/odishatv-khabar/media/post_attachments/uploadimage/library/16_9/16_9_0/vastu_tips_1652011116.jpg)
vastu tips
ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।
Advertisment
- ସକାଳୁ ଉଠିଲେ କଦାପି ଜଂଗଲୀ ଜୀବଜନ୍ତୁଙ୍କ ଫଟୋ ଦେଖିବା ଉଚିତ୍ ନୁହେଁ । ସକାଳୁ ବନ୍ୟ ଜନ୍ତୁଙ୍କ ଫଟୋ ଦେଖିଲେ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ ।
- ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଛାଇ ଦେଖିବା ଉଚିତ୍ ନୁହେଁ । ବାସ୍ତୁ ଅନୁସାରେ ପଶ୍ଚିମ ଦିଗରୁ ଆସୁଥିବା ଛାଇ ଦେଖିବା ଉଚିତ୍ ନୁହେଁ । ଏହାକୁ ଦେଖିଲେ ହେବାକୁ ଥିବା କାର୍ଯ୍ୟରେ ବାଧା ଉପୁଜି ଥାଏ ।
- ସକାଳୁ ଉଠି ଅଇଁଠା ବାସନ ଦେଖିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରାତିର ଅଇଁଠା ବାସନ ଦେଖିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।
- ଆମ ମାନଙ୍କର ଅଭ୍ୟାସ ରହିଛି ସକାଳୁ ଉଠିବା ମାତ୍ରକେ ଦର୍ପଣ ଦେଖିବା । ଏହା ଠିକ୍ ନୁହେଁ । ଏହାଦ୍ୱାରା ଅର୍ଥ ଉପାର୍ଜନ ରେ ବାଧା ଉପୁଜି ଥାଏ ।
- ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ ନିଜ ହାତ ପାପୁଲି ସର୍ବ ପ୍ରଥମେ ଦେଖିବା ଉଚିତ୍, ସୂର୍ଯ୍ୟଙ୍କ ଦର୍ଶନ କରିବା ଉଚିତ୍ ଓ ଜଳ ଭର୍ତି ପାତ୍ର ଦେଖିବା ଉଚିତ୍ । ଏହା ସକାରାତ୍ମକ ଶକ୍ତି ଦେଇଥାଏ ଓ ଜୀବନରେ ପୂର୍ଣ୍ଣତା ଆଣିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)