Advertisment

Pahalgam Terror Attack: କିଏ ସେ ଜିପ୍‌ ଅପରେଟର୍, ଯାହାଙ୍କ ଅଲ୍ଲା ହୁ ଅକବର କହିବା ପରେ ଫୁଟିଥିଲା ଗୁଳି ?

ଜିପ୍‌ ଅପରେଟର୍‌ଙ୍କ ୩ ଥର ଆଲ୍ଲା ହୁ ଅକବର କହିବା ପରେ ପହଲଗାମରେ ଫୁଟିଥିଲା ଗୁଳି । ଆରମ୍ଭ ହେଲା ଆତଙ୍କୀଙ୍କ ଫାୟାରିଂ । ତେବେଏହି ଜିପ୍‌ ଲାଇନ ଅପରେଟ୍ କିଏ ? କାହିଁକି ସେ ଅଲ୍ଲା ହୁ ଅକବର କହିଥିଲେ ?

author-image
Namita Biswal
ଅଦ୍ୟତନ ହୋଇଛି
Pahalgam Terror Attack

Pahalgam Terror Attack

ଜିପ୍‌ ଅପରେଟର୍‌ଙ୍କ ୩ ଥର ଆଲ୍ଲା ହୁ ଅକବର କହିବା ପରେ ପହଲଗାମରେ ଫୁଟିଥିଲା ଗୁଳି । ଆରମ୍ଭ ହେଲା ଆତଙ୍କୀଙ୍କ ଫାୟାରିଂ। ନରସଂହାର ରଚିଥିଲେ ଆତଙ୍କୀ । ଆଉ ଚିତ୍କାର କରି ଭୂଇଁରେ ଟଳି ପଡିଥିଲେ ଜଣକ ପରେ ଜଣେ ପର୍ଯ୍ୟଟକ। ପହଲଗାମ ହମ୍‌ଲାର ଆସିଲା ଆଉ ଏକ ଲୋମହର୍ଷକ ଭିଡିଓ ।  ଜିପ୍‌ ଲାଇନ୍ ରାଇଡ୍‌ କରୁଥିବା ଜଣେ ପର୍ଯ୍ୟଟକଙ୍କ ମୋବାଇଲରେ କଏଦ୍‌ ହୋଇଛି ଟେରର ଆଟାକର ପୂରା ଦୃଶ୍ୟ । ଦେଖନ୍ତୁ ଏହି ଭିଡିଓକୁ । ୫୩ ସେକେଣ୍ଡର ଏହି ଭିଡିଓକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଆଉ ଏ ପର୍ଯ୍ୟଟକ ଯାହା କହିଛନ୍ତି ତାହା ଶୁଣିଲେ ହୋସ୍ ଉଡିଯିବ ।

Advertisment

ସେଦିନ ପହଲଗାମ୍‌ ହମ୍‌ଲାର ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଗୁଜରାଟର ରିଷି ଭଟ୍ଟ । ଏପ୍ରିଲ ୨୨ ତାରିଖରେ ପରିବାର ସହ ପହଲଗାମର ବୈସରନ ଭ୍ୟାଲି ବୁଲିବାକୁ ଯାଇଥିଲେ । ଅପରାହ୍ଣ ସାଢ଼େ ୨ଟାରେ ଜିପ୍‌ ଲାଇନ୍‌ ରାଇଡ୍‌ ଆରମ୍ଭ କରିଥିଲେ ରିଷି । କଶ୍ମୀରର ସୁନ୍ଦରତାକୁ କଏଦ୍‌ କରିବା ପାଇଁ ମୋବାଇଲ୍‌ର ସେଲ୍ଫି କ୍ୟାମେରା ଅନ୍‌ କରି ରେକର୍ଡ କରିଥିଲେ ଭିଡିଓ । ଏତିକି ବେଳେ ଜିପ୍‌ଲାଇନ୍‌ ଅପରେଟର ୩ ଥର ଆଲ୍ଲା ଅକବର କହି ତାଙ୍କୁ ଛାଡିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଗୁଳିମାଡ଼ର ଶବ୍ଦ । 

ଅଧିକ ପଢନ୍ତୁ: 'ବିନା ନାଗରିକତାରେ ଭାରତରେ ବିବାହ କରିଛନ୍ତି ୫ ଲକ୍ଷରୁ ଅଧିକ ପାକିସ୍ତାନୀ ଯୁବତୀ'

Advertisment

ରିଷି ଜିପ୍‌ ଲାଇନ୍‌ ରାଇଡ୍‌ କରୁଥିବା ବେଳେ ନରରାକ୍ଷସଙ୍କ ନରସଂହାରର ପୂରା ଦୃଶ୍ୟ ବି କଏଦ୍‌ ହୋଇଥିଲା । ତଳେ ଆତଙ୍କୀ ପର୍ଯ୍ୟଟଙ୍କୁ ଆଖିବୁଜା ଗୁଳି ମାରୁଥିଲେ । ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡୁଥିଲେ ପର୍ଯ୍ୟଟକ । କିଏ କୁଆଡ଼େ ଭୟରେ ଦୌଡ଼ୁଥିବା ବେଳେ ଅନ୍ଧାଧୁନ୍ ଗୁଳି ଚଳାଉଥିଲେ ଆତଙ୍କବାଦୀ । ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବା ଦୃଶ୍ୟ ବି କଏଦ ହୋଇଛି । ଆଉ କିଛି ଭୂଇଁରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି । 

ପର୍ଯ୍ୟଟକଙ୍କ ମୋବାଇଲର ସେଲଫି କ୍ୟାମେରାରେ ରେକର୍ଡ କରିଥିବା ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଜିପ୍ ଲାଇନ୍ ରାଇଡର ଭରପୁର ମଜା ନେଉଥିବା ବେଳେ ତଳେ କ’ଣ ଚାଲିଥିଲା ପ୍ରଥମେ ଜାଣି ପାରିନଥିଲେ ରିଷି । ପରେ ଜାଣି ପାରି ନିଜ ଜୀବନ ବଞ୍ଚାଇବାକୁ ଜିପ୍ ଲାଇନରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ପରିବାର ଲୋକଙ୍କୁ ଧରି ସେଠାରୁ ଖସି ଆସିଥିଲେ । ସେ ଦିନ ତାଙ୍କ ସହ କ’ଣ ଘଟିଥିଲା ତାହା ଏବେ ଗୋଟି ଗୋଟି କରି କ୍ୟାମେରା ଆଗରେ ବଖାଣିଛନ୍ତି ।

ଆତଙ୍କୀ ହମଲାର ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଉକ୍ତ ଜିପ୍ ଲାଇନ୍ ଅପରେଟରକୁ ଅଟକ ରଖି ଏନ୍‌ଆଇଏ ପଚରାଉଚରା କରୁଛି । ଭିଡିଓରେ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ NIA ଓ ଜମ୍ମୁ କଶ୍ମୀର ପୋଲିସ ସମନ୍ କରିଛି । ତେବେ ଏହି ଜିପ୍‌ ଲାଇନ ଅପରେଟ୍ କିଏ? କାହିଁକି ସେ ଅଲ୍ଲା ହୁ ଅକବର କହିଥିଲେ? ଏଭଳି କହି ସେ ଆତଙ୍କବାଦୀଙ୍କୁ ହମ୍‌ଲା ପାଇଁ ଇସାରା ଦେଇଥିଲେ କି? ଏସବୁର ଖୋଲତାଡ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା । 

ଅଧିକ ପଢନ୍ତୁ: ଭାରତର ଖାଉଛନ୍ତି ପାକିସ୍ତାନର ଗାଉଛନ୍ତି; ଗୋଟି ଗୋଟି କରି ମାରି ସଫା କରିବ ଆର୍ମି...

ବ୍ୟୁରୋ ରିପୋର୍ଟ ଓଟିଭି

Jammu Kashmir Pahalgam Terrorist Attack
Advertisment
Advertisment