• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଖାଇସାରିବା ପରେ ପ୍ରାୟ ସମସ୍ତଙ୍କର ହେକୁଡି ଆସେ। ହେକୁଡି ଆସିଲେ ଜଣାଯାଏ ଯେ ଲୋକଟି ପେଟ ପୂରା ଖାଇଛି। କିନ୍ତୁ କିଛି ଲୋକଙ୍କର ଏପରି ଅଭ୍ୟାସ ଅଛି ଯେ ସେମାନେ ଯେତେବେଳେ ଚାହିଁବେ ସେତେବେଳେ ହାକୁଡି ମାରିପାରନ୍ତି।

ଏମିତି କାହିଁକି ହୁଏ:

ଯେତେବେଳେ ଆମେ ଖାଦ୍ୟ ଖାଉ, ଖାଦ୍ୟ ସହିତ କିଛି ବାୟୁ ମଧ୍ୟ ଆମ ପେଟକୁ ଯାଏ। ଖାଦ୍ୟ ନଳୀରେ ଛାତି ଏବଂ ପେଟ ମଧ୍ୟରେ ଏକ ଦ୍ୱାର ଅଛି, ଯାହା ଖାଦ୍ୟ ଗିଳିବା ସମୟରେ ଖୋଲିଥାଏ। ଖାଦ୍ୟ ପେଟକୁ ଯିବା ମାତ୍ରେ ଏହି ଦ୍ୱାରା ତୁରନ୍ତ ବନ୍ଦ ହୋଇଯାଏ।

କିପରି ଆସେ ହାକୁଟି:

ଆମ ପେଟରେ କିଛି ବାୟୁ ରହିଛି। ଖାଦ୍ୟ ହଜମ ହେବା ପରେ ମଧ୍ୟ କିଛି ଗ୍ୟାସ୍ ପେଟରୁ ବାହାରିଥାଏ। ଯେତେବେଳେ ପେଟରେ ଅନେକ ବାୟୁ ଏବଂ ଗ୍ୟାସ୍ ଜମା ହୋଇଯାଏ, ସେତେବେଳେ ସେସବୁ ବାହାର କରିବା ପାଇଁ ମସ୍ତିଷ୍କକୁ ଏକ ବାର୍ତ୍ତା ଆସେ। ଏହି ବାର୍ତ୍ତା ପରେ, ଏହି ଦ୍ୱାର କିଛି ସମୟ ପାଇଁ ଖୋଲିଯାଏ। ଗଳା ଓ ପାଟି ଦେଇ ହାକୁଡି ବାହାରିଥାଏ।

ହେକୁଡି ବେଳେ କାହିଁକି ଆସେ ଶବ୍ଦ:

ଯେତେବେଳେ ଏହି ବାୟୁ ପେଟରୁ ନଳୀ ଭିତରକୁ ଆସେ, ଏହା କମ୍ପିନ କରେ। ଏହି କାରଣରୁ ହେକୁଡି ବେଳେ ଏକ ଶବ୍ଦ ହୁଏ। ହାକୁଟି ହେଉଛି ଏକ ପ୍ରକ୍ରିୟା ଯାହା ଦ୍ୱାରା ପେଟରେ ସଂଗୃହିତ ବାୟୁ ବାହାରିଥାଏ। ତେବେ ଆମକୁ ହାକୁଟି କରିବାକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।

 

ଯଦି ବାରମ୍ବାର ହାକୁଟି ଆସେ ତେବେ:

କୌଣସି ଜିନିଷ ଖାଇବା ପରେ ହେକୁଡି ଆସିବା ହଜମ ପ୍ରକ୍ରିୟାର ଏକ ଅଂଶ ହୋଇଥାଏ। କିନ୍ତୁ ଯଦି ବାରମ୍ବାର ଏମିତି ହାକୁଟି ହୁଏ, ତେବେ ଏହାର ଅନ୍ୟାନ୍ୟ କାରଣ ଥାଇପାରେ ଯାହା ସ୍ୱାସ୍ଥ୍ୟ ସହିତ ଜଡିତ ହୋଇପାରେ। ବାରମ୍ବାର ହାକୁଟି ହେତୁ, ଏସିଡ୍ ରିଫ୍ଲକ୍ସ, ଏସିଡିଟି ଏବଂ ଅନେକ ଗମ୍ଭୀର ସମସ୍ୟା ମଧ୍ୟ ହୋଇପାରେ।

- ପାଟିକୁ ବଡ କରି ଖାଇବାବେଳେ ବହୁତ ହାକୁଟି ଆସେ

- ପାଟିକୁ ଅଧିକ ଖୋଲିବା ଦ୍ୱାରା ଅଧିକ ବାୟୁ ପେଟକୁ ଯାଏ, ଫଳରେ ହାକୁଟି ଆସେ

- ବଦହଜମୀ ଯୋଗୁଁ ମଧ୍ୟ ବାରମ୍ବାର ହାକୁଟି ଆସେ

- ପେଟ ଖାଲି ହେଲେ ମଧ୍ୟ ହାକୁଟି ଆସେ

- କାର୍ବୋନେଟେଡ୍ ପାନୀୟ, ଜଙ୍କ୍ ଫୁଡ୍, କୋବି, ମଟର, ଡାଲି ଭଳି ଅନେକ ଖାଦ୍ୟ ପେଟରେ ଗ୍ୟାସ୍ ତିଆରି କରେ। ସେଗୁଡିକୁ ଖାଇଲେ ହାକୁଟି ଆସେ।

- ଏପରିକି ହଜମରେ ସହାୟ ହେଉଥିବା ବ୍ୟାକ୍ଟେରିଆର ସନ୍ତୁଳନ ହେତୁ ହାକୁଡି ଆସେ

- ଧୂମପାନ ହେତୁ ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ହାକୁଟି ହୁଏ

- ବେଳେବେଳେ କେତେକ ରୋଗ ହେତୁ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହୁଏ ଏବଂ ହାକୁଟି ଆରମ୍ଭ ହୁଏ