• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା । ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ଘଟଣାସ୍ଥଳରେ ପୋଲିସ ପହଂଚି ପତାକା ଗୁଡିକୁ ଖୋଲିବା ସହ ସ୍ଲୋଗାନ୍ ଲିଭାଇ ଦୀଆଯାଇଛି ।

ସୂଚନା ମୁତାବକ, ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ମୋଟ ୬ଟି ଖଲିସ୍ତାନୀ ପତାକା ଲଗାଯାଇଥିଲା । ଏହା ସହିତ ପାଚେରୀରେ ଖଲିସ୍ତାନ ଜିନ୍ଦାବାଦ ଲେଖାଯାଇଥିଲା । ଏପରି ଘଟଣା ଭିଆଇଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା କାଙ୍ଗରା ଏସପି କହିଛନ୍ତି । ଏହାସହ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରାଯାଉଛି ବୋଲି ସେ କହିଛନ୍ତି ।

ସେପଟେ ବିଧାନସଭା ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲଗାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର । ଏହା ଏକ ଦୁଭାର୍ଗପୂର୍ଣ୍ଣ ଘଟଣା । ଏହି ଘଟଣାର ତଦନ୍ତ କରାଯିବ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହିମାଚଳ ପ୍ରଦେଶ ଏକ ସୌହାଦ୍ଦର୍ୟପୂର୍ଣ୍ଣ ରାଜ୍ୟ ହୋଇଥିବାବେଳେ ଶାନ୍ତି ବଜାୟ ରହିବା ଆବଶ୍ୟକ । ଏଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲଗାଯିବା ଘଟଣାରେ ତାତିଛି କଂଗ୍ରେସ । ଶିମଲା କଂଗ୍ରେସ ତରଫରୁ ଏନେଇ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଖଲିସ୍ତାନୀ ପତାକା ଲଗାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି କଂଗ୍ରେସ ।