ହେବାକୁ ପଡ଼ିଛି।

ସିସୋଦିଆଙ୍କ ନିର୍ବାଚନ ମଣ୍ଡଳୀ ପ୍ରତାପଗଞ୍ଜରେ ୪ଟି ଓ୍ୱାର୍ଡରୁ ବିଜେପି ୩ଟିରେ ଜିତିଥିବା ବେଳେ, ଆପ୍ ଗୋଟିଏ ଆସନ ଜିତିଛି। ସେହିପରି ସତ୍ୟେନ୍ଦ୍ର ଜୈନଙ୍କ ଶାକୁର ବସ୍ତି ଅଧୀନରେ ୩ଟି ଯାକ ଓ୍ୱାର୍ଡରେ ଆପ୍ ପରାଜିତ ହୋଇଛି। ତେଣେ ଦିଲ୍ଲୀ ନଗର ନିଗମକୁ ମିଳିଛି ପ୍ରଥମ କିନ୍ନର କର୍ପୋରେଟର୍। ଆପ୍ ଟିକେଟ୍‌ରେ ସୁଲତାନପୁରୀ-ଏ ଓ୍ବାର୍ଡରୁ ଜିତିଛନ୍ତି ବବି କିନ୍ନର। ତେବେ ବବି କିନ୍ନର ସେଠାରେ ବବି ଡାର୍ଲିଂ ଭାବେ ବେଶ ପରିଚିତ।